ଅନ୍ତିମ ଯାତ୍ରାରେ ଅଟଳ : ସ୍ମୃତିସ୍ଥଳରେ ଶେଷକୃତ୍ୟ ପାଇଁ ପ୍ରସ୍ତୁତି

ନୂଆଦିଲ୍ଲୀ (କେନ୍ୟୁଜ୍‌) : ଅନ୍ତିମ ଯାତ୍ରାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ଏହି ଲୋକପ୍ରିୟ ନେତାଙ୍କର ମରଶରୀରକୁ ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରୁ ସ୍ମୃତିସ୍ଥଳକୁ ନିଆଯାଇଛି । ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ସଂସ୍କାର କରାଯାଉଛି । ଶୋଭାଯାତ୍ରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ଦେଶ ବିଦେଶରୁ ଆସିଥିବା ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଛନ୍ତି । ହଜାର ହଜାର ସାଧାରଣ ଜନତା ସାମିଲ ହୋଇଛନ୍ତି । ପଣ୍ଡିତଙ୍କ ମନ୍ତ୍ରୋଚ୍ଚାରଣ ସହ ବିଭିନ୍ନ ଧର୍ମର ଧର୍ମଗ୍ରନ୍ଥ ପାଠ କରାଯାଉଛି । ବିଜେପି କାର୍ଯ୍ୟାଳୟରୁ ସ୍ମୃତିସ୍ଥଳ ପ୍ରାୟ ୪ କିଲୋମିଟର ଧରି ଶୋଭାଯାତ୍ରା ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.