Below header

ମମତା ଦିଦିଙ୍କ ଗଡ଼ରେ ଯୋଗୀଙ୍କୁ ନା

କୋଲକାତା : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀଙ୍କର ପଶ୍ଚିମବଙ୍ଗରେ ଏକ ରାଲି ଓ ନିର୍ବାଚନୀ ସଭା କରିବାର ଥିଲା । ହେଲେ ମମତା ବାନାର୍ଜୀଙ୍କ ସରକାର ଏଥିପାଇଁ ଅନୁମତି ଦେଲେ ନାହିଁ । ଫଳରେ ଶୋଭାଯାତ୍ରାକୁ ବାତିଲ କରି ଦିଆଯାଇଛି । ଏହା ପରେ ପଶ୍ଚିମବଙ୍ଗ ବିଜେପି ନେତାମାନେ ଏହି ନିଷ୍ପତ୍ତି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଯୋଗୀଙ୍କ ଲୋକପ୍ରିୟତାକୁ ମମତା ଡରୁଛନ୍ତି ବୋଲି ବିଜେପି କର୍ମକର୍ତ୍ତା କହିଛନ୍ତି ।
ପଶ୍ଚିମବଙ୍ଗରେ ବିଜେପି ୧୦୦ରୁ ଅଧିକ ର‍୍ୟାଲି କରିବାର ଯୋଜନା ରଖିଛି । ଆଜି ଯୋଗୀ ବାଙ୍କୁଡ଼ା ଓ ପୁରଲିୟାରେ ରାଲି କରିଥାନ୍ତେ । ହେଲେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସ୍ପଷ୍ଟ କରି ନୋଟିସ୍‌ ଜାରି କରି ଦେଇଛି ଯେ ବିନା ନୋଟିସ୍‌ରେ କୌଣସି ରାଲିକୁ ଅନୁମତି ଦିଆଯିବ ନାହିଁ । ଆସନ୍ତା ୫ ତାରିଖରେ ଦିନାଜପୁର ଜିଲ୍ଲା ବାଲୁର ଘାଟରେ ଯୋଗୀଙ୍କର ଆଉ ଏକ ରାଲି ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.