ଏକତରଫା ପ୍ରେମର କରୁଣ କାହାଣୀ: ଯୁବତୀଙ୍କୁ ଅତି ନିର୍ମମ ଭାବେ ଗୁରୁତର କଲା ହତାଶିଆ ପ୍ରେମିକ

ପ୍ରେମିକର ଆଘାତରେ ଗୁରୁତର ହୋଇଛି ପ୍ରେମିକା । ଏକତରଫା ପ୍ରେମ କରୁଥିବା ନିଜ ପ୍ରେମିକାକୁ ଅତି ନିର୍ମମ ଭାବେ ଗୁରୁତର କରି ପକାଇଛି ପ୍ରେମିକ । ଯେଉଁ ପ୍ରେମ ପାଇଁ ଜୀବନ ଦେବାକୁ ଲୋକେ ପଛାଉନାହାଁନ୍ତି ଆଜି ସେହି ପ୍ରେମ ପାଇଁ ଜୀବନକୁ ମାରି ଦେବାକୁ କରାଯାଉଛି ଉଦ୍ୟମ ।

ବାଲେଶ୍ୱର(କେନ୍ୟୁଜ୍) : ହସ୍ପିଟାଲ ବେଡ୍ ରେ ଆଖିବୁଜି ପଡିଛନ୍ତି ଜଣେ ଯୁବତୀ । ଅବସ୍ଥା ଗୁରୁତର ଥିବାରୁ ଚାଲିଛି ଚିକିତ୍ସା । ପାଖରେ ଝିଅକୁ ଜଗି ବସିଛନ୍ତି ମା । କଣ କହିବେ କଣ କରିବେ କିଛି ବୁଝି ପାରୁନାହାନ୍ତି । ଝିଅର ଏ ଅବସ୍ଥାରେ କଣ ବା କାହାକୁ କହିବେ । ହେଲେ ସଭିଏଁ ଭାବୁଥିବେ କଣ ହୋଇଛି ଏ ଯୁବତୀଙ୍କର । କାହିଁକି ଏମିତି ନିସ୍ତବ୍ଧ ହୋଇ ପଡିରହିଛନ୍ତି ।  ଏ ଯୁବତୀଙ୍କର ଏ ଅବସ୍ଥା ପଛର କାହାଣୀ ଶୁଣିଲେ ଆପଣ ବି ମୁଣ୍ଡରେ ହାତ ଦେବେ ।

ଇଏ ହେଉଛି ଏକତରଫା ପ୍ରେମର ଭୟଙ୍କର କାହାଣୀ । ଯାହା ପ୍ରେମ ନାମକ ଏକ ପବିତ୍ର ଶବ୍ଦକୁ କରିଛି କଳଙ୍କତ । ପ୍ରେମକୁ ଦିନେ ଚିରନ୍ତନ ଓ ଶାସ୍ୱତ କୁହାଯାଉଥିଲା । କିନ୍ତୁ ବର୍ତ୍ତମାନ ପ୍ରେମର ପରିଭାଷା ବଦଳି ଯାଇଛି । କେତେବେଳେ ପ୍ରେମିକାକୁ ମାଡ଼ ମାରିବା ପରେ ଗାଡ଼ି ଚଢ଼ାଇ ମାରି ଦେବାକୁ ଉଦ୍ୟମ କରୁଛି ପ୍ରେମିକ ତ କେତେବେଳେ ପ୍ରେମିକ ଧୋକା ଦେଇ ପର ପୁରୁଷ ସହ ମିଶି ତାକୁ ଜୀବନରୁ ମାରିବାକୁ ବି ପଛାଉନାହିଁ ପ୍ରେମିକା । ତେବେ କେମିତି ଏତେ ନିଷ୍ଠୁର ହୋଇପାରେ ପ୍ରେମ ।

ତେବେ ଆଜିର ଏ କାହାଣୀ ବି ଏକ ବଦନାମ ପ୍ରେମର । ପ୍ରେମିକର ଆଘାତରେ ଗୁରୁତର ହୋଇଛି ପ୍ରେମିକା । ଏକତରଫା ପ୍ରେମ କରୁଥିବା ନିଜ ପ୍ରେମିକାକୁ ଅତି ନିର୍ମମ ଭାବେ ଗୁରୁତର କରି ପକାଇଛି ପ୍ରେମିକ । ଯେଉଁ ପ୍ରେମ ପାଇଁ ଜୀବନ ଦେବାକୁ ଲୋକେ ପଛାଉନାହାଁନ୍ତି ଆଜି ସେହି ପ୍ରେମ ପାଇଁ ଜୀବନକୁ ମାରି ଦେବାକୁ କରାଯାଉଛି ଉଦ୍ୟମ । ବାଲେଶ୍ଵର ସଦର ବ୍ଲକର ବୁଆଁଳ ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା ।

ଏକତରଫା ପ୍ରେମକୁ ନେଇ ଯୁବତୀଙ୍କ ବେକକୁ ବ୍ଲେଡ୍ ରେ କାଟି ଫେରାର୍ ହୋଇଯାଇଛି ପ୍ରେମିକ। ପ୍ରେମିକର ନା ବିକାଶ ନାୟକ । ବିକାଶ ଗତକାଲି ଦିନବେଳା ଯାଇ ସିଧା ପହଁଚିଥିଲା ପ୍ରେମ କରୁଥିବା ଯୁବତୀଙ୍କ ଘରେ । ସେତେବେଳେ ଘରେ ଯୁବତୀ ଓ ତାଙ୍କ ମା’ ଥିବାବେଳେ ପ୍ରଥମେ ବିକାଶ ଆସି ସେମାନଙ୍କ ସହ ପାଟିତୁଣ୍ଡ କରିଥିଲା ଏବଂ ପରେ ଦେଖୁ ଦେଖୁ ହାତରେ ଧରିଥିବା ଏକ ବ୍ଲେଡରେ ହଠାତ୍ ଯୁବତୀଙ୍କ ଗଳାକୁ କାଟିଦେଇଥିଲା । ତେବେ ପରେ ବିକାଶ ନିଜ ବେକକୁ ମଧ୍ୟ କାଟିଦେଇଥିଲା । ଏ ନେଇ ସଦର ଥାନାରେ ଯୁବତୀଙ୍କ ମା’ ଅଭିଯୋଗ କରିଥିବା ଜଣାପଡ଼ିଛି ।

ଏପଟେ ଆହତ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ବିକାଶ ଏବେ ଫେରାର ଥିବା ଜଣାପଡିଛି । ଏନେଇ ସଦର ଥାନା ପୋଲିସ ଏକ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ତାକୁ ଧରିବା ପାଇଁ ଛାନଭିନ୍ ଆରମ୍ଭ କରିଛି । ତେବେ ବିକାଶର ଘର ସିଂଲା ଥାନା ଦାଣ୍ଡିଗାଁ ଅଞ୍ଚଳରେ ବୋଲି ଜାଣିବାକୁ ମିଳିଛି । ତେବେ ଏପଟେ ପ୍ରକୃତ ଘଟଣା କଣ ଉଭୟ ଯୁବକ ଏବଂ ଯୁବତୀ କହିପାରିବେ । ତେବେ ପ୍ରେମ ବ୍ୟାପରକୁ ନେଇ ଏଭଳି ଘଟଣା ଘଟିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.