କବାଟ ବାହାରେ ଡାକ୍ତର ବାପାଙ୍କୁ ଦେଖି ଜୋରରେ କାନ୍ଦିବାକୁ ଲାଗିଲା ଏହି କୁନି ଝିଅ, ହେଲେ ଭିତରୁ ପଡିଥିଲା ତାଲା, ତା’ ପରେ କଣ ହେଲା ଦେଖନ୍ତୁ ଭିଡ଼ିଓ

କରୋନା ଭାଇରସକୁ ହରାଇବା ପାଇଁ ଡାକ୍ତରମାନେ ଦିନରାତି ଏକ କରିଦେଇଛନ୍ତି। ନିଜ ପରିବାରକୁ ସମୟ ନ ଦେଇ ହସ୍ପିଟାଲରେ ରୋଗୀ ସେବା କରୁଛନ୍ତି। ତେବେ ଏହାରି ଭିତରେ ଏକ ହୃଦୟସ୍ପର୍ଶୀ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରଲ ହେଉଛି, ଯାହାକୁ ଦେଖିଲେ ଆପଣଙ୍କ ଆଖିରୁ ବି ଲୁହ ଝରି ଆସିବ।

ଭିଡ଼ିଓରେ ଦେଖିବାକୁ ମିଳୁଛି କି, ଜଣେ ଡାକ୍ତର ବାପା ଯେତେବେଳେ ଘର ବାହାରେ ଆସି ଛିଡା ହେଉଛନ୍ତି ସେତେବେଳେ ତାଙ୍କ ଝିଅ ତାଙ୍କୁ ଦେଖି ଜୋରରେ କାନ୍ଦିବାକୁ ଲାଗୁଛି। ଡାକ୍ତର ଜଣକ କବାଟ ବାହାରେ ଥାଇ କାଚ ସାହାଯ୍ୟରେ ଝିଅକୁ ଦେଖୁଛନ୍ତି। ତା’ ପରେ ସେ ତଳେ ବସିଯାଇ ଝିଅକୁ ଦୂରରୁ ହ୍ୟାଲୋ କହୁଛନ୍ତି। ସେପଟେ ବାପାଙ୍କୁ ଦେଖି ଝିଅ ଆଉ ସମ୍ଭାଳି ରହିପାରୁନି ଏବଂ ଆଲିଙ୍ଗନ କରିବା ପାଇଁ କବାଟ ଖୋଲିବାକୁ ବାହାରି ଆସୁଛି। କିନ୍ତୁ ପୂର୍ବରୁ ହିଁ କବାଟକୁ ବନ୍ଦ କରି ଦିଆଯାଇଛି। କରୋନା ଭାଇରସର ଭୟ ଥିବାରୁ ବାପା ଝିଅ ପାଖକୁ ଆସିବାକୁ ଚାହୁଁନାହାନ୍ତି। ଝିଅ ଜୋରରେ କାନ୍ଦି ଉଠିବାରୁ ବାପା ତାକୁ ଫ୍ଲାଇଙ୍ଗ କିସ ଦେଉଛନ୍ତି ଏବଂ ପୁଣିଥରେ ହସ୍ପିଟାଲ ଚାଲିଯାଉଛନ୍ତି।

ମଧୁର ନାମକ ଜଣେ ଟୁଇଟର ୟୁଜର ଏହି ଭିଡ଼ିଓକୁ ସେୟାର କରିଛନ୍ତି। ଏହାସହିତ ସେ କ୍ୟାପସନ ଲେଖିଛନ୍ତି ଯେ ‘ଏହି ଦୃଶ୍ୟକୁ ଦେଖି ମୁଁ ବହୁତ ଦୁଃଖିତ ଅନୁଭବ କରୁଛି’। ଭିଡ଼ିଓକୁ ଏ ପର୍ଯ୍ୟନ୍ତ 65 ହଜାରରୁ ଅଧିକ ଭିୟୁଜ ମିଳିସାରିଥିବା ବେଳେ 5 ହଜାରରୁ ଅଧିକ ଲାଇକ ଏବଂ ହଜାରରୁ ଅଧିକ ରିଟୁଇଟ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.