Below header

ଗଜପତି: ବିରିକୋଟ ଗାଁ ପୋଲିସ ଉପରକୁ ଆକ୍ରମଣ ଘଟଣାରେ ୧୩ ଜଣ ଗିରଫ

ଗଜପତି: ଗଜପତି ଜ଼ିଲ୍ଲା ବିରିକୋଟ ଅଂଚଳରେ ଲକଡାଉନ ପେଟ୍ରୋଲିଙ୍ଗ ବେଳେ ପୋଲିସ ଉପରେ ଆକ୍ରମଣ ଘଟଣାରେ ୧୩ଜଣଙ୍କୁ ଗିରଫ କରାଯାଇଛି । ପୋଲିସ ଦ୍ୱାରା ଗିରଫ ହୋଇଥିବାଙ୍କ ମଧ୍ୟରେ ୨  ଜଣ ମହିଳା ଅଛନ୍ତି l ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ବିରିକୋଟ ଗ୍ରାମର ବୋଲି ସୂଚନା ମିଳିଛି | ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ସମୟରେ ପୋଲିସ ସେହି ଅଞ୍ଚଳରେ ମହଜୂତ ଥିବା ୫୦୦୦୦ ଲିଟର ମହୁଲି ପୋଚ ନଷ୍ଟ କରିବା ସହ ୪୪୦ ଲିଟର ଦେଶୀ ମଦ ଜବତ କରିଛି । ଏହା ସହ ମଦ ପ୍ରସ୍ତୁତି କରୁଥିବା ଅଭିଯୋଗ ରେ ୩ମହିଳାଙ୍କ ସମେତ ୧୧ ଜଣଙ୍କୁ ଗିରଫ କରିଛି l ଗିରଫ ହୋଇଥିବା ମୋଟ ୨୭ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ତରଫରୁ ସୂଚନା ଦିଆଯାଇଛି l ତେବେ ପୋଲିସ ଉପରେ ଆକ୍ରମଣ ଘଟଣା ର ମୁଖ୍ୟ ଅଭିଯୁକ୍ତ ଏଯାବତ ଫେରାର ଅଛି l

 

 

gajapati arrest 2

ସୂଚନା ଦେବା ଯୋଗ୍ୟ କି, ଲକଡାଉନ ପାଟ୍ରୋଲିଙ୍ଗ କରୁଥିବା ବେଳେ ଗଜପତି ଜ଼ିଲ୍ଲା ଅଡବା ପୋଲିସ ଉପରକୁ ଆକ୍ରମଣ ହୋଇଥିଲା l ୭ଜଣ କର୍ମଚାରୀଙ୍କୁ ନେଇ ପାଟ୍ରୋଲିଙ୍ଗ କରୁଥିବା ବେଳେ ବିରିକୋଟ ଗ୍ରାମଠାରେ କିଛି ଲୋକ ଏକାଠି ଜମା ଦେଖି ସେମାନଙ୍କ ନିକଟକୁ ଯାଇ ସେଠାରେ ଏକ ଜାରରେ ମହୁଲି ମଦ ଭର୍ତ୍ତି ଜାରକୁ ଜବତ କରିବାକୁ ଚେଷ୍ଟା କରିଥିଲେ ଦାୟିତ୍ୱରେ ଥିବା ପୋଲିସ । କିନ୍ତୁ ଉପସ୍ଥିତ ଥିବା ଜନସାଧାରଣମାନେ ଉତ୍ୟକ୍ତ ହୋଇ ପୋଲିସ ଗାଡି ଏବଂ କର୍ମଚାରୀ ମାନଙ୍କୁ ଆକ୍ରମଣ କରିଥିଲେ l ଏଥିରେ ପୋଲିସ ଗାଡିଟି ଭାଙ୍ଗିରୁଜି ଯାଇଥିବା ବେଳେ କିଛି କର୍ମଚାରୀ ମଧ୍ୟ ଆହତ ହୋଇଥିଲେ l ପରେ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛଡ଼ା ଯାଇଥିଲା ।

ଆକ୍ରମଣ ପରେ ଉତ୍ୟକ୍ତ ଲୋକେ ପୋଲିସ କର୍ମଚାରୀ ମାନଙ୍କୁ ଅଟକ ମଧ୍ୟ ରଖିଥିଲେ। ସେଠାରେ ବିଜୟ ନାୟକ ନାମକ ଜଣେ ବ୍ୟକ୍ତି ନିଜକୁ ମୋହନା ବିଧାୟକଙ୍କ ପିଏ ର ପରିଚୟ ଦେବାସହ ଡିୟୁଟି ରେ ଥିବା ଏସଆଇ ଚନ୍ଦନ କୁମାର ଦାସଙ୍କୁ ଚାକିରିରୁ ବାହାର କରିଦେବାର ଧମକ ମଧ୍ୟ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.