Below header

ଆଜି ଲଞ୍ଚ୍‌ ହେଉଛି ହ୍ୟୁଣ୍ଡାଇ Elantra, ଜାଣନ୍ତୁ କ’ଣ ରହିଛି ଫିଚର

ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଆଜି ଭାରତରେ ନିଜର ସବୁଠାରୁ ସୁନ୍ଦର କାର Elantra ଫେସ୍‌ଲିଫ୍ଟକୁ ଲଞ୍ଚ କରିବାକୁ ଯାଉଛି। କିଛି ଦିନ ପୂର୍ବରୁ କମ୍ପାନୀ ଏହି କାରର ଫାଷ୍ଟ ଲୁକ୍‌ ସେୟାର କରିଥିଲା। ଆସନ୍ତୁ ଜାଣିବା ଏହି କାର୍‌ର ଲୁକ୍‌ ଓ ଫିଚର ସମ୍ପର୍କରେ..

ଏହାସହ ପଢ଼ନ୍ତୁ: ୩ ଲକ୍ଷରୁ କମ୍‌ ମୂଲ୍ୟର କାର କିଣିବାକୁ ଚାହୁଁଛନ୍ତି କି, ଏହି କମ୍ପାନୀ ଆଣିଛି ସୁବର୍ଣ୍ଣ ସୁଯୋଗ

ନୂଆ ହ୍ୟୁଣ୍ଡାଇ Elantra ର ଡିଜାଇନ୍‌ ପୂର୍ବାପେକ୍ଷା ଅଧିକ ଷ୍ଟାଇଲିସ୍‌ ହୋଇଛି। କାର୍‌ରେ ହେକ୍ସାଗୋନାଲ ଗ୍ରୀଲ୍‌ ଦିଆଯାଇଛି ଯାହା ଫ୍ୟୁଚରିଷ୍ଟିକ୍‌ ଲୁକ୍‌ ଦେଉଛି। ଏଥିସହ କାର୍‌ରେ ସାର୍ପ ଓ ସ୍ଲିକ୍‌ ହେଡଲାଇଟ୍‌ସ ଏବଂ ଫଗ ଲ୍ୟାମ୍ପସ୍‌ ଦେଖିବାକୁ ମିଳିବ। ନୂଆ Elantra ରେ ୬ ଇଞ୍ଚର ନୂଆ ଡିଜାଇନ୍‌ଯୁକ୍ତ ଏଲୟ ହ୍ଵିଲ୍‌ ମଧ୍ୟ ରହିଛି।

କାର୍‌ରେ ନୂଆ ସ୍ଲିକ୍‌ ଏଲ୍‌ଇଡି ଟେଲ ଲାଇଟ୍ସ ରହିଛି ଯାହା ବିଏମ୍‌ଡବ୍ଲ୍ୟୁ ଭଳି ଲୁକ୍‌ ଦେଉଛି। ଏଥିସହ ଏହାର ପଛଭାଗରେ ଦୁଇଟି ରଙ୍ଗ ଥିବା ବେଳେ ସ୍ପୋର୍ଟର୍ସ କାର ଭଳି ଡିଜାଇନ୍‌ କରାଯାଇଛି। ଏହି କାର ମିଡ ସାଇଜ ସେଗ୍‌ମେଣ୍ଟରେ ଆସୁଛି। ତେବେ ଏହାର ଇଞ୍ଜିନ୍‌ ସମ୍ପର୍କରେ କମ୍ପାନୀ ତରଫରୁ କୌଣସି ସୂଚନା ଦିଆଯାଇନାହିଁ। ମାତ୍ର ଏହାର ଦାମ୍‌ ପୁରୁଣା Elantra ଅପେକ୍ଷା ଅଧିକ ରହିବ ବୋଲି ଅନୁମାନ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.