ସରକାରୀ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ, ୧୧୨ ପଦବୀ ପଡିଛି ଖାଲି

ଛତିଶଗଡ ରାଜ୍ୟ ଲିଗାଲ ସର୍ଭିସ ଅଥରିଟି ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ୧୧୨ ପଦବୀ ପାଇଁ ତୁରନ୍ତ କରନ୍ତୁ ଆବେଦନ । ଆବେଦନ ପତ୍ର ଅକ୍ଟୋବର ୯ ତାରିଖ ସୁଦ୍ଧା ପଠାଇବାକୁ ଅନୁରୋଧ ।

ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଛତିଶଗଡ ରାଜ୍ୟ ଲିଗାଲ ସର୍ଭିସ ଅଥରିଟିରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛନ୍ତି । ଏହି ଅଭିଯାନ ଜରିଆରେ ୧୧୨ ପଦବୀରେ ଭର୍ତ୍ତି ହେବ । ଏହି ଅଭିଯାନ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଏହି ଅଭିଯାନ ପାଇଁ ଅଫିସିଆଲ ୱେବସାଇଟ cgslsa.gov.in କୁ ଯାଇ ନୋଟିଫିକେସନ ଚେକ୍‌ କରିପାରିବେ । ଏହି ଭର୍ତ୍ତି ଅଭିଯାନ ପାଇଁ ୯ ଅକ୍ଟୋବର ୨୦୨୩ ଆବେଦନ ପତ୍ର ଜମା କରିବାର ଶେଷ ତାରିଖ ରହିଛି ।

ପଦବୀ ବିବରଣୀ : ୧୧୨

ଆସିଷ୍ଟାଣ୍ଟ : ୮୦

କମ୍ପ୍ୟୁଟର ଅପରେଟର, ପ୍ରୋସେସ ରାଇଟର, ଡ୍ରାଇଭର ଏବଂ ଟ୍ରାନ୍ସଲେଟର

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୯ ଅକ୍ଟୋବର ୨୦୨୩ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ହିନ୍ଦୀରେ ମାଷ୍ଟର ଡିଗ୍ରୀ ସହିତ ଇଂଲିଶ ମାଷ୍ଟର ଡିଗ୍ରୀ କରିଥିବା ଜରୁରୀ । ଏହାସହିତ କମ୍ପ୍ୟୁଟର ଜ୍ଞାନ ଥିବା ଜରୁରୀ । ଭିନ୍ନ ପ୍ରାର୍ଥୀ ପାଇଁ ଅଲଗା ଅଲଗା ଶିକ୍ଷାଗତ ଯୋଗ୍ୟତା ରହିଛି ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୧୮ରୁ ୩୫ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ । ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ବୟସ ସୀମାରେ ଛାଡ୍‌ ମିଳିବ ।

ଆବେଦନ ପ୍ରତ୍ର ପଠାଇବାର ଠିକଣା :

Chhattisgarh State Legal Services Authority, Legal Seva Marg, Opposite SBI ATM, Chhattisgarh 495001

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.