RITES ରେ ବମ୍ପର ଭର୍ତ୍ତି, ବିନା ଶୁଳ୍କରେ କରନ୍ତୁ ଆବେଦନ

ପରୀକ୍ଷା ଏବଂ ଆବେଦନ ଶୁଳ୍କରେ ବିନାରେ ମିଳିବ ଚାକିରି । କେବଳ ଇଣ୍ଟରଭ୍ୟୁ ମାଧ୍ୟମରେ ଇଚ୍ଛୁକ ପ୍ରାର୍ଥୀ କରିପାରିବେ ଆବେଦନ । ଏଠାରେ ଦେଖନ୍ତୁ ନୋଟିଫିକେସନ ।

RITES ଲିମିଟେଡ୍ ଏକ ନୋଟିଫିକେସନ ଜାରି କରିଛି । ନୋଟିଫିକେସନ ଅନୁଯାୟୀ ସଂସ୍ଥାରେ ଅନେକ ପଦରେ ଭର୍ତ୍ତି ହେବ । ଏଥିପାଇଁ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍ rites.com କୁ ଯାଇ ଆବେଦନ କରିପାରିବେ । ଏହି ଭର୍ତ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ଜୁଲାଇ ୪, ୨୦୨୩ ରହିଛି । ଭର୍ତ୍ତି ପାଇଁ ଇଣ୍ଟରଭ୍ୟୁ ପ୍ରକ୍ରିୟା ୩୦ ଜୁନରୁ ଆରମ୍ଭ ହୋଇଛି ।

ପଦବୀ ବିବରଣୀ : ୧୨୯

ଫିଲ୍ଡ କ୍ବାଲିଟି କଣ୍ଟ୍ରୋଲ ଇଂଜିନିୟର : ୮୦

ଡ୍ରାଫ୍ଟସମ୍ୟାନ୍ : ୨୦

କ୍ବାଲିଟି ଆସ୍ୟୁରାନ୍ସ ଆଣ୍ଡ କଣ୍ଟ୍ରୋଲ ଇଂଜିନିୟର : ୨୦

ସୁପରଭାଇଜର କମ୍‌ କନଷ୍ଟ୍ରକ୍ସନ ଇଂଜିନିୟର : ୯

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ଜୁଲାଇ ୪ ରହିଛି ।

ଶିକ୍ଷାଗତ ଯୋଗ୍ୟତା:

ବିଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ଧାର୍ଯ୍ୟ କରାଯାଇଛି। ଇଚ୍ଛୁକ ପ୍ରାର୍ଥୀ ଜାଣିବା ପାଇଁ ନୋଟିଫିକେସନ ଚେକ୍‌ କରିପାରିବେ ।

ବୟସ ସୀମା : ଏହି ଭର୍ତ୍ତି ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୪୦ ବର୍ଷ ହେଇଥିବା ଜରୁରୀ । ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ସର୍ବାଧିକ ବୟସ ସୀମାରେ ଛାଡ୍‌ ମିଳିବ । ସେହିପରି ପିଡବ୍ୟୁଲ ଡି ପ୍ରାର୍ଥୀଙ୍କୁ ୧୦ ବର୍ଷ ବୟସ ସୀମା ଛାଡ୍‌ ମିଳିବ ।

କିପରି ହେବ ଚୟନ : ପ୍ରାର୍ଥୀଙ୍କ ଚୟନ ଇଣ୍ଟରଭ୍ୟୁ ଆଧାରରେ ହେବ । କାର୍ଯ୍ୟକ୍ଷେତ୍ରରେ ଅନୁଭବ ୧୦% ଏବଂ ସାକ୍ଷାତକାର ୯୦% ଆଧାରରେ ଚୟନ ହେବ । ଅଣସଂରକ୍ଷିତ ଏବଂ ଇଡ୍ଲୁଏସ ପ୍ରାର୍ଥୀ ୬୦ % ମାର୍କ ରଖିଥିବା ଜରୁରୀ ।

ଆବେଦନ ଶୁଳ୍କ : ଏଥିପାଇଁ କୌଣସି ଆବେଦନ ଶୁଳ୍କ ଦେବାକୁ ପଡିବ ନାହିଁ ।

ଇଣ୍ଟରଭ୍ୟୁ ସ୍ଥାନ : AB-435, Block-A, Nirman Nagar, Jaipur, Rajasthan- 302019.

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://www.rites.com/Upload/Career/170_23_to_173_23_pdf-2023-Jun-27-14-27-0.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.