Below header

ସୋସିଆଲ ମିଡିଆରେ ସଲମାନ ଖାନଙ୍କୁ ହତ୍ୟା ଧମକ ଦେଇଥିବା ଦୁଇ ଅଭିଯୁକ୍ତ ଗିରଫ, ଜାଣନ୍ତୁ ଏମାନେ କିଏ?

ମୁମ୍ବାଇ: ସୋସିଆଲ ମିଡିଆରେ ବଲିଉଡ ଅଭିନେତା ସଲମାନ ଖାନଙ୍କୁ ହତ୍ୟା ଧମକ ଦେଇଥିବା ମାମଲାରେ ପୁଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି। ରାଜସ୍ଥାନ ଯୋଧପୁରରୁ ଉଭୟଙ୍କୁ ଗିରଫ କରାଯାଇଥିବା ବେଳେ ପଚରାଉଚରା ବେଳେ ଦୁହେଁ ସ୍ବୀକାର କରିଥିଲେ ଯେ ଶସ୍ତା ଲୋକପ୍ରିୟତା ପାଇଁ ବଲିଉଡ ଅଭିନେତା ସଲମାନ ଖାନଙ୍କୁ ହତ୍ୟା ଧମକ ଦେଇଥିଲେ।

salman-khan

ତେବେ ପୁଲିସ ପକ୍ଷରୁ ଏକ କାର ଚୋରି କରୁଥିବା ବେଳେ ଉଭୟଙ୍କୁ ଗିରଫ କରିଥିବାର ସୂଚନା ମିଳିଛି। ଦୁହେଁ ଏକ କାର ଚୋରି କରୁଥିଲେ। ସେତେବେଳେ ପୁଲିସ ଉଭୟଙ୍କୁ ଧରିଥିଲା।  ପୂର୍ବରୁ ଦୁହେଁ କାର୍ ଚୋରି ରାକେଟରେ ସକ୍ରିୟ ଥିଲେ ଏବଂ ପୁଲିସ ହାତରେ ଧରାପଡ଼ିଥିଲେ।

ଏହାସହ ପଢନ୍ତୁ:

ଟିକଟକ୍‌ ରେ ଭାଇରାଲ୍‌ ହେବାରେ ଲାଗିଛି ଏହି ଭିଡିଓ, ଦେଖନ୍ତୁ ଡିଜେର ତାଳେ ତାଳେ କାଦୁଅରେ କିପରି ନାଗିନ୍‌ ଡ୍ୟାନ୍ସ…

ସୂଚନାଯୋଗ୍ୟ କିଛି ଦିନତଳେ ଏଦୁଇ ଅଭିଯୁକ୍ତ ସୋସିଆଲ ମିଡିଆରେ ବଲିଉଡ ଅଭିନେତା ସଲମାନ ଖାନଙ୍କୁ ହତ୍ୟା ଧମକ ଦେଇ ପୁଲିସର ନିଦ ହଜାଇ ଦେଇଥିଲେ। ଏମାନଙ୍କ ଭିତରୁ ଜଣେ ଅଭିଯୁକ୍ତ ହେଲେ ଜାକି ବିଷ୍ନୋଇ ଯିଏ କି ସୋସିଆଲ ମିଡିଆରେ ବଲିଉଡ ଅଭିନେତା ସଲମାନ ଖାନଙ୍କୁ ହତ୍ୟା ଧମକନେଇ ଏକ ପୋଷ୍ଟ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.