Below header

ଆସନ୍ତାକାଲି ନବଯୌବନ ବେଶରେ ଦର୍ଶନ ଦେବେ ମହାପ୍ରଭୁ, ଆଜି କରାଯିବ ବନକ ଲାଗି ନୀତି

ଗତକାଲି ଅନବସରର ଚତୁର୍ଦଶୀ ତିଥିରେ ମହାପ୍ରଭୁଙ୍କ ବନକ ଲାଗି ନୀତି ପ୍ରସ୍ତୁତି ଆରମ୍ଭ ହୋଇଥିଲା । ସେହିଭଳି ଦତ୍ତ ମହାପାତ୍ର ଓ ଦଇତା ପତି ସେବାୟତଙ୍କ ଦ୍ୱାରା ଖଡ଼ି ମହାପ୍ରସାଦ ଶ୍ରୀନହରକୁ ବିଜେ ହୋଇଥିଲା। ଆଜି ଅନବସରର ଅନ୍ତିମ ଦିନ ହୋଇଥିବା ବେଳେ ମହାପ୍ରଭୁଙ୍କ ବନକ ଲାଗି ନୀତି କରାଯିବ।

ପୁରୀ(କେନ୍ୟୁଜ୍): ଆଜି ଅନବସରର ଶେଷ ଦିନ । ଆସନ୍ତାକାଲି ନବଯୌବନ ବେଶରେ ଦର୍ଶନ ଦେବେ ମହାପ୍ରଭୁ। ଗତକାଲି ଅନବସରର ଚତୁର୍ଦଶୀ ତିଥିରେ ମହାପ୍ରଭୁଙ୍କ ବନକ ଲାଗି ନୀତି ପ୍ରସ୍ତୁତି ଆରମ୍ଭ ହୋଇଥିଲା । ସେହିଭଳି ଦତ୍ତ ମହାପାତ୍ର ଓ ଦଇତା ପତି ସେବାୟତଙ୍କ ଦ୍ୱାରା ଖଡ଼ି ମହାପ୍ରସାଦ ଶ୍ରୀନହରକୁ ବିଜେ ହୋଇଥିଲା। ଆଜି ଅନବସରର ଅନ୍ତିମ ଦିନ ହୋଇଥିବା ବେଳେ ମହାପ୍ରଭୁଙ୍କ ବନକ ଲାଗି ନୀତି କରାଯିବ। ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତ ମହାପାତ୍ର ସେବକ।

ସେପଟେ ଆଉ ମାତ୍ର ଗୋଟିଏ ଦିନ ପରେ ଅନୁଷ୍ଠିତ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଶେଷ ପର୍ଯ୍ୟାୟରେ ପହଞ୍ଚିଛି ତିନି ରଥର ର୍ନିମାଣ କାମ। ତିନି ରଥରେ କଳସ, ଓଲଟ ସୁଆ ସ୍ଥାପନ ପରେ ରଥ ଚାରିପାଖରେ ହଂସ ପଟା ବଡ଼ିଆ ଶେଷ ହୋଇ ଦୁଆର ବେଢା ମାନଙ୍କରେ କନା ପଡିବା କାର୍ଯ୍ୟ ଆରମ୍ଭ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.