କିଛି ସମୟ ପରେ ମୋଦିଙ୍କୁ ଭେଟିବେ ନବୀନ, ଫୋକସରେ ରହିବ ରାଜ୍ୟର ବିକାଶ ସମ୍ବଳିତ ପ୍ରସଙ୍ଗ

୩ ଦିନିଆ ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ । ଅପରାହ୍‌ଣ ସାଢ଼େ ୪ଟାରେ ସାକ୍ଷାତ ଆଲୋଚନା ରହିଛି । ଫୋକସରେ ରହିବ ରାଜ୍ୟର ବିକାଶ ସମ୍ବଳିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ।

କେନ୍ୟୁଜ୍(ବ୍ୟୁରୋ): ଆଉ କିଛି ସମୟ ପରେ ମୋଦିଙ୍କୁ ଭେଟିବେ ନବୀନ । ୩ ଦିନିଆ ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ । ଅପରାହ୍‌ଣ ସାଢ଼େ ୪ଟାରେ ସାକ୍ଷାତ ଆଲୋଚନା ରହିଛି । ଫୋକସରେ ରହିବ ରାଜ୍ୟର ବିକାଶ ସମ୍ବଳିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । କେନ୍ଦ୍ରର ସହଯୋଗ ଆବଶ୍ୟକତା ଥିବା ଆବାସ ଯୋଜନା, ରେଳ ପ୍ରକଳ୍ପ, ଜାତୀୟ ରାଜପଥ ଆଦି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିପାରନ୍ତି । ଏହାବ୍ୟତୀତ ମୁଖ୍ୟମନ୍ତ୍ରୀ ଜାପାନ ଗସ୍ତ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇ ପାରନ୍ତି । ବିଶେଷ କରି ନିପ୍ପନ ଷ୍ଟିଲ୍‌ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରସ୍ତାବିତ ମେଗା ଷ୍ଟିଲ୍‌ ପ୍ଲାଣ୍ଟ ସମ୍ପର୍କରେ ଆଲୋଚନା କରିପାରନ୍ତି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ।

କେନ୍ଦ୍ରାପଡ଼ାରେ ଆର୍ସେଲର ମିତ୍ତଲ ଓ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ୨୪ ନିୟୁତ ଟନ୍‌ ଇଣ୍ଟିଗ୍ରେଟେଡ୍‌ ଷ୍ଟିଲ୍‌ ପ୍ଲାଣ୍ଟ ନିର୍ମାଣ କରିବ । ଏହି ପ୍ରକଳ୍ପରେ ନିବେଶ ହେବ ୧ ଲକ୍ଷ କୋଟି ଟଙ୍କା । ସର୍ବବୃହତ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ଓ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ନେଇ ଜୋର ଧରିଛି ଚର୍ଚ୍ଚା । ୯ ତାରିଖରେ ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ପୂର୍ବରୁ ମମତା ବାନାର୍ଜୀ ବି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ଆସନ୍ତା ୧୩ରେ ଦିଲ୍ଲୀ ଗସ୍ତ ସାରି ଭୁବନେଶ୍ୱର ଫେରିବେ ମୁଖ୍ୟମନ୍ତ୍ରୀ । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.