ନବରାତ୍ରୀରେ ଲକ୍ଷ୍ମୀ ହେଲେ ଏହି ଅଭିନେତା ଏବଂ ସେୟାର କଲେ ଲକ୍ଷ୍ମୀ ବମ୍ବର ଫାଷ୍ଟ ଲୁକ୍‌ , ଚିହ୍ନନ୍ତୁ ତ କିଏ ଇଏ !

ଅକ୍ଷୟ କୁମାର ‘ଭୁଲ ଭୁଲେୟା’ ଭଳି ହରର କମେଡି ଫିଲ୍ମରେ ଦର୍ଶକଙ୍କର ହୃଦୟ ଜିତି ସାରିଛନ୍ତି। କିନ୍ତୁ ଏବେ ସେ ହରର୍‌ କମେଡି ଫିଲ୍ମ ‘ଲକ୍ଷ୍ମୀ ବମ୍ବ’ରେ ନଜର ଆସିବେ। ଏହି ଫିଲ୍ମରେ ଅକ୍ଷୟ ଜଣେ ମହିଳାଙ୍କ ଚରିତ୍ରରେ ନଜର ଆସିବେ। ଅକ୍ଷୟ କିଛି ସମୟ ହେବ ଏହି ଫିଲ୍ମର ନିଜର ଲୁକକୁ ସେୟାର କରିଛନ୍ତି। ନିଜର ଏହି ଫଟୋରେ ଅକ୍ଷୟ କୁମାର ମାତା ଦୁର୍ଗାଙ୍କ ପ୍ରତିମା ଆଗରେ ନଜର ଆସୁଛନ୍ତି।

ଏହି ଫଟୋକୁ ସେୟାର କରି ଅକ୍ଷୟ କୁମାର ସେୟାର କରିଛନ୍ତି , ‘ନବରାତ୍ରକୁ ନିଜ ଭିତରେ ଥିବା ଶକ୍ତି ଏବଂ ନିଜ ଅପାର କ୍ଷମତାର ଉତ୍ସବ ବୋଲି ଧରାଯାଏ। ଏହି ପବିତ୍ର ଉତ୍ସବରେ ଲକ୍ଷ୍ମୀ ଭାବରେ ନିଜର ଲୁକ ସେୟାର କରୁଛି। ଏହା ଏକ ଏମିତି ଚରିତ୍ର ଯାହା ପାଇଁ ମୁଁ ବହୁତ ଉତ୍ସାହିତ ଅଛି। କିନ୍ତୁ ଜୀବନ ସେଇଠୁ ଆରମ୍ଭ ହୁଏ ଯେଉଁଠି ଆପଣଙ୍କର ଆରାମଦାୟକ ଜୀବନ ଶେଷ ହୋଇଥାଏ ?’

laxmi_bombଫିଲ୍ମରେ ଅକ୍ଷୟଙ୍କ ସହିତ ଅଭିନେତ୍ରୀ କିୟାରା ଆଡବାଣୀ ନଜର ଆସିବେ। ଫିଲ୍ମଟି ଆସନ୍ତା ବର୍ଷ ଜୁନ ୫ରେ ରିଲିଜ୍‌ ହେବ। ସୁପରହିଟ୍‌ ଫିଲ୍ମ ‘କଞ୍ଚନା’ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଏବଂ ‘କଞ୍ଚନା୨’କୁ ନିର୍ଦ୍ଦେଶନା କରିଥିବା ରାଘବ ଲରେନ୍ସ ‘ଲକ୍ଷ୍ମୀ ବମ୍‌’କୁ ଡାଇରେକ୍ଟ କରିବେ। ଆପଣଙ୍କୁୁ ଜଣାଇବାକୁ ଚାହିଁବୁ ଯେ ଫିଲ୍ମ ସୁପରହିଟ ଫିଲ୍ମ ‘କଞ୍ଜନା’ର ହିନ୍ଦି ରିମକେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.