Below header

ହସ୍ପିଟାଲରେ ପିଜ୍ଜା ଡେଲିଭରି କରି କରୋନା ସଂକ୍ରମିତ ହୋଇଥିଲେ ଯୁବକ, ନିଜେ କଲେ ଖୁଲାସା

କରୋନା ସ୍ଥିତିକୁ ଆୟତରେ ଆଣିବାକୁ ସରକାର ଯେତେ ଉପାୟ ଆପଣାଇଲେ ମଧ୍ୟ କୌଣସି ନା କୌଣସି ବାଟରେ ଏହା ବ୍ୟାପୁଛି। ଦିଲ୍ଲୀରେ ଜଣେ ପିଜ୍ଜା ଡେଲିଭରି ବୟ ଠାରେ କରୋନା ପଜିଟିଭ ମିଳିଛି। ଏହା ଜଣାପଡ଼ିବା ପରେ ସେ ଡେଲିଭରି ଦେଇଥିବା ୭୨ ଟି ପରିବାରକୁ ହୋମ କ୍ୱାରେଣ୍ଟାଇନରେ ରଖାଯାଇଛି। ସେ ଆଉ କେଉଁମାନଙ୍କ ସଂସ୍ପର୍ଶରେ ଆସିଛି ସେନେଇ ଆହୁରି ପଚରାଉଚରା ଚାଲିଛି।

This story about a midnight pizza delivery for a terminally ill ...

ଏହି ଡେଲିଭରି ବୟ ଏକ ନାମୀଦାମୀ କମ୍ପାନୀରେ କାମ କରୁଥିବା ଜଣାଯାଇଛି। ପଚରାଉଚରା କରିବା ବେଳେ ସେ କହିଥିଲା ଯେ ସେ ମୋଟ ୭୨ ଜଣଙ୍କୁ ପିଜ୍ଜା ଦେଇଛି। ଏସବୁ ପରିବାରକୁ ବୁଧବାରଠାରୁ ହୋମ କ୍ୱାରେନଟାଇନରେ ରହିବାକୁ କୁହାଯାଇଛି।

ଅନ୍ୟପଟେ ଦକ୍ଷିଣ ଦିଲ୍ଲୀ ଜିଲ୍ଲାର ଜିଲ୍ଲାଧିକାରୀ ବିଏମ୍ ମିଶ୍ର କହିଛନ୍ତି ଯେ କରୋନା ଭାଇରସ ପଜିଟିଭ ମିଳିଥିବା ଏହି ଯୁବକ ପିଜ୍ଜା କମ୍ପାନୀର ଚେନ୍ ସହ ଜଡ଼ିତ। ତାଙ୍କ ସଂସ୍ପର୍ଶରେ କମ୍ପାନୀର ଅନ୍ୟ ସଦସ୍ୟମାନେ ବି ଆସିଛନ୍ତି। ଫଳରେ ସଂକ୍ରମଣ ବଢିବା ଆଶଙ୍କା ରହିଛି।

ସୂଚନା ମୁତାବକ ସମ୍ପୃକ୍ତ ଡେଲିଭରି ବୟ ମାର୍ଚ୍ଚ ମାସ ଶେଷ ସପ୍ତାହରେ ଶେଷ ଥର ପାଇଁ ପିଜ୍ଜା ଡେଲିଭରି କରିଥିଲା। ସେହି ସମୟରେ ସେ କେତେକ କରୋନା ରୋଗୀ ଚିକିତ୍ସିତ ହେଉଥିବା ମେଡିକାଲକୁ ମଧ୍ୟ ଯାଇଥିଲା। ଏଣୁ ସେଠାରୁ ସେ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.