Below header

ଡିପ୍ଲୋମା ଦେଉଥିବା ସଂସ୍ଥା ପାଇଁ ୭୦ ପ୍ରତିଶତ ପ୍ଲେସମେଣ୍ଟ ବାଧ୍ୟତାମୂଳକ, ପ୍ରଦର୍ଶନ ଆଧାରରେ NCVET ଦେବ ମାନ୍ୟତା

ପ୍ଲୋମା ଛାତ୍ର ଆଉ ବେଶୀଦିନ ବେକାରୀ ହୋଇ ରହିବେନି । ପାଠ ପଢ଼ୁଥିବା ଶିକ୍ଷା ପ୍ରତିଷ୍ଠାନ ତାଙ୍କ ପ୍ଲେସମେଣ୍ଟ ପାଇଁ ନେବ ଦାୟିତ୍ୱ । ନହେଲେ ମିଳିବ ନାହିଁ ମାନ୍ୟତା । ଏମିତି କିଛି ବ୍ୟବସ୍ଥା ଆଣିଛନ୍ତି ସରକାର । ଚଳିତ ବଜେଟରେ କେନ୍ଦ୍ର ସରକାର ଭୋକେସନାଲ ଟ୍ରେନିଂର ବିକାଶ ଓ ଯୁବଶକ୍ତିଙ୍କୁ ରୋଜଗାର ଦେବା ଉପରେ କଡା ପଦକ୍ଷେପ ନେଇଛନ୍ତି ।

ନୂଆଦିଲ୍ଲୀ : ଡିପ୍ଲୋମା ଛାତ୍ର ଆଉ ବେଶୀଦିନ ବେକାରୀ ହୋଇ ରହିବେନି । ପାଠ ପଢ଼ୁଥିବା ଶିକ୍ଷା ପ୍ରତିଷ୍ଠାନ ତାଙ୍କ ପ୍ଲେସମେଣ୍ଟ ପାଇଁ ନେବ ଦାୟିତ୍ୱ । ନହେଲେ ମିଳିବ ନାହିଁ ମାନ୍ୟତା । ଏମିତି କିଛି ବ୍ୟବସ୍ଥା ଆଣିଛନ୍ତି ସରକାର । ଚଳିତ ବଜେଟରେ କେନ୍ଦ୍ର ସରକାର ଭୋକେସନାଲ ଟ୍ରେନିଂର ବିକାଶ ଓ ଯୁବଶକ୍ତିଙ୍କୁ ରୋଜଗାର ଦେବା ଉପରେ କଡା ପଦକ୍ଷେପ ନେଇଛନ୍ତି ।

ବ୍ୟବସାୟୀକ ଶିକ୍ଷା ଓ ଡିପ୍ଲୋମା ଆଦି ଶିକ୍ଷା ଆରମ୍ଭ କରିବାକୁ ହେଲେ ସେମାନଙ୍କୁ ଏହି ଗାଇଡ ଲାଇନ ମାନିବାକୁ ପଡିବ । ନଚେତ ମିଳିବନି ମାନ୍ୟତା । ପ୍ରଦର୍ଶନ ଆଧାରରେ NCVET ଦେବ ମାନ୍ୟତା । ଏହି ଗାଇଡ ଲାଇନ ଲାଗୁ କରିବା ପାଇଁ ସରକାର ଡ୍ରାପ୍ଟ ପ୍ରସ୍ତୁତ କରିଛନ୍ତି । ଅଧିକାଂଶ ସଂସ୍ଥା କାମଚଳା ପାଠପଢ଼ା ଦେଇ ଡିପ୍ଲୋମା ସାର୍ଟିଫିକେଟ ଦେଉଥିବା ବେଳେ ଯୁବକ ବେରୋଜଗାର ହେଉଛନ୍ତି ।

ଏହି ନିୟମ ଆଧାରରେ ଏହିସବୁ କାମଚଳା ସଂସ୍ଥାଗୁଡିକ ବନ୍ଦ ହୋଇଯିବ । ଯେଉଁ ପାଠ୍ୟ ପ୍ରତିଷ୍ଠାନ ୩ ବର୍ଷରେ ୭୦ ପ୍ରତିଶତ ନିଯୁକ୍ତି ଦେବେ ସେହି ସଂସ୍ଥା ଆଗକୁ ସରକାରଙ୍କ ଠାରୁ ଡିପ୍ଲୋମା କୋର୍ସ ଚଳାଇବାକୁ ମାନ୍ୟତା ପାଇବେ ।

ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୁବକଙ୍କୁ ତୁରନ୍ତ ରୋଜଗାର ମିଳିବ । ସଂସ୍ଥା କେବଳ ଟଙ୍କା ନେଇ କୋର୍ସ ଦେଇ ଚୁପ ରହିଲେ ଚଳିବନି ତା’ର ମଧ୍ୟ ଉତ୍ତରଦାୟୀତ୍ୱ ରହିଛି ବୋଲି ସରକାର ଅନୁଭବ କରିଛନ୍ତି ।

ଏହି ସଂସ୍ଥାମାନଙ୍କ ପାଇଁ ନିଯୁକ୍ତିର ପ୍ରଦର୍ଶନ ଦେଖାଇବା ବାଧ୍ୟତାମୂଳକ ହୋଇଛି । ଗୋଟିଏ ବ୍ୟାଚ୍‌ ରେ ୩୦ ଛାତ୍ର ରହିବେ । ତେବେ ଏନସିଭିଟି ଗୋଟିଏ ବ୍ୟାଚ ପାଇଁ ୩୦ ରୁ କମ ଛାତ୍ର ପାଇଁ ମଧ୍ୟ ଅନୁମତି ଦେଇପାରନ୍ତି । ବିଶେଷ ପରିସ୍ଥିତିରେ ପ୍ରତିଷ୍ଠାନର ପ୍ରଦର୍ଶନ ଓ ପ୍ରତିଷ୍ଠା ଆଧାରରେ ଅଧିକ ସିଟ୍‌ ଦେଇ ପାରନ୍ତି ।

ସଂସ୍ଥାର ନିର୍ଦ୍ଦେଶକ ମଣ୍ଡଳୀରେ ରହିବେ ଉଦ୍ୟୋଗ ପ୍ରତିନିଧି । କାରଣ ସରକାରଙ୍କ ନିକଟରେ ଏପରି ଖବର ଅଛି ଯେ ଅଧିକାଂଶ ସଂସ୍ଥାର ଉଦ୍ୟୋଗ ଜଗତ ସହ କୌଣସି ସମ୍ପର୍କ ନାହିଁ । ଯେଉଁଥିପାଇଁ ପ୍ରଶିକ୍ଷିତଙ୍କୁ ନିଯୁକ୍ତି ଦେଇ ପାରୁନାହାଁନ୍ତି । ଏହାକୁ ଦୃଷ୍ଟିରେ ରଖି ଡିପ୍ଲୋମା ସଂସ୍ଥାଙ୍କ ପାଇଁ ସରକାର ସର୍ତ୍ତ ରଖିବାକୁ ଯାଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.