5T ଉପକ୍ରମରେ ରୂପାନ୍ତରିତ ହେବ ନୟାଗଡ଼ ଜିଲ୍ଲାର ସମସ୍ତ ଯୁକ୍ତ ୩ ଓ ଯୁକ୍ତ ୨ କଲେଜ, ଦୁଇ ଦିନିଆ ଗ୍ରସ୍ତ କରି ସୂଚନା ଦେଲେ ପାଣ୍ଡିଆନ୍

ରଣପୁର ସିଏଚସି ପରିଦର୍ଶନ କରି ବିଭିନ୍ନ ୱାର୍ଡରେ ରୋଗୀ ଓ ସଂପର୍କୀୟଙ୍କ ସହ ଆଲୋଚନା କରିଥିଲେ। ଆମ ହସ୍‌ପିଟାଲ ଉପକ୍ରମରେ ନିର୍ମାଣାଧୀନ ୩୦ଶଯ୍ୟା ବିଶିଷ୍ଟ ସିଏଚସିର ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଥିଲେ। ଧାର୍ଯ୍ୟ ସମୟ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

କେନ୍ୟୁଜ୍(ବ୍ୟୁରୋ):  5T ଉପକ୍ରମରେ ରୂପାନ୍ତରିତ ହେବ ନୟାଗଡ଼ ଜିଲ୍ଲାର ସମସ୍ତ ଯୁକ୍ତ ୩ ଓ ଯୁକ୍ତ ୨ କଲେଜ । ବିକଶିତ ହେବ ରଣପୁରର ଆରାଧ୍ୟ ଦେବୀ ମାଆ ମଣିନାଗଙ୍କ ମନ୍ଦିର। ଦୁଇଦିନିଆ ନୟାଗଡ଼ ଗସ୍ତରେ ଯାଇ ବିକାଶର ନକ୍‌ସା ପ୍ରସ୍ତୁତ କରିଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ପ୍ରଥମେ ରଣପୁରର ତଳମଣିନାଗ ମନ୍ଦିର ଓ ପରେ ଜଗନ୍ନାଥ ମନ୍ଦିରରେ ଦର୍ଶନ କରି ମନ୍ଦିରର ଉନ୍ନତି ନେଇ ପୂଜକ ଓ ପରିଚାଳନା କମିଟି ସହ ଆଲୋଚନା କରିଥିଲେ । ରଣପୁର ସିଏଚସି ପରିଦର୍ଶନ କରି ବିଭିନ୍ନ ୱାର୍ଡରେ ରୋଗୀ ଓ ସଂପର୍କୀୟଙ୍କ ସହ ଆଲୋଚନା କରିଥିଲେ। ଆମ ହସ୍‌ପିଟାଲ ଉପକ୍ରମରେ ନିର୍ମାଣାଧୀନ ୩୦ଶଯ୍ୟା ବିଶିଷ୍ଟ ସିଏଚସିର ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଥିଲେ। ଧାର୍ଯ୍ୟ ସମୟ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ପରେ ବାଘାସାମନ୍ତ ମିନି ଷ୍ଟାଡିୟମରେ ସାଧାରଣ ଲୋକଙ୍କ ଠାରୁ ବିଭିନ୍ନ ଅଭିଯୋଗପତ୍ର ଗ୍ରହଣ କରିଥିଲେ। ଦଶପଲ୍ଲା ବ୍ଲକର ଦଶପଲ୍ଲାର ନେତାଜୀ ମୈଦାନରେ ସାଧାରଣ ଲୋକଙ୍କୁ ଭେଟିଥିଲେ। ପରେ ମହାବୀର ମନ୍ଦିରରେ ଦର୍ଶନ କରିବା ସହ ଏହାର ଉନ୍ନତି ନେଇ ନକ୍‌ସା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମିସନ ଶକ୍ତି କାଫେ ଯାଇ ସେଠାରେ ମଧ୍ୟାହ୍ନ ଭୋଜନ କରିଥିଲେ। ଭାପୁର ବ୍ଲକ ଗସ୍ତ କରି ମହୋତ୍ସବ ପଡ଼ିଆରେ ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ସେମାନଙ୍କ ଅଭିଯୋଗପତ୍ର ଗ୍ରହଣ କରିଥିଲେ । ପରେ ଖଣ୍ଡପଡ଼ା ଗସ୍ତ କରିଥିଲେ ଭିକେ ପାଣ୍ଡିଆନ। ମଧୁବନ ମିନି ଷ୍ଟାଡିୟମରେ ସାଧାରଣ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ଠାରୁ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ।

ନୟାଗଡ଼ ଜିଲ୍ଲା ମୁଖ୍ୟଡାକ୍ତରଖାନା ଗସ୍ତ କରି ବିଭିନ୍ନ ୱାର୍ଡ ବୁଲି ଦେଖିବା ସହ ରୋଗୀ ଓ ସଂପର୍କୀୟଙ୍କ ସହ ଆଲୋଚନା କରିଥିଲେ। ଆମ ହସପିଟାଲ ଉପକ୍ରମରେ ନିର୍ମାଣାଧୀନ ଶହେ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାର ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ। ଧାର୍ଯ୍ୟ ସମୟରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଭିକେ ପାଣ୍ଡିଆନ। ପ୍ରତିକୂଳ ପାଗ ଓ ବର୍ଷା ସତ୍ତ୍ୱେ ପ୍ରବଳ ଜନସମାଗମ ହୋଇଥିଲା।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.