Below header

ଭୁଲରେ ବି ସ୍ୱାମୀଙ୍କ ସାମ୍ନାରେ ଉଠାନ୍ତୁନି ଏହି ୪ଟି କଥା, ସମ୍ପର୍କରେ ଦେଖାଦେଇପାରେ ତିକ୍ତତା

ଦାମ୍ପତ୍ୟ ଜୀବନକୁ ସୁଖମୟ କରିବାକୁ ସମସ୍ତେ ଚାହିଁଥାନ୍ତି। କିନ୍ତୁ ଛୋଟ ଛୋଟ ଝଗଡ଼ା ଓ ସାଧାରଣ ମନ ଫଟାଫଟି ଯୋଗୁ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ଏବେ ମନୋମାଳିନ୍ୟ ହେଉଥିବା ଦେଖିବାକୁ ମିଳୁଛି। ଏହି ଝଗଡ଼ା କ୍ରମଶଃ ଉଗ୍ରରୂପ ଧାରଣ କରି କଥା ଛାଡ଼ପତ୍ର ଯାଏଁ ଯାଉଛି, ଯାହା ପାରିବାରିକ ସମ୍ପର୍କକୁ ନଷ୍ଟ କରିଦେଉଛି। ମନୋବିଜ୍ଞାନୀଙ୍କ ଅନୁସାରେ କେତେକ ଛୋଟ ଛୋଟ ବିଷୟ ପ୍ରତି ଧ୍ୟାନ ଦେଲେ ଏଭଳି ସମସ୍ୟାରୁ ମୁକ୍ତି ମିଳିପାରିବ। ଆସନ୍ତୁ ଜାଣିବା ସ୍ୱାମୀଙ୍କୁ କେଉଁ କଥା କହିବା ଉଚିତ ନୁହେଁ…

ଅନ୍ୟମାନଙ୍କ ସ୍ୱାମୀ କ’ଣ କରୁଛନ୍ତି:

ସୋସିଆଲ ମିଡିଆରେ ଅନ୍ୟମାନଙ୍କ ଫଟୋ ଦେଖି ସ୍ୱାମୀଙ୍କୁ ଟେନ୍ସନ ଦିଅନ୍ତୁ ନାହିଁ। ଆପଣ ନିଜ ସ୍ୱାମୀଙ୍କ ଅବସ୍ଥାକୁ ଦେଖି ତାଙ୍କ ସାମ୍ନାରେ ଡିମାଣ୍ଡ କରନ୍ତୁ। ଅଯଥାରେ ଆଉ କାହା ସହ ସ୍ୱାମୀଙ୍କୁ ତୁଳନା କରନ୍ତୁ ନାହିଁ। ପର ପାଇଁ ନିଜ ଘର ଭାଙ୍ଗନ୍ତୁ ନାହିଁ।

How parents' divorce can be unsettling for kids | Parenting News ...

ପିଲାଙ୍କ ଯୋଗୁ ନିଜ ସମ୍ପର୍କ ଖରାପ କରନ୍ତୁନି:

ପିଲାକୁ ସବୁବେଳେ ନିଜ ପାଖରେ ରଖିବା ଅଭ୍ୟାସ ଛାଡ଼ନ୍ତୁ। ଆପଣ ମା-ବାପା ହେଲେ ବି ତା ପୂର୍ବରୁ ଆପଣ ସ୍ଵାମୀ-ସ୍ତ୍ରୀ। ଏଣୁ କେବଳ ଛୁଆ ସହ ନୁହେଁ ପାର୍ଟନରଙ୍କ ସହ ବି ସମୟ କାଟନ୍ତୁ।

Marriage Expectations - Things You Should Never Ask of Your Husband

ଆକ୍ଷେପ କରି କିଛି କୁହନ୍ତୁନି:

ସବୁ ସମ୍ପର୍କରେ ପରସ୍ପରକୁ ସମ୍ମାନ ଦେବା ଜରୁରୀ। ସ୍ୱାମୀଙ୍କୁ କେବେ ବି ମାମାଜ ବୟ ବା ମାର ପୁଅ ବୋଲି ଆକ୍ଷେପ କରି କୁହନ୍ତୁନାହିଁ। ଏହା ଦ୍ୱାରା ତାଙ୍କ ସମ୍ମାନ ଉପରେ ଆଞ୍ଚ ଆସିପାରେ। ଏଣୁ ସ୍ୱାମୀ ସ୍ତ୍ରୀ ସବୁବେଳେ ପରସ୍ପରକୁ ସମ୍ମାନ ଦେବା ଉଚିତ।

Divorce in the Bible | My Jewish Learning

ମୁଁ ତୁମକୁ କ୍ଷମା କରିବି ନାହିଁ:

ଦୁନିଆରେ କେହି ବି ପରଫେକ୍ଟ ନୁହେଁ। ସମସ୍ତେ କିଛି ନା କିଛି ଭୁଲ କରିଥାନ୍ତି। ଏଣୁ ଗୋଟେ ଭୁଲ ପାଇଁ କାହାକୁ ବି ଦୋଷୀ କରନ୍ତୁନାହିଁ। ଯଦି ଛୋଟ ଛୋଟ ଭୁଲକୁ କ୍ଷମା ନ କରନ୍ତି ତେବେ କ୍ରମଶଃ ଦୂରତା ବଢ଼ିବ ଓ ସମ୍ପର୍କ ଖରାପ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.