ବିବାହ ପ୍ରସ୍ତାବକୁ ମନା କରିଦେବାରୁ ନାବାଳିକାକୁ ଏସିଡ୍‌ ମାଡ, ପୀଡିତା ଗୁରୁତର

କର୍ଣ୍ଣାଟକ ରାମନଗରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଯୁବକ ନାବାଳିକା ଉପରେ କରିଛି ଏସିଡ୍‌ ମାଡ । ପୀଡିତା ଜଣକ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । କାରଣ ଏତିକି ଯେ ନାବାଳିକା ଜଣକ ଉକ୍ତ ଯୁବକର ବିବାହ ପ୍ରସ୍ତାବକୁ ନାହିଁ କରିଦେଇଥିଲା ।

ରାମନଗର : କର୍ଣ୍ଣାଟକ ରାମନଗରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଯୁବକ ନାବାଳିକା ଉପରେ କରିଛି ଏସିଡ୍‌ ମାଡ । ପୀଡିତା ଜଣକ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । କାରଣ ଏତିକି ଯେ ନାବାଳିକା ଜଣକ ଉକ୍ତ ଯୁବକର ବିବାହ ପ୍ରସ୍ତାବକୁ ନାହିଁ କରିଦେଇଥିଲା ।

ପୁଲିସ ସୂଚନାନୁଯାୟୀ, ଅଭିଯୁକ୍ତ ସୁମନ୍ତ ଏହି ନାବାଳିକାକୁ ଫୋନ୍‌ କରି ଡକାଇଥିଲା । ଉଭୟଙ୍କ ମଧ୍ୟରେ ୧ ବର୍ଷ ଧରି ସମ୍ପର୍କ ରହିଥିଲା । କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଫଳରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଭାଙ୍ଗି ଯାଇଥିଲା । ଯୁବକ ଜଣକ ଲଗାତାର ଉକ୍ତ ନାବାଳିକାକୁ ବୁଝାଇବାକୁ ଚେଷ୍ଟା କରିଥିଲା ।

ହେଲେ ନାବାଳିକା ଜଣକ ମାନି ନଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ସୁମନ୍ତ ନାବାଳିକାକୁ ଫୋନରେ ଡାକିଥିଲା । ନାବାଳିକା ଆସିବା ପରେ ତା’ ଉପରେ ଏସିଡ ଫିଙ୍ଗି ଫେରାର ହୋଇଯାଇଛି । ନାବାଳିକାଙ୍କ ଦେହର ବହୁଭାଗ ଜଳିଯାଇଛି । ନାବାଳିକା ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ନାବାଳିକାଙ୍କ ବୟସ ୧୭ ବର୍ଷ ହୋଇଥିବା ବେଳେ ଅଭିଯୁକ୍ତ ସୁମନ୍ତର ବୟସ ୨୨ ବର୍ଷ ବୋଲି ଜଣାଯାଇଛି । ସୁମନ୍ତ ଫେରାର ଥିବାରୁ ପୋଲିସ ଏକ ମାମଲା ରୁଜୁ କରି ତନାଘନା ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.