Below header

କାଶ୍ମିରୀ ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲ୍ଲିକ ଦୋଷୀ ସାବ୍ୟସ୍ତ, ମିଳିପାରେ ଆଜୀବନ କାରାଦଣ୍ଡ

କାଶ୍ମିରୀ ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲ୍ଲିକଙ୍କୁ ଟେରର ଫଣ୍ଡିଙ୍ଗ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି । NIA କୋର୍ଟ ୟାସିନଙ୍କୁ ଦୋଷୀ ଠଉରାଇଥିବା ନେଇ ସୂଚନା ମିଳିଛି । ଏହି ମାମଲାକୁ ନେଇ ତାଙ୍କୁ କେତେ ପରିମାଣରେ ଦଣ୍ଡ ମିଳିବ ସେନେଇ ଶୁଣାଣି ମେ ୨୫ ତାରିଖରେ ହେବ । କହିରଖିବା ଉଚିତ ହେବକି କିଛି ଦିନ ତଳେ ୟାସିନ ନିଜେ ସ୍ୱୀକାର କରିଥିଲେକି ସେ କାଶ୍ମୀରରେ ଚାଲିଥିବା ଆତଙ୍କୀ ଗତିବିଧିରେ ସାମିଲ ଅଛନ୍ତି । ଏନେଇ ଚଳିତ ମାସ ଏକ ଖବର ମଧ୍ୟ ଜାରି ହୋଇଥିଲା । ଖାଲି ସେତିକି ନୁହେଁ ୟାସିନ ଅପରାଧିକ ଷଡଯନ୍ତ୍ରରେ ସାମିଲ ହେବା ସହ ତାଙ୍କ ନାଁରେ ଦେଶଦ୍ରୋହ ମାମଲା ବି ରହିଛି । ୟାସିନଙ୍କ ଉପରେ UAPA ଅନୁଯାୟୀ ଯେଉଁ ଧାରା ଗୁଡିକ ଲାଗିଛି, ସେଗୁଡିକୁ ବି ସ୍ୱୀକାର କରିନେଇଥିବା ଜଣାଯାଇଛି ।

ଶୁଣାଯାଉଛିଯେ ୟାସିନଙ୍କ ଉପରେ ଯେଉଁ ସବୁ ଧାରା ଗୁଡିକ ଲାଗିଛି ତାଙ୍କୁ ଆଜୀବନ କାରାଦଣ୍ଡ ମିଳିପାରେ । କାଶ୍ମୀର ରାଜନୀତିରେ ବି ୟାସିନଙ୍କୁ ବେଶ ସକ୍ରିୟ ରହୁଥିବାର ଦେଖାଯାଏ । ଯୁବକ ମାନଙ୍କୁ ଭଡକାଇବାରେ ୟାସିନଙ୍କର ଏକ ବଡ ଭୂମିକା ରହିଆସିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.