ପୁଣି ସୁନା ଆଣିଲେ ସୁନା ପୁଅ ନୀରଜ, ଡାଇମଣ୍ଡ ଲିଗରେ ୮୭.୬୬ ମିଟର ଥ୍ରୋ କରି ଜିତିଲେ ଟାଇଟଲ

ଭାରତର ଗର୍ବ ନୀରଜ ଚୋପ୍ରା। ଡାଇମଣ୍ଡ ଲିଗରେ ୮୭.୬୬ ମିଟର ଜାଭେଲିନ ଥ୍ରୋ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହା ନୀରଜକଙ୍କ ୮ମ ସ୍ୱର୍ଣ୍ଣ ପଦକ ।

ପୁଣି ଇତିହାସ ରଚିଛନ୍ତି ନୀରଜ ଚୋପ୍ରା । ସେ ଲୁସାନେ ଡାଇମଣ୍ଡ ଲିଗ୍ ଟାଇଟଲ୍ ବିଜେତା ହୋଇଛନ୍ତି । ନୀରଜ ୮୭.୬୬ ମିଟର ଥ୍ରୋ ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଆହତଜନିତ ସମସ୍ୟାରୁ ବାହାରିବା ପରେ ନୀରଜଙ୍କ ଡାଇମଣ୍ଡ ଲିଗ୍‌ ଆରମ୍ଭ ଭଲ ନଥିଲା । ତାଙ୍କ ପ୍ରଥମ ପ୍ରୟାସ ଫାଉଲ ରହିଥିଲା । କିନ୍ତୁ ସେ ହାର ନ ମାନି ପୁଣି ଖେଳକୁ ଫେରିଥିଲେ । ଆଉ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ନୀରଜଙ୍କର ଚଳିତ ବର୍ଷରେ ଏହା ହେଉଛି ଦ୍ୱିତୀୟ ସ୍ୱର୍ଣ୍ଣ ପଦକ । ଏହାପୂର୍ବରୁ ସେ ମେ ମାସରେ ଦୋହା ଠାରେ ଆୟୋଜିତ ଡାଇମଣ୍ଡ ଲିଗ୍ ଟାଇଟଲ୍ ଜିତିଥିଲେ ।

ନୀରଜ ଡାଇମଣ୍ଡ ଲିଗର ପ୍ରଥମ ପ୍ରୟାସରେ ଫାଇଲ ହେବା ପରେ ଦ୍ୱିତୀୟ ଏବଂ ତୃତୀୟ ପ୍ରୟାସରେ ପ୍ରତ୍ୟାବର୍ତ୍ତନ କରିଥିଲେ । ନୀରଜଙ୍କ ଦ୍ୱୀତୟ ଥ୍ରୋ ୮୩.୫୨ ମିଟର ରହିଥିବା ବେଳେ ତୃତୀୟ ଥ୍ରୋ ୮୫.୦୪ ମିଟର ରହିଥିଲା ।

ଆଘାତ ପରେ ନୀରଜ ଚୋପ୍ରା ଦମଦାର୍ ପ୍ରତ୍ୟାବର୍ତ୍ତନ କରିଥିଲେ । ପଞ୍ଚମ ରାଉଣ୍ଡରେ ସେ ୮୭.୬୬ ମିଟର ଥ୍ରୋ ସହ ଟାଇଟଲ ଜିତିଥିଲେ । ଏହା ହେଉଛି ନୀରଜଙ୍କ ୮ମ ସ୍ୱର୍ଣ୍ଣ ପଦକ । ଏହାପୂର୍ବରୁ ସେ ଏସୀୟ ଗେମ୍ସ, ଦକ୍ଷିଣ ଏସୀୟ ଗେମ୍ସ, ଅଲମ୍ପିକ ଗେମ୍ସ ଏବଂ ଡାଇମଣ୍ଡ ଲିଗ୍ ଭଳି ଟୁର୍ଣ୍ଣାମେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.