Below header

ଆଜି ଭାରତ-ଆଫଗାନିସ୍ତାନ ଶେଷ ଟି ଟ୍ବେଣ୍ଟି, କ୍ଲିନ୍ ସ୍ବିପ୍ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଟିମ ଇଣ୍ଡିଆ

ଆଜି ଭାରତ-ଆଫଗାନିସ୍ତାନ ଶେଷ ଟି ଟ୍ବେଣ୍ଟି । କ୍ଲିନ୍ ସ୍ବିପ୍ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଟିମ ଇଣ୍ଡିଆ । ଟି ଟ୍ବେଣ୍ଟି ବିଶ୍ବକପ ପୂର୍ବରୁ ବେଙ୍ଗାଲୁରୁରେ ଶେଷ ମ୍ୟାଚ ଖେଳିବାକୁ ଯାଉଛି ଭାରତ । ଆଫଗାନିସ୍ତାନ ବିପକ୍ଷରେ ପୂର୍ବ ୨ଟି ମ୍ୟାଚ ଜିତି ଭାରତ ଆଗୁଆ ସିରିଜ କବଜା କରିଛି ।

ଆଜି ଭାରତ-ଆଫଗାନିସ୍ତାନ ଶେଷ ଟି ଟ୍ବେଣ୍ଟି । କ୍ଲିନ୍ ସ୍ବିପ୍ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଟିମ ଇଣ୍ଡିଆ । ଟି ଟ୍ବେଣ୍ଟି ବିଶ୍ବକପ ପୂର୍ବରୁ ବେଙ୍ଗାଲୁରୁରେ ଶେଷ ମ୍ୟାଚ ଖେଳିବାକୁ ଯାଉଛି ଭାରତ ।  ଆଫଗାନିସ୍ତାନ ବିପକ୍ଷରେ ପୂର୍ବ ୨ଟି ମ୍ୟାଚ ଜିତି ଭାରତ ଆଗୁଆ ସିରିଜ କବଜା କରିଛି  । ଆଜିର ମ୍ୟାଚରେ ଏକାଧିକ ପରୀକ୍ଷାନିରୀକ୍ଷା ଆଶା ରହିଛି  । ସଞ୍ଜୁ ସାମସନ୍, କୁଲଦୀପ ଯାଦବ ଏବଂ ଆୱେସ ଖାନଙ୍କ ମଧ୍ୟରୁ ଜଣଙ୍କୁ ସ୍ଥାନ ମିଳିବା ନେଇ ଚର୍ଚ୍ଚା ହେଉଛି  । ଭାରତ ପକ୍ଷରୁ ଗତ ମ୍ୟାଚରେ ୨୦୦ ଟ୍ବେଣ୍ଟି-୨୦ ୱିକେଟ୍ ନେଇଥିବା ଅକ୍ଷର ପଟେଲ ଏହି ମ୍ୟାଚରେ ପୂର୍ବ ପ୍ରଦର୍ଶନ ଜାରି ରଖିବାକୁ ଚାହିଁବେ । ସେହିପରି ଆଜିର ମ୍ୟାଚରେ ରବି ବିଷ୍ଣୋଇ ବିଷ୍ଣୋଇ କିମ୍ବା ୱାସିଂଟନ୍ ସୁନ୍ଦରଙ୍କୁ ବିଶ୍ରାମ ଦିଆଯାଇ କୁଲଦୀପ ଯାଦବଙ୍କୁ ସାମିଲ କରାଯିବାର ସମ୍ଭାବନା ରହିଛି  । ମୁକେଶ କୁମାରଙ୍କ ସ୍ଥାନରେ ଆୱେସ ଖାନଙ୍କୁ ସୁଯୋଗ ମିଳିପାରେ ।

ସେହିପରି ୱିକେଟ କିପର ଭାବେ ସଞ୍ଜୁ ସାମସନ ଖେଳିଳେ ଜିତେଶ ଶର୍ମାଙ୍କୁ ବାହାରେ ବସିବାକୁ ପଡ଼ିପାରେ । ଏସବୁ ବାଦ୍ ଭାରତୀୟ ବ୍ୟାଟିଂ ପ୍ରଦର୍ଶନ ବହୁତ ଭଲ ଥିଲେ ମଧ୍ୟ ଅଧିନାୟକ ରୋହିତ ଦୁଇଟି ପାଳିରେ ଖାତା ଖୋଲି ନପାରିବା ପ୍ରଶଂସକଙ୍କୁ ନିରାଶ କରିଛି । ଅପରପକ୍ଷେ ଆଫଗାନିସ୍ତାନ ବୋଲର ଭାରତୀୟ ବ୍ୟାଟରଙ୍କୁ ନିୟନ୍ତ୍ରଣରେ ରଖିବାକୁ ସଂଘର୍ଷ କରିଆସୁଛନ୍ତି । ତେଣୁ ଶୃଙ୍ଖଳାରେ ସମ୍ମାନ ରଖିବାକୁ ହେଲେ ମହମ୍ମଦ ନବି ଓ ମୁଜିବ ଉର୍ ରହମାନ୍ ଙ୍କୁ ସେମାନଙ୍କ ଅଭିଜ୍ଞତା ବ୍ୟବହାର କରିବାକୁ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.