ଏହି ଦେଶର ଯୁବତୀମାନଙ୍କୁ ବିବାହ କଲେ ଆପଣ ହୋଇପାରିବେ ଲକ୍ଷପତି! କିନ୍ତୁ ଜାଣନ୍ତୁ କ’ଣ ରହିଛି ପ୍ରକୃତ ସତ?

ଆଇସ୍‌ଲ୍ୟାଣ୍ଡର ଯୁବତୀମାନଙ୍କୁ ବିବାହ କଲେ ଅନ୍ୟ ଦେଶର ଯୁବକମାନଙ୍କୁ ପ୍ରତ୍ୟେକ ମାସରେ ମିଳିବ ୩ ଲକ୍ଷ ୩୩ ହଜାର ଟଙ୍କା। ଦେଶରେ ପୁରୁଷଙ୍କ ସଂଖ୍ୟା କମ୍‌ ହେତୁ ସେଠାକାର ସରକାର ଏଭଳି ନିୟମ ବନାଇଛନ୍ତି। ବର୍ତ୍ତମାନ ଏହି ଖବର ଇଣ୍ଟରନେଟ୍‌ରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ତେବେ ଏହି ଅଫରରେ ଯୁବକମାନଙ୍କୁ ନିଜ ମନପସନ୍ଦର ଯୁବତୀଙ୍କୁ ବାଛି ବିବାହ କରିବାକୁ ହେବ। ଆଉ ସେହି ଦେଶରେ ରହିବାକୁ ପଡ଼ିବ। ଏକ ନ୍ୟୁଜ୍‌ ୱେବ୍‌ସାଇଟ ଅନୁସାରେ, ଏହି ଅଫରରେ ଉତ୍ତର ଅଫ୍ରିକାର ଲୋକଙ୍କୁ ଅଧିକ ଗୁରୁତ୍ୱ ଦିଆଯିବ। ମାତ୍ର ଭାଇରାଲ ହେଉଥିବା ଏହି ଖବରର ସତ୍ୟତା କ’ଣ, ତାହା ଆସନ୍ତୁ ଜାଣିବା।

girl2

ଫେକ୍‌ ଖବର ଏବଂ ଫଟୋକୁ ଯାଞ୍ଚ କରୁଥିବା ଏକ ୱେବ୍‌ସାଇଟ snopes.com ଏହାକୁ ମିଛ ବୋଲି କହିଛି। ଏହି ୱେବ୍‌ସାଇଟର କହିବା ହେଲା, ଆଇସ୍‌ଲ୍ୟାଣ୍ଡରେ ପୁରୁଷଙ୍କ ସଂଖ୍ୟା ୧୦୦୭ ଥିବା ବେଳେ ମହିଳାଙ୍କ ସଂଖ୍ୟା ରହିଛି ୧୦୦୦। କିନ୍ତୁ ଭାଇରାଲ ଖବରରେ ମହିଳାଙ୍କ ସଂଖ୍ୟାକୁ ଅଧିକ ବୋଲି ଦର୍ଶାଯାଇଛି, ଯାହାକି ସମ୍ପୂର୍ଣ୍ଣ ମିଥ୍ୟା। ପ୍ରକୃତରେ, ଏ ବିଷୟରେ କୌଣସି ଜଣେ ବ୍ୟକ୍ତି ଏକ ବ୍ଲଗରେ ଲେଖିବା ପରେ କିଛି ୱେବ୍‌ସାଇଟ ଏହାକୁ ଖବର ବନାଇ ଛାପିଦେଲେ। ଚାରିଆଡ଼େ ଖବର ପ୍ରସାରିତ ହେବା କ୍ଷଣି ଆଇସ୍‌ଲ୍ୟାଣ୍ଡର କିଛି ଯୁବତୀ ଅନ୍ୟ ଦେଶର ଅଚିହ୍ନା ଲୋକଙ୍କୁ ଫେସ୍‌ବୁକରେ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇବା ଆରମ୍ଭ କରିଦେଇଥିଲେ। ଯାହାଫଳରେ ଲୋକଙ୍କୁ ଲାଗିଥିଲା କି ସେଠାକାର ସରକାର ପ୍ରକୃତରେ ଏଭଳି ଘୋଷଣା କରିଛନ୍ତି। କିନ୍ତୁ ସେପଟେ ସରକାର ଏହି କଥାକୁ ଅସ୍ୱୀକାର କରିଥିଲେ। ଏପରିକି, ଅନ୍ୟ ଦେଶର ଅଚିହ୍ନା ଲୋକଙ୍କୁ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଉଥିବା ଯୁବତୀମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିଥିଲେ।

girl1

ଏହାସହ ପଢ଼ନ୍ତୁ: ଅନ୍‌ଲାଇନ୍‌ରେ ଭିକ ମାଗି ମାସକୁ ୫ ଲକ୍ଷ ଟଙ୍କା କମାନ୍ତି ଏହି ଯୁବକ, ଦିଅନ୍ତି ନିଜ ଘରର ଭଡ଼ା

କହି ରଖୁଛୁ କି, ବିଶ୍ୱର ଏକ ବେଷ୍ଟ ପଯ୍ୟର୍ଟନସ୍ଥଳୀ ଭାବେ ଆଇସ୍‌ଲ୍ୟାଣ୍ଡକୁ ଗଣାଯାଇଥାଏ। ଏହି ଥଣ୍ଡା ଦେଶରେ ବ୍ଲୁ ଲାଗୁନ୍‌, ଗୁଲ୍‌ଫୋସ୍‌, ଗୋଲ୍ଡେନ୍‌ ସର୍କଲ ଭଳି ଜାଗାଗୁଡ଼ିକ ପଯ୍ୟର୍ଟକଙ୍କୁ ବହୁତ ଆକର୍ଷିତ କରିଥାଏ। ଏଠାକାର ଯୁବତୀମାନେ ମଧ୍ୟ ବହୁତ ସୁନ୍ଦରୀ ହୋଇଥାଆନ୍ତି।