ଷ୍ଟେଟ ବ୍ୟାଙ୍କରେ SCO ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ

ଭାରତୀୟ ଷ୍ଟେଟ ବ୍ୟାଙ୍କରେ ସ୍ପେଶାଲିଷ୍ଟ କ୍ୟାଡର ଅଫିସର ପଦବୀ ଖାଲି । ପଦବୀ ପାଇଁ ୫ ଜୁନ୍‌ ପର୍ଯ୍ୟନ୍ତ କରିପାରିବେ ଆବେଦନ ।

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ଚାକିରି ଖୋଜୁଥିଲେ, ଆପଣଙ୍କ ପାଇଁ ଖୁସି ଖବର । ବ୍ୟାଙ୍କରେ ଚାକିରି ପାଇଁ ତୁରନ୍ତ କରନ୍ତୁ ଆବେଦନ। ଏସବିଆଇ ସ୍ପେଶାଲିଷ୍ଟ କ୍ୟାଡର ଅଫିସର(ଏସସିଓ) ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ sbi.co.in କୁ ଯାଇ ଆବେଦନ କରିପାରିବେ ।

ଜରୁରୀ ତାରିଖ : ସ୍ପେଶାଲିଷ୍ଟ କ୍ୟାଡର ଅଫିସର ପଦବୀ ପାଇଁ ୫ ଜୁନ୍‌ ୨୦୨୩ ପର୍ଯ୍ୟନ୍ତ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୫୦

ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର : ୧
ଚିଫ ମ୍ୟାନେଜର ପିଏମଓ: ୨
ଚିଫ ମ୍ୟାନେଜର ଟେକ ଆର୍କିଟେକ୍ଟ : ୩
ପ୍ରୋଜେକ୍ଟ ମ୍ୟାନେଜର : ୬
ମ୍ୟାନେଜର
ଟେକ ଆର୍କିଟେକ୍ଟ : ୩
ଡାଟା ଆର୍କିଟେକ୍ଟ : ୩
ମ୍ୟାନେଜର : ୪
ମନିଟରିଂ ସ୍ପେଶାଲିଷ୍ଟ : ୩
କ୍ଲାଉଡ ସ୍ପେଶାଲିଷ୍ଟ : ୩

ଚୟନ ପ୍ରକ୍ରିୟା : ଇଚ୍ଛୁକ ପ୍ରାର୍ଥୀଙ୍କ ଚୟନ ସର୍ଟ ଲିଷ୍ଟିଂ କରି ଇଣ୍ଟରଭ୍ୟୁ କରାଯିବ । ୧୦୦ ମାର୍କ ପାଇଁ ପରୀକ୍ଷା ହେବ । ବ୍ୟାଙ୍କ ଦ୍ୱାରା ଗଠିତ କମିଟି ସର୍ଟ ଲିଷ୍ଟିଂ ଚୟନ ହେବା ପରେ ଇଣ୍ଟରଭ୍ୟୁ ଆଧାରରେ ସର୍ଟ ଲିଷ୍ଟ କରାଯିବ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୨୫ ରୁ ୪୮ ବର୍ଷ ମଧ୍ୟରେ ହେବା ଜରୁରୀ ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ବିଟେକ/ବିଇ/ଏମ ଟେକ/ଏମଏସସି/ଏମସିଏ ପଢିଥିବା ଜରୁରୀ ।

ଆବେଦନ ଶୁଳ୍କ : ସାଧାରଣ ବର୍ଗ, ଓବିସି, EWS ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୭୫୦ ଟଙ୍କା ରହିଥିବା ବେଳେ ଅନୁସୂଚିତ ଜାତି/ଜନଜାତି/ PWD ପ୍ରାର୍ଥୀ ନିଶୁଳ୍କ ଆବେଦନ କରିପାରିବେ ।

କେମିତି କରିବେ ଆବେଦନ :

ବ୍ୟାଙ୍କର ଅଫିସିଆଲ ୱେବସାଇଟ sbi.co.in କୁ ଯାଆନ୍ତୁ ।
ହୋମପେଜରେ କ୍ୟାରିଅର ଟାବ୍‌ରେ କ୍ଲିକ କରନ୍ତୁ ।
ଏସବିଆଇ ସ୍ପେଶାଲିଷ୍ଟ କ୍ୟାଡର ଅଧିକାରୀ ପଦବୀରେ କ୍ଲିକ୍‌ କରନ୍ତୁ ।
ତା’ପରେ ରେଜିଷ୍ଟ୍ରେସନ କରି ଲଗଇନ କରନ୍ତୁ ।
ଆବେଦନ ଫର୍ମ ଭରିବା ପରେ ସମସ୍ତ ଦସ୍ତାବିଜ ଅପଲୋଡ କରନ୍ତୁ ।
ଆବେଦନ ଶୁଳ୍କ ଭରିବା ପରେ ଆବେଦନ ଫର୍ମ ସବମିଟ୍‌ କରନ୍ତୁ ।
ଭବିଷ୍ୟତ ପାଇଁ ଏହାର ଏକ ପ୍ରିଣ୍ଟଆଉଟ୍‌ କାଢି ରଖନ୍ତୁ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://sbi.co.in/documents/77530/36548767/150523-ADV_CRPD_SCO_2023_24_07.pdf/5a021a12-c18e-ef29-1ce2-08bfe7b90c74?t=1684154986823

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.