Below header

ଆସନ୍ତାକାଲି ଓଡ଼ିଶା ଆସିବେ ପୁରୁଷ ଓ ମହିଳା ହକି ଟିମ୍‌ର ଖେଳାଳୀ, ସମ୍ବର୍ଦ୍ଧନା ପାଇଁ ବ୍ୟାପକ ବ୍ୟବସ୍ଥା

ଭୁବନେଶ୍ୱର(କେନ୍ୟୁଜ୍‌) : ଆସନ୍ତାକାଲି ଓଡ଼ିଶା ଆସିବେ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ପୁରୁଷ ହକି ଟିମ । ସେହିପରି ଅଲମ୍ପିକ୍ସର ଭାଗନେଇଥିବା ଭାରତୀୟ ମହିଳା ହକି ଦଳ ମଧ୍ୟ ଆସିବେ । ଉଭୟ ଟିମ୍କୁ ସ୍ୱାଗତ ପାଇଁ ଭୁବନେଶ୍ୱରରେ ବ୍ୟାପକ ପ୍ରସ୍ତୁତି ହୋଇଛି ।

ଓଡ଼ିଶା ସରକାର ଉଭୟ ଦଳର ପ୍ରାୟୋଜକ ଥିବାରୁ ସମ୍ବର୍ଦ୍ଧନା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ଓଡ଼ିଶା ଆସିବାକୁ ନିମନ୍ତ୍ରଣ କରିଥିଲେ । ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଆସନ୍ତାକାଲି ଦିନ ୧୧ଟାରେ ଭୁବନେଶ୍ୱର ବିମାନବନ୍ଦରରେ ୨ ହକି ଦଳ ପହଞ୍ଚିବେ । ଉଭୟ ମହିଳା ଓ ପୁରୁଷ ହକି ଦଳ ସ୍ୟାଣ୍ଡି ଟାଓ୍ଵାରରେ ରହିବେ ।

ସେଠାରେ ସେମାନଙ୍କ ପାଇଁ ୪୦ଟି ରୁମ୍ ବୁକ୍ କରାଯାଇଛି । କୋଭିଡ କଟକଣା ଭିତରେ ସେମାନଙ୍କୁ ସ୍ୱାଗତ କରିବା ପାଇଁ ହୋଟେଲ୍ ପକ୍ଷରୁ ବ୍ୟବସ୍ଥା ହୋଇଛି । ସେମାନଙ୍କ ପାଇଁ ମନ ପସନ୍ଦର ଖାଦ୍ୟ ତିଆରି କରାଯାଉଥିବା କହିଛନ୍ତି ସ୍ୟାଣ୍ଡି ଟାଓ୍ଵାରର ସେଫ୍ । ଖେଳାଳିଙ୍କ ରହଣୀ ପାଇଁ ରୁମ୍ ଗୁଡିକୁ ସାନିଟାଇଜ୍ ସହ ସୁନ୍ଦର ଭାବେ ସଜାଯାଇଛି ।

ଖେଳାଳିଙ୍କ ମନପସନ୍ଦର ଖାଦ୍ୟରେ ଭେଜ୍ରେ ଷ୍ଟାର୍ଟର ଭାବେ ସୁଫିଆନ୍ ପନିର ଟିକ୍କା, କ୍ରିସପି କର୍ଣ୍ଣ କବାବ୍, ନନ୍ ଭେଜ୍ରେ ଚିକେନ୍, ଚିଙ୍ଗୁଡି ଓ ମାଛର ବିଭିନ୍ନ ଷ୍ଟାର୍ଟର ରହିଛି । ଭେରାଇଟି ସୁପ୍ ପ୍ରସ୍ତୁତ କରାଯାଉଛି । ବିଭିନ୍ନ ପ୍ରକାର ନନ ଭେଜ୍ ବିରିୟାନୀ ସେମାନଙ୍କୁ ପରଷାଯିବ । ମିଠାରେ ଛେନା ପୋଡ଼, ରସଗୋଲା, ଗୁଲାବ ଜାମୁ ଦିଆଯିବ ।

ଭାରତୀୟ ହକି ଟିମ୍ ଖେଳାଳିଙ୍କ ଆସିବା, ରହଣୀ ଓ ସମ୍ମାନିତ କରିବା ସ୍ଥାନକୁ ନେବାଆଣିବା ଯାଏ ସମସ୍ତ ସୁରକ୍ଷା ବ୍ୟବସ୍ଥା କମିଶନରେଟ ପୋଲିସ ପକ୍ଷରୁ କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.