Below header

ବଞ୍ଚିବାକୁ ଚାହୁଁଛ ତ ୟୁକ୍ରେନ ଛାଡ଼, ରୁଷ୍‌ ସେନାକୁ ଜେଲେନସ୍କିଙ୍କ କଠୋର ଚେତାବନୀ

ନୂଆଦିଲ୍ଲୀ : ବଞ୍ଚିବାକୁ ଚାହୁଁଛ ତ ୟୁକ୍ରେନ ଛାଡ଼, ନହେଲେ ଆତ୍ମସମର୍ପଣ କର । ରୁଷ୍‌ ସେନାକୁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ଏଭଳି କଡ଼ା ଚେତାବନୀ । ଯୁଦ୍ଧ ନିଶ୍ଚିତ ଜିତିବେ ବୋଲି ପୁଣି ଥରେ ସେ ଦମ୍ଭୋକ୍ତି ଦେଖାଇଛନ୍ତି। ସେପଟେ ବିପଦରେ ୟୁକ୍ରେନର ଜାପୋରଝିଆ ଆଣବିକ କେନ୍ଦ୍ର । ରୁଷର ମିସାଇଲ ଆକ୍ରମଣ ପରେ ଆଣବିକ ରିଆକ୍ଟର ସଙ୍କଟ ଘନେଇବାରେ ଲାଗଛି । ଏସବୁ ଭିତରେ କିଭରେ ପହଞ୍ଚିଛି I AEAର ୧୪ ଜଣିଆ ଟିମ୍‌ । ଚଳିତ ସପ୍ତାହରେ ଏମାନେ ଜାପୋରଝିଆ ଯାଇ ସୁରକ୍ଷା ସ୍ଥିତିର ସମୀକ୍ଷା କରିବେ
ଘନେଇଲା ଆଣବିକ ରିଆକ୍ଟର ସଙ୍କଟ । ଜାପୋରଝିଆ ଉପରେ ରୁଷର ମିସାଇଲ ଷ୍ଟ୍ରାଇକ୍‌ । ରାତି ତମାମ ମିସାଇଲ ଷ୍ଟ୍ରାଇକ୍‌ କରିଛି ପୁଟିନ ସେନା । ଫଳରେ ବିପଦ ଆହୁରି ବଢ଼ିଛି । ଜାପୋରଝିଆରେ ରହିଛି ୟୁରୋପର ସର୍ବ ବୃହତ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ । ଏହାପୂର୍ବରୁ ରୁଷ୍‌ ସେନାର ରକେଟ୍‌ ମାଡ଼ ଯୋଗୁ କ୍ଷତିଗ୍ରସ୍ତ ହୋଇଥିଲା ଆଣବିକ କେନ୍ଦ୍ର । ସର୍ବବୃହତ ପରମାଣୁ ଶକ୍ତି କେନ୍ଦ୍ରର ସୁରକ୍ଷା ପାଇଁ କିଭରେ ପହଞ୍ଚିଛି IAEAର ୧୪ ଜଣିଆ ଟିମ୍‌ । ଚଳିତ ସପ୍ତାହରେ ଜାପୋରଝିଆ ପହଞ୍ଚିବ ବିଶେଷଜ୍ଞ ଦଳ। ଏହି ସମୟରେ ରୁଷ ଜାପୋରଝିଆ ଉପରେ ଆକ୍ରମଣ କରିଛି । ନିକଟରେ ପାଓ୍ଵାର ଲାଇନ୍‌ରେ ଅଗ୍ନିକାଣ୍ଡ ପରେ ଜାପୋରଝିଆ ଆଣବିକ କେନ୍ଦ୍ର ଗ୍ରୀଡ୍‌ ଠାରୁ ବିଚ୍ଛିନ୍ନ ହୋଇ ଯାଇଥିଲା । ଅଳ୍ପକେ ବିକିରଣ ବିପର୍ଯ୍ୟୟରୁ ବର୍ତ୍ତି ଯାଇଥିଲା ୟୁରୋପ । ଜାପୋରଝିଆ ଆଣବିକ ଶକ୍ତି କେନ୍ଦ୍ର ଚାରିପାଖରୁ ସୈନ୍ୟ ହଟାଇବାକୁ ରୁଷ୍‌କୁ କହିଆସୁଛି ଆମେରିକା ।
ଏପଟେ ଘମାଘୋଟ ହେଉଛି ଯୁଦ୍ଧ । ପୁଣି ରୁଷ୍‌ ସେନାକୁ ୟୁକ୍ରେନ୍‌ର କଡ଼ା ଚେତାବନୀ । ଯଦି ବଞ୍ଚିବାକୁ ଚାହଁ, ୟୁକ୍ରେନ୍‌ ଛାଡ଼ି ଚାଲିଯାଅ । ଏ ଯୁଦ୍ଧ ଆମେ ଜିତିବୁ । ଯଦି ଫେରିବାକୁ ଡର ଲାଗୁଛି ତେବେ ଆତ୍ମସମର୍ପଣ କର ବୋଲି ଚେତାବନୀ ଦେଇଛନ୍ତି ରାଷ୍ଟ୍ରପତି ଜେଲେନ୍‌ସ୍କି । ରୁଷ୍‌ ହାତରୁ ଗୋଟିଏ ପରେ ଗୋଟିଏ ଅଞ୍ଚଳ ଛଡ଼ାଇ ଆଣୁଛି ୟୁକ୍ରେନ୍‌ । ୟୁକ୍ରେନ୍‌ ସୈନ୍ୟ ଦକ୍ଷିଣରେ କାଉଣ୍ଟର ଆଟାକ୍‌ ଆରମ୍ଭ କରିଛନ୍ତି । ଖେରସନ୍‌କୁ ପୁନଃ ଦଖଲ ପାଇଁ ଅପରେସନ୍‌ ଆରମ୍ଭ କରିଛି ୟୁକ୍ରେନ୍‌ ଆର୍ମୀ । ଆଜି ଶତ୍ରୁ ପକ୍ଷର ଆଡ୍ଡା ଉପରେ ଆର୍ଟିଲାରୀ ଆକ୍ରମଣ କରିଛି ୟୁକ୍ରେନ୍‌ । ୩ଟି ଡ୍ରୋନ ଓ ଗୋଟିଏ କ୍ରୁଜ ମିସାଇଲକୁ ନଷ୍ଟ କରିଛି ୟୁକ୍ରେନ ବାୟୁ ସେନା । ୧୮୮ ଦିନର ଯୁଦ୍ଧରେ ୪୭ ହଜାର ୫୫୦ ସେନା ହରାଇଛି ମସ୍କୋ । ଲଢୁଆ ବିମାନ ଓ ଟ୍ୟାଙ୍କ ବି ନଷ୍ଟ ହୋଇଛି । ଏପଟେ ସୁମି, ଓଡେଶା ଓ ଖାରକିଭରେ ରକେଟ ଓ ମିସାଇଲ ଆକ୍ରମଣ କରିଛି ମସ୍କୋ ।
୨୦୧୪ରେ କ୍ରିମିଆକୁ ୟୁକ୍ରେନ୍‌ ଠାରୁ ଛଡ଼ାଇ ନେଇଥିଲା ରୁଷ୍‌ । ଏହି ଯୁଦ୍ଧରେ ରୁଷ୍‌ ଦଖଲରୁ ସବୁ ଅଞ୍ଚଳ ମୁକ୍ତ କରିବା ସହ କ୍ରିମିଆକୁ ପୁଣି ଅଧିକାର କରିବାକୁ ପଣ କରିଛି ୟୁକ୍ରେନ୍‌ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.