Below header

ଲକ ଡାଉନ ସମୟରେ ନିଜକୁ ଏମିତି ଫିଟ ରଖିଛନ୍ତି ପପ ଷ୍ଟାର ୟୋ ୟୋ ହନି ସିଂହ, ଫଟୋ ଦେଖି ଫ୍ୟାନ୍ସ ଦେଲେ ଏମିତି ମତ…

କରୋନାଭାଇରସ କାରଣରୁ ଭାରତରେ ଆସନ୍ତା ମେ 3 ତାରିଖ ପର୍ଯ୍ୟନ୍ତ ଲକ ଡାଉନ ବା ତାଲା ବନ୍ଦ ପରିସ୍ଥିତି ଜାରି କରାଯାଇଛି । ଏପରି ସମୟରେ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଘରେ ହିଁ ରହିବାକୁ ପଡୁଛି । ଏହି ସମୟ ଭିତରେ ଏମାନେ ସମୟ ଅତିବାହିତ କରିବାର ନୂଆ ନୂଆ ଉପାୟ ମାନ ବାହାର କରୁଛନ୍ତି । ସେଲିବ୍ରିଟି ମାନଙ୍କ ଭିତରୁ କିଏ ଘରେ ରହି ନୂଆ ଖାଦ୍ୟ ରାନ୍ଧୁଛନ୍ତି ତ, କିଏ ଗୀତ ଗାଉଛନ୍ତି । ଆଉ କିଏ ଘରର ଅନ୍ୟାନ କାମ କରି ସମୟ କାଟୁଛନ୍ତି । କିନ୍ତୁ ଆପଣ ହୁଏତ ଜାଣି ନଥିବେ ଏମିତି ଜଣେ ସେଲିବ୍ରିଟି ଅଛନ୍ତି ଯିଏ ଲକ ଡାଉନ ସମୟରେ ନିଜ ବଡ଼ି ବିଲ୍ଡି କରିବାରେ ଲାଗିପଡିଛନ୍ତି ।

 

ଏହି ସେଲିବ୍ରିଟି ଜଣଙ୍କ ଆଉ କେହି ନୁହନ୍ତି, ସେ ହେଉଛନ୍ତି ଲୋକପ୍ରିୟ ପପ ଷ୍ଟାର ତଥା ମ୍ୟୁଜିକ କମ୍ପୋଜର ୟୋ ୟୋ ହନି ସିଂହ । ନିଜ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ନିଜ ଫଟୋ ପୋଷ୍ଟ କରି ଫ୍ୟାନ୍ସ ମାନଙ୍କୁ ଏବାବଦରେ ସୂଚନା ଦେଇଛନ୍ତି । ଫଟୋ ସେୟାର କରି ହନି ସିଂହ ଲେଖିଛନ୍ତିକି, “ମୁଁ ଆପଣଙ୍କୁ ପୂର୍ବରୁ କହିଥିଲିକି ପ୍ରସ୍ତୁତି ଜାରି ରହିଛି । ମୋ ମତରେ ଏହା ହେଉଛି ସମୟ ଅତିବାହିତ କରିବାର ସବୁଠୁ ଉତ୍ତମ ଉପାୟ । ହନି ସିଂହ ନିଜର ବ୍ୟାୟାମ କରୁଥିବା ସମୟର ଦୁଇଟି ଫଟୋ ସେୟାର କରି ଏପରି ଲେଖିଛନ୍ତି ।” ଅନ୍ୟପକ୍ଷରେ ହନିଙ୍କ ଦମଦାର ବଡ଼ି ଫଟୋ ଦେଖି ତାଙ୍କ ଫ୍ୟାନ୍ସ ମାନେ ବି ଉତ୍ସାହିତ ହୋଇପଡିଛନ୍ତି । ହନିଙ୍କ ଫଟୋ ପୋଷ୍ଟ ପରେ ତାଙ୍କର ଜଣେ ପ୍ରଶଂସଙ୍କ ଏବାବଦରେ ଲେଖିଛନ୍ତିକି, ଏବେକା ସମୟରେ ଜଙ୍ଗଲରେ ଏକ ପ୍ରକାର ନୀରବତା ଜାରି ରହିଛି । ମୋତେ ଲାଗୁଚି ଯେମିତି ଏକ ପୁରୁଣା ଜଙ୍ଗଲୀ ସିଂହ ଫେରି ଆସିଛି ।

ଏବାବଦରେ ପଂଜାବୀ ସିଙ୍ଗର ଜଯି ବି ଲେଖିଛନ୍ତିକି, “ନୋ ପେନ ନୋ ଗେନ ….। ତମେ ଆଜି ଖୁବ ସୁନ୍ଦର ଦେଖାଯାଉଛ ଭାଇ । ଏମିତିକି ମୋ ଗାର୍ଲ ଫ୍ରେଣ୍ଡ ବି ତମକୁ ଚିନହୀ ପାରୁନି |” ଏଠାରେ କହି ରଖିବା ଉଚିତ ହେବକି, ଦୁଇ ଦିନ ପୂର୍ବରୁ ହିଁ ହନି ସିଂହଙ୍କ ନୂଆ ଗୀତ “ମାସକୋ ଶୁକୋ” ରିଲିଜ ହୋଇଛି । ଟି- ସିରିଜ କମ୍ପାନୀର ଏହି ଗୀତ କୁ ଏଯାବତ ୟୁଟ୍ୟୁବରେ 10 ମିଲିୟନରୁ ଅଧିକ ଲୋକ ଦେଖିସାରିଲେଣି । ଏହି ଗୀତରେ ହନିଙ୍କ ବ୍ୟତୀତ ନେହା କକର ବି ସ୍ୱର ଦେଇଛନ୍ତି | ଏହି ଗୀତ ପଂଜାବୀ ଓ ରୁଷ ଭାଷାରେ ରିଲିଜ ହୋଇଛି । ନିଜେ ହନି ସିଂହ ନିଜେ ହିଁ ଏହାକୁ ଲେଖିବା ସହ କମ୍ପୋଜ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.