ONGC ରେ ୨୫୦୦ରୁ ଅଧିକ ପଦବୀ ଖାଲି, ଚୟନିତ ପ୍ରାର୍ଥୀଙ୍କୁ ମିଳିବ ଷ୍ଟାଇପେଣ୍ଡ

୧୦ମ କିମ୍ବା ଗ୍ରାଜୁଏସନ କରିଥିଲେ କରନ୍ତୁ ଆବେଦନ । ONGC ରେ ଡିପ୍ଲୋମା ଆପାରଣ୍ଟିସ ପାଇଁ ଡିପ୍ଲୋମା ଏବଂ ଟ୍ରେଡ ଆପରଣ୍ଟିସ ପଦବୀ ପାଇଁ କରିପାରିବେ ଆବେଦନ ।

ଅଏଲ ଆଣ୍ଡ ନ୍ୟାଚୁରାଲ ଗ୍ୟାସ୍‌ କର୍ପୋରେସନ ଲିମିଟେଡ୍‌(ONGC) ରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ନୋଟିଫିକେସନ ମୁତାବକ, ସଂସ୍ଥାରେ ୨୫୦୦ରୁ ଅଧିକ ପଦବୀ ଖାଲିପଡିଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍‌ ongcindia.com କୁ ଯାଇ ଆବେଦନ କରିପାରିବେ । ଆବେଦନ କରିପାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏଠାରେ ଆବେଦନ କରିବାର ଶେଷ ତାରିଖ ୨୦ ସେପ୍ଟେମ୍ବର ରହିଛି । ଏହି ଭର୍ତ୍ତି ପାଇଁ ରେଜଲ୍ଟ ୫ ଅକ୍ଟୋବର ୨୦୨୩ରେ ଘୋଷଣା ହେବ ।

ପଦବୀ ବିବରଣୀ : ୨୫୦୦

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୨୦ ସେପ୍ଟେମ୍ବର ରହିଛି । ଫଳାଫଳ ଘୋଷଣା ଅକ୍ଟୋବର ୫ରେ ହେବ ।

ଶିକ୍ଷାଗତ ଯୋଗ୍ୟତା : ଗ୍ରାଜୁଏଟ ଆପାରଣ୍ଟିସ ପାଇଁ ପ୍ରାର୍ଥୀ B.A/B.Com/B.Sc/B.B.A/B.E./B.Tech ପାସ୍‌ କରିଥିବା ଜରୁରୀ । ଡିପ୍ଲୋମା ଆପାରଣ୍ଟିସ ପାଇଁ ଡିପ୍ଲୋମା ଏବଂ ଟ୍ରେଡ ଆପରଣ୍ଟିସ ପାଇଁ ୧୦ମ କିମ୍ବା ୧୨ଶ ପାସ୍‌ କରିଥିବା ଜରୁରୀ ।

ବୟସ ସୀମା : ଆବେଦନ ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୧୮ରୁ ୨୪ ବର୍ଷ ହେବା ଜରୁରୀ ।

କେମିତି ହେବ ଚୟନ : ପ୍ରାର୍ଥୀଙ୍କ ଚୟନ ନିଯୁକ୍ତି ଯୋଗ୍ୟତା ପରୀକ୍ଷାରେ ପ୍ରାପ୍ତ ଅଙ୍କ ଆଧାରରେ ହେବ ।

ଷ୍ଟାଇପେଣ୍ଡ : ଗ୍ରାଜୁଏଟ ଆପାରଣ୍ଟିସ ପ୍ରାର୍ଥୀଙ୍କୁ ୯୦୦୦ ଟଙ୍କା ରହିଥିବା ବେଳେ ଡିପ୍ଲୋମା ଆପାରଣ୍ଟିସ ଚୟନିତ ପ୍ରାର୍ଥୀଙ୍କୁ ୮୦୦୦ ଟଙ୍କା ଟ୍ରେଡ ଆପାରଣ୍ଟିସ ପ୍ରାର୍ଥୀଙ୍କୁ ୭୦୦୦ ଟଙ୍କା ମିଳିବ ।

କେମିତି କରିବେ ଆବେଦନ : ଭର୍ତ୍ତି ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ongcindia.com କୁ ଯାଇ ୨୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଆବେଦନ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.