ଯୌତୁକ ଜନିତ ବଧୂହତ୍ୟା ଅଭିଯୋଗ: ୪ ଜଣଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ କଲେ କଟକ ଅତିରିକ୍ତ ଜିଲ୍ଲା ଦୌରାଜଜ୍

କଟକ (କେନ୍ୟୁଜ): ଯୌତୁକ ଜନିତ ବଧୂହତ୍ୟା ଅଭିଯୋଗରେ ୧୦ ବର୍ଷ ସଶ୍ରମ କାରାଦଣ୍ଡ। କାରାଦଣ୍ଡାଦେଶ ନିର୍ଦ୍ଦେଶ ଦେଲେ କଟକ ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ୍। ସ୍ୱାମୀ, ଶ୍ୱଶୁର,ନଣନ୍ଦ ଓ ନଣନ୍ଦେଇ ଦୋଷୀ ସାବ୍ୟସ୍ତ। ମାହାଙ୍ଗା ମଲ୍ଲିପୁରାରେ ୨୦୧୩ ନଭେମ୍ବର ମାସରେ ହୋଇଥିଲା ବଧୂହତ୍ୟା।

ଅଧିକ ଯୌତୁକ ଦାବି କରି ହତ୍ୟା କରିଥିଲେ ଶାଶୁଘର ଲୋକ। ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ। ଜୋରିମାନା ଅନାଦେୟ ଅଧିକ ୬ ମାସ ଜେଲଦଣ୍ଡ। ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିଲେ ଅତିରିକ୍ତ ପବ୍ଲିକ ପ୍ରସ୍ୟୁକୁଟର ଦେବାଶିଷ ମହାକୁଡ଼।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.