୨୦୦ରୁ ଅଧିକ ଭାରତୀୟ କର୍ମଚାରୀ ଓ ଯବାନ ଫସି ରହିଛନ୍ତି କାବୁଲରେ

ନୂଆଦିଲ୍ଲୀ : ଆଫଗାନିସ୍ତାନ ଉପରେ ତାଲିବାନର କବଜା ପରେ ସେଠାରେ ଥିବା ଭାରତୀୟ ଦୂତାବାସ କର୍ମଚାରୀମାନେ ଫସି ରହିଛନ୍ତି । ସେମାନଙ୍କ ଉଦ୍ଦାର ନେଇ ଭାରତ ସରକାରଙ୍କ ଚିନ୍ତା ପ୍ରକାଶ ପାଇଛି । ପୂର୍ବରୁ ଭାରତ ସରକାର ଆଫଗାନିସ୍ତାନର ବିଭିନ୍ନ ସହରରେ ଥିବା ଭାରତୀୟ କନସୁଲେଟ କର୍ମଚାରୀମାନଙ୍କୁ ଫେରାଇ ଆଣିଥିଲେ ।

ଏବେ ବି କାବୁଲସ୍ଥିତ ଦୂତାବାସରେ  ପ୍ରାୟ ୨୦୦ କର୍ମଚାରୀ ଓ ଯବାନ ଫସି ରହିଛନ୍ତି । ଭାରତ ସରକାର ସେମାନଙ୍କୁ ଆଣିବାକୁ ପଠାଇଥିବା ଏକ ବିମାନ ଏବେ ବି କାବୁଲ ଏୟାରପୋର୍ଟରେ ଅଟକି ରହିଛି । ସେଠାରେ ଚାଲିଥିବା ଦଳାଚକଟା ଯୋଗୁଁ ବିମାନ ଆସିପାରୁ ନାହିଁ ।

ଗତକାଲି କାବୁଲକୁ ଦଖଲ କରିବା ପରେ ସମଗ୍ର ସହରରେ କର୍ଫ୍ୟୁ ଲାଗୁ କରାଯାଇଛି । ଏହା ସହିତ ବ୍ୟବସାୟିକ ବିମାନ ଚଳାଚଳ ପାଇଁ ଆଫଗାନ ବାୟୁସୀମାକୁ ବନ୍ଦ କରିଦିଆଯାଇଛି । ଏପରି ପ୍ରାୟ ୧୦୦ ଜଣ ଆଇଟିବିପି ଯବାନଙ୍କୁ କିପରି ସୁରକ୍ଷିତ ଭାରତ ଫେରାଇ ଅଣାଯିବ ତାହାକୁ ନେଇ କ୍ୟାବିନେଟ୍ ସେକ୍ରେଟାରୀ ଓ ବୈଦେଶିକ ମନ୍ତ୍ରାଳୟର ଅଧିକାରୀମାନଙ୍କ ମଧ୍ୟରେ ଏକ ବୈଠକ ଜାରି ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.