ଆକାଶରୁ ଖସୁଛି ନିଆଁ ପିଣ୍ଡୁଳା, ଆହୁରି ୨ ଦିନ ଜଳାଇବ

ସିଭିୟର ହିଟୱେଭ୍ ନେଇ ୧୨ ଜିଲ୍ଲାକୁ ଅରେଞ୍ଜ ଓ ୫ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଓ୍ଵାର୍ଣ୍ଣିଂ । ପଶ୍ଚିମରେ ତାତି ୪୫ ଡିଗ୍ରୀ ରହୁଛି । ଆଜି ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ୪୩ ଡିଗ୍ରୀରୁ ଅଧିକ ତାପମାତ୍ରା ରହିପାରେ ।

କେନ୍ୟୁଜ୍(ବ୍ୟୁରୋ): ଭୀଷଣ ତାତି । ଆକାଶରୁ ଖସୁଛି ନିଆଁ ପିଣ୍ଡୁଳା। ଆହୁରି ୨ ଦିନ ଜଳାଇବ ଓ ସିଝାଇବ ଗ୍ରୀଷ୍ମପ୍ରବାହ । ସିଭିୟର ହିଟୱେଭ୍ ନେଇ ୧୨ ଜିଲ୍ଲାକୁ ଅରେଞ୍ଜ ଓ ୫ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଓ୍ଵାର୍ଣ୍ଣିଂ । ପଶ୍ଚିମରେ ତାତି ୪୫ ଡିଗ୍ରୀ ରହୁଛି । ଆଜି ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ୪୩ ଡିଗ୍ରୀରୁ ଅଧିକ ତାପମାତ୍ରା ରହିପାରେ । ଗତ କିଛିଦିନ ହେବ ସମ୍ବଲପୁର, ଝାରସୁଗୁଡା, ହୀରାକୁଦ, ସୋନପୁର ଓ ଭୁବନେଶ୍ୱରରେ ପାରଦ ୪୪ ଡିଗ୍ରୀ ଉପରେ ରହୁଛି।

ଗତ ୨୪ ଘଣ୍ଟାରେ ୪୫ ଡିଗ୍ରୀ ଉପରେ ଥିଲା ୫ ସହର । ସୋନପୁରରେ ୪୫.୭, ବୌଦ୍ଧରେ ୪୫.୬, ସମ୍ବଲପୁରରେ ୪୫.୪, ହୀରାକୁଦରେ ୪୫.୧ ଓ ବଲାଙ୍ଗିରରେ ୪୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ୭ ସହରରେ ୪୪ ଡିଗ୍ରୀ ଉପରେ ରହିଛି ତାପମାତ୍ରା । ଏପଟେ ୧୯ ତାରିଖରୁ ରାଜ୍ୟରେ ବର୍ଷା ହୋଇପାରେ । ଫଳରେ ଅସହ୍ୟ ତାତିରୁ ତ୍ରାହି ମିଳିପାରେ । ୨ ଦିନ ପରେ ଦିନର ତାପମାତ୍ରାରେ ୩ରୁ ୫ ଡିଗ୍ରୀ ଯାଏ କମିବା ସମ୍ଭାବନା ରହିଛି । ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.