Below header

ଚଳିତ ବର୍ଷ ଅମରନାଥ ଯାତ୍ରା କରିବାକୁ ଚାହୁଁଥିଲେ ଶୀଘ୍ର କରନ୍ତୁ ପଞ୍ଜୀକରଣ, ଦେଖନ୍ତୁ ବାବାଙ୍କ ପ୍ରଥମ ଫଟୋ

ଅମରନାଥ ଯାତ୍ରାରେ ଯାଉଥିବା ତୀର୍ଥଯାତ୍ରୀଙ୍କ ପାଇଁ ଖୁସି ଖବର ଆସି ପହଁଚି ସାରିଛି । ତୁଷାର ଶିବ ଲିଙ୍ଗର ପ୍ରଥମ ଚିତ୍ର ପବିତ୍ର ଅମରନାଥ ଗୁମ୍ଫାରୁ ସାମ୍ନାକୁ ଆସିଛି ।

ବର୍ତ୍ତମାନ ଧାର୍ମିକ ଯାତ୍ରା କରିବାର ସମୟ ଆରମ୍ଭ ହୋଇସାରିଛି । ଏହି କାରଣରୁ କେଦାରନାଥ ଏବଂ ବଦ୍ରିନାଥଙ୍କ ସହ ଅମରନାଥ ଯାତ୍ରା ମଧ୍ୟ ଆରମ୍ଭ ହେବାକୁ ଯାଉଛି । ଶିବ ଭକ୍ତମାନଙ୍କ କହିବା ଅନୁଯାୟୀ ଏହି ଯାତ୍ରା କଠିନ ହୋଇଥିଲେ ମଧ୍ୟ ସେଠାରେ ପହଞ୍ଚିବା ପରେ ଶାନ୍ତି ମିଳିଥାଏ । ବାବା ବର୍ଫାନୀ ବା ଅମରନାଥଙ୍କ ପ୍ରତି ଭକ୍ତି ଭାବ କେବଳ ଭାରତୀୟଙ୍କଠାରେ ନୁହେଁ, ବିଦେଶୀମାନଙ୍କ ମଧ୍ୟରେ ମଧ୍ୟ ଦେଖିବାକୁ ମିଳିଥାଏ ।

ଅମରନାଥ ଯାତ୍ରାରେ ଯିବାକୁ ଚାହୁଁଥିବା ତୀର୍ଥଯାତ୍ରୀଙ୍କ ପାଇଁ ଖୁସି ଖବର ଆସି ପହଁଚି ଯାଇଛି । ତୁଷାର ଶିବ ଲିଙ୍ଗର ପ୍ରଥମ ଚିତ୍ର ପବିତ୍ର ଅମରନାଥ ଗୁମ୍ଫାରୁ ସାମ୍ନାକୁ ଆସିଛି । ପ୍ରତିବର୍ଷ ଶୀତ ଋତୁରେ ଏଠାରେ ହେଉଥିବା ବରଫପାତ ଶିବଲିଙ୍ଗର ରୂପ ନେଇଥାଏ ଏବଂ ମେ-ଜୁନ୍ ମାସରେ ଏହି ଶିବଲିଙ୍ଗ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି ଭକ୍ତ । ଚଳିତ ବର୍ଷ ଶିବଲିଙ୍ଗର ଉଚ୍ଚତା ପ୍ରାୟ ୮ଫୁଟ ହୋଇଥିବା ନେଇ ଖବର ମିଳିଛି । ଅମରନାଥ ଯାତ୍ରା ସମୟରେ ଦେଶର ବିଭିନ୍ନ ସ୍ଥାନରୁ ଲକ୍ଷ ଲକ୍ଷ ଭକ୍ତ ଅମରନାଥ ଗୁମ୍ଫାରେ ନିର୍ମିତ ଏହି ଶିବଲିଙ୍ଗଙ୍କୁ ଦେଖିବା ସହିତ ପୂଜା କରିବାକୁ ଛୁଟି ଆସିଥାନ୍ତି ।

ଚଳିତ ବର୍ଷ ଅମରନାଥ ଯାତ୍ରା ୨୯ଜୁନ୍ ରୁ ଆରମ୍ଭ ହେବାକୁ ଯାଉଛି । ଏହି ଯାତ୍ରା ପ୍ରାୟ ୫୦ ଦିନ ପର୍ଯ୍ୟନ୍ତ ଜାରି ରହିବ । ଯାହା ଚଳିତ ବର୍ଷ ଅଗଷ୍ଟ ୧୯, ରାକ୍ଷୀ ପୂର୍ଣ୍ଣିମା ଦିନ ଶେଷ ହେବ । ଜୁନ୍ ୨୯ ରୁ ଆରମ୍ଭ ହେବାକୁ ଥିବା ଏହି ଅମରନାଥ ଯାତ୍ରା ପାଇଁ ପଞ୍ଜୀକରଣ ଆସନ୍ତା ଏପ୍ରିଲ ୧୫ ତାରିଖଠାରୁ ଆରମ୍ଭ ହେବାକୁ ଯାଉଛି । ଯେକୌଣସି ଭକ୍ତ ଯିଏ ଏହି ଯାତ୍ରାରେ ଯିବାକୁ ଚାହୁଁଛନ୍ତି, ଅଫିସିଆଲ୍ ୱେବସାଇଟ୍ https://jksasb.nic.in ରେ ପଞ୍ଜୀକରଣ କରିପାରିବେ ।

ଏହି ବାର୍ଷିକ ଅମରନାଥ ଯାତ୍ରା ଦୁଇଟି ମାର୍ଗରେ ହୋଇଥାଏ । ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ପାରମ୍ପରିକ ୪୮ କିମି ଲମ୍ବା ନୁନଓ୍ଵାନ-ପହଲଗାମ ରାସ୍ତା ଏବଂ ଗନ୍ଦେରବଲ୍‌ ଜିଲ୍ଲାରେ ୧୪ କିମି ଲମ୍ବା ବାଲଟାଲ ରାସ୍ତାରୁ ଆରମ୍ଭ ହୋଇଥାଏ ଏହି ଯାତ୍ରା । ଏହି ଯାତ୍ରାର ଆୟାଜନ ଜମ୍ମୁ-କାଶ୍ମୀର ସରକାର ଏବଂ ଶ୍ରୀ ଅମରନାଥ ଜୀ ସାଇନ୍ ବୋର୍ଡର ମିଳିତ ସହଯୋଗରେ କରାଯାଇଥାଏ ।

ଏହି ଅମରନାଥ ମନ୍ଦିରକୁ ହିନ୍ଦୁ ମାନଙ୍କର ସବୁଠୁ ପବିତ୍ର ମନ୍ଦିର ମାନଙ୍କ ଭିତରେ ଗଣାଯାଇଥାଏ । ଯାହାକୁ ନେଇ ରହିଛି ଅନେକ କିମ୍ବଦନ୍ତୀ । ଏହି ମନ୍ଦରକୁ ୫୧ ଶକ୍ତି ପୀଠ ଭିତରେ ରଖାଯାଇଛି । ଏହା ସହିତ ଏକଥା ବି ବର୍ଣ୍ଣିତ ରହିଛି ଯେ ଏହି ସ୍ଥାନରେ ମହାଦେବ ମାତା ପାର୍ବତୀଙ୍କୁ ଜୀବନ ଏବଂ ଅନନ୍ତକାଳର ରହସ୍ୟ ବିଷୟରେ କହିଥିଲେ । ଏହି ମନ୍ଦିରର ଅଧିକାଂଶ ସ୍ଥାନ ବରଫରେ ଢାଙ୍କି ହୋଇ ରହିଥାଏ । ଗରମ ସମୟରେ ଏହି ମନ୍ଦିରକୁ ବହୁତ କମ୍ ସମୟ ପାଇଁ ଖୋଲା ରଖାଯାଥାଏ ।

ଏହି ୪୦ ମିଟର ଉଚ୍ଚ ଗୁମ୍ଫା ପରି ମନ୍ଦିରରେ ପହଞ୍ଚିବା ପାଇଁ ଭକ୍ତମାନଙ୍କୁ ପ୍ରାୟ ୩୫ ରୁ ୪୮ କିଲୋମିଟର ଯାତ୍ରା କରିବାକୁ ପଡିଥାଏ । ଏହି ଅମରନାଥ ମନ୍ଦିରର ଗୁମ୍ଫା ୧୨,୭୫୬ ଫୁଟ ଉଚ୍ଚରେ ଅବସ୍ଥିତ । ଏହାର ଅବସ୍ଥାନ ଏବଂ ପରିବେଶ କାରଣରୁ ଏହି ତୀର୍ଥଯାତ୍ରା ଭାରି କଷ୍ଟକର । ତେଣୁ ବାବାଙ୍କୁ ଦର୍ଶନ କରିବାକୁ ଇଚ୍ଛୁକ ଭକ୍ତମାନେ ଏତେ ଉଚ୍ଚତା ଏବଂ ଦୂରତାକୁ ଯିବାକୁ ହେଲେ ପ୍ରଥମେ ସୁସ୍ଥ ରହିବା ନିହାତୀ ଆବଶ୍ୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.