କରୋନା ପାଇଁ ନିଆଗଲା ନିଷ୍ପତ୍ତି, ଏବେ ପିଲାଙ୍କୁ ଦିଆଯିବ Pfizer-BioNotech ଭ୍ୟାକସିନ

ସାରା ଦୁନିଆରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ଗତ ବର୍ଷ ଅପେକ୍ଷା କରୋନାର ୨ୟ ଲହର ଏବେ ବେଶି ମାରାତ୍ମକ ହେବାରେ ଲାଗିଛି । ମଣିଷ ଜୀବନ ବହୁ ମୂଲ୍ୟବାନ । ତେଣୁ ସରକାର ଏହି ମହାମାରୀରୁ ଲୋକଙ୍କୁ ରକ୍ଷା କରିବା ନିମିତ୍ତ ଭ୍ୟାକସିନ ବାହାର କରିଛନ୍ତି । ଏହି କ୍ରମରେ ପ୍ରଥମେ ବୟସ୍କ ଲୋକଙ୍କୁ ଭ୍ୟାକସିନ ଦେବାର ବ୍ୟବସ୍ଥା କରାଯାଇଥିଲା । ପରେ ୧୮ -୪୪ ବର୍ଷ ଥିବା ବ୍ୟକ୍ତି ବିଶେଷ ଏହି କ୍ରମରେ ସାମିଲ ହେଲେ । ଏବେ ପିଲାଙ୍କ ଜୀବନକୁ ଦୃଷ୍ଟିରେ ରଖି ସେମାନଙ୍କୁ ଭ୍ୟାକସିନ ଦେବା ପାଇଁ ନିଷ୍ପତ୍ତି କରାଯାଇଛି ।

କରୋନା ପାଇଁ ଏଭଳି ଜଟିଳ ପରିସ୍ଥିତି ଉପୁଯିଛି । ଏହାକୁ ଧ୍ୟାନରେ ରଖି ଆମେରିକାର ଖାଦ୍ୟ ଓ ଔଷଧ ପ୍ରଶାସନ(Food and Drug Administration) ପକ୍ଷରୁ ସୋମବାରଏକ ନିଷ୍ପତ୍ତି ନିଆଯାଇଛି । ଏହା ଅନୁଯାୟୀ ୧୨ ରୁ ୧୫ ବର୍ଷ ପିଲାଙ୍କୁ Pfizer-BioNotech ଭ୍ୟାକସିନକୁ ଆପତ୍ତିକାଳୀନ ସ୍ଥିତିରେ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

43
pc: By Newstrack

ସାରା ଦୁନିଆରେ ଭ୍ୟାକସିନ ଦେବା ରାଷ୍ଟ୍ର ମଧ୍ୟରୁ ଭାରତ ଏବେ ପ୍ରଥମ ସ୍ଥାନରେ ଅଛି । ଭାରତରେ ୧୭ କୋଟିରୁ ଅଧିକ ଟିକା ଦିଆ ସରିଲାଣି ।
ପ୍ରଥମେ ୪୫ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ଲୋକଙ୍କୁ ଏହି ଟିକା ଦିଆଯାଇଥିଲା । ପରେ ୧୮ ରୁ ୪୪ ବର୍ଷ ମଧ୍ୟରେ ଥିବା ବ୍ୟକ୍ତିଙ୍କୁ ଏହି ଟିକା ଦିଆଯାଉଛି । ଏହାସହ ଫ୍ରଣ୍ଟ ଲାଇନରେ ରହି କାମ କରୁଥିବା କର୍ମଚାରୀଙ୍କର ମଧ୍ୟ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସେମାନଙ୍କୁ ଭ୍ୟାକସିନ ଦେବା ସହ ଜୀବନ ବୀମାର ସୁବିଧା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.