Below header

ଅରୁଣାଚଳ ପ୍ରଦେଶ ଓ ମଧ୍ୟପ୍ରଦେଶରେ ଭୂକମ୍ପ, କ୍ଷୟକ୍ଷତି ରିପୋର୍ଟ ମିଳିନି

ଅରୁଣାଚଳ ପ୍ରଦେଶ ଓ ମଧ୍ୟ ପ୍ରଦେଶରେ ରବିବାର ଭୂକମ୍ପ ଅନୂଭୁତ ହୋଇଥିବା ଜଣାଯାଇଛି । ସୂଚନା ଅନୁଯାୟୀ, ଅରୁଣାଚଳ ପ୍ରଦେଶର ପଶ୍ଚିମାଚଂଳରେ ଦିପହର ୧୨ ଟା ୧୨ରେ ଭୂକମ୍ପ ଝଟକା ଲାଗିଥିଲା । ସେହିପରି ମଧ୍ୟପ୍ରଦେଶର ଇନ୍ଦୋରରେ ଦିପହର ୧ଟାରେ ଭୂକମ୍ପ ଅନୂଭୁତ ହୋଇଥିବା ଜଣାଯାଇଛି ।

ଗୌହାଟି : ଅରୁଣାଚଳ ପ୍ରଦେଶ ଓ ମଧ୍ୟ ପ୍ରଦେଶରେ ରବିବାର ଭୂକମ୍ପ ଅନୂଭୁତ ହୋଇଥିବା ଜଣାଯାଇଛି । ସୂଚନା ଅନୁଯାୟୀ, ଅରୁଣାଚଳ ପ୍ରଦେଶର ପଶ୍ଚିମାଚଂଳରେ ଦିପହର ୧୨ ଟା ୧୨ରେ ଭୂକମ୍ପ ଝଟକା ଲାଗିଥିଲା । ସେହିପରି ମଧ୍ୟପ୍ରଦେଶର ଇନ୍ଦୋରରେ ଦିପହର ୧ଟାରେ ଭୂକମ୍ପ ଅନୂଭୁତ ହୋଇଥିବା ଜଣାଯାଇଛି ।

ଅରୁଣାଚଳ ପ୍ରଦେଶରେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୮ ଥିବା ବେଳେ ମଧ୍ୟପ୍ରଦେଶ ଇନ୍ଦୋରରେ ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୦ ଥିବା ଜଣାଯାଇଛି । ଖବର ଲେଖାହେବା ଯାଏ କ୍ଷୟକ୍ଷତିର କୌଣସି ଆକଳନ କରାଯାଇନି ।

ଅରୁଣାଚଳ ପ୍ରଦେଶର ପଶ୍ଚିମାଚଂଳରେ ହୋଇଥିବା ଭୂକମ୍ପର କେନ୍ଦ୍ର ସ୍ଥଳ ଭୁଟାନ ସୀମା ନିକଟରେ ମାଟିର ୧୦ କିଲୋମିଟର ଗଭୀରତାରେ ଥିବା ଜଣାଯାଇଛି ।

ସେହିପରି ଇନ୍ଦୋରରେ ଅନୂଭୁତ ହୋଇଥିବା ଭୂକମ୍ପର କେନ୍ଦ୍ର ଇନ୍ଦୋର ଠାରୁ ୧୫୦ କିଲୋମିଟର ଦୂର ଘାରରେ ହୋଇଥିଲା । ଭୁଟାନର ର୍ପୂବାଚଂଳରେ ମଧ୍ୟ ଭୂକମ୍ପର ଝଟକା ଅନୂଭୁତ ହୋଇଛି । ଏହାପୂର୍ବରୁ ଗୁଜୁରାଟରେ ମଧ୍ୟ ୩.୨ ତୀବ୍ରତାର ଭୂକମ୍ପ ଅନୂଭୁତ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.