ଭାରତୀୟ ନୌସେନାରେ ଚାକିରି କରିବାର ସୁଯୋଗ, ଆବେଦନ କରିବାର ଶେଷ ତାରିଖ ମଇ ୧୪

ଭାରତୀୟ ନୌସେନାରେ ଚାକିରି । ୨୪୨ ଏସଏସସି ଅଫିସର ପଦବୀ ପାଇଁ ଆବେଦନ ଗ୍ରହଣ ହେଉଛି । ଇଚ୍ଛୁକ ପ୍ରାର୍ଥୀ ତୁରନ୍ତ ଆବେଦନ କରନ୍ତୁ ।

ଭାରତୀୟ ନୌସେନା ଚାକିରି କରିବାର ଇଚ୍ଛା ରଖିଥିଲେ ଆପଣଙ୍କ ପାଇଁ ଖୁସି ଖବର । ଏହା ମାଧ୍ୟମରେ ବିଭିନ୍ନ ଅଫିସର ପଦବୀରେ ନିଯୁକ୍ତି ହେବ । ଭାରତୀୟ ନୌସେନାରେ ଏସଏସସି ଅଫିସର ପଦବୀରେ ଆବେଦନ ୨୪ ଏପ୍ରିଲରୁ ହେଉଛି । ଆବେଦନ କରିବାର ଶେଷ ତାରିଖ ୧୪ ମଇ, ୨୦୨୩ ରହିଛି ।

ତେବେ ଇଚ୍ଛୁକ ପ୍ରାର୍ଥୀ ତୁରନ୍ତ ଆବେଦନ କରନ୍ତୁ। ଆବେଦନ କରିବାକୁ ଆଉ ବାକି ୪ ବାକି ରହିଛି ।

ପଦବୀ ବିବରଣୀ : ୨୪୨

ଏଗଜକ୍ୟୁଟିଭ ବ୍ରାଞ୍ଚ: ୧୫୦
ଟେକ୍ନିକାଲ ବ୍ରାଞ୍ଚ: ୮୦
ଏଜୁକେସନ ବ୍ରାଞ୍ଚ : ୧୨

ଶିକ୍ଷାଗତ ଯୋଗ୍ୟତା : ଏହି ପଦବୀରେ ଆବେଦନ କରିବା ପାଇଁ କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥାରୁ ଗ୍ରାଜୁଏସନ, ପୋଷ୍ଟ ଗ୍ରାଜୁଏସନ କରିଥିବା ଜରୁରୀ । ପ୍ରାର୍ଥୀ ଅତିକମରେ ୬୦ ପ୍ରତିଶତ ମାର୍କ ରଖିଥିବା ଜରୁରୀ ।

ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀ ଭାରତୀୟ ନୌସେନାର ଅଫିସିଆଲ ୱେବସାଇଟକୁ ଯାଇ joinindiannavy.gov.in କୁ ଯାଇ ଆବେଦନ କରିପାରିବେ ।

କେମିତି ହେବ ଚୟନ :

ଏହି ପଦବୀରେ ଆବେଦନ ଏସଏସବି ଇଣ୍ଟରଭ୍ୟୁ ମାଧ୍ୟମରେ ହେବ । ପ୍ରାର୍ଥୀଙ୍କ ଜ୍ଞାନ ଏବଂ ମେରିଟ ଲିଷ୍ଟରେ ଚୟନ କରାଯିବ । ଏହାପରେ ସାକ୍ଷତକାରକୁ ଡକାଯିବ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://adda247jobs-wp-assets-adda247.s3.ap-south-1.amazonaws.com/jobs/wp-content/uploads/sites/14/2023/04/22181935/Indian-Navy-SSC-Officer-Recruitment-2023-Notification.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.