ଆଜି ଠାରୁ ଆରମ୍ଭ ହେଉଛି KBC 2020 ପାଇଁ ରେଜିଷ୍ଟ୍ରେସନ, ଜାଣନ୍ତୁ ଆପଣ ଏଥିରେ କେମିତି ଭାଗ ନେଇ ହେବେ କୋଟିପତି

କରୋନା ଲକଡାଉନ ପାଇଁ ଏବେ ଟିଭି ଏବଂ ସିନେମା ଦୁନିଆ ବନ୍ଦ ପଡିଛି। କିନ୍ତୁ ଅମିତାଭ ବଚନ ନିଜ ଫ୍ୟାନ୍ସଙ୍କ ପାଇଁ ଏକ ଆସ୍ୱସ୍ତିକର ଖବର ନେଇ ଆସିଛନ୍ତି। ସେ ନିଜ ଫ୍ୟାନ୍ସଙ୍କ ପସନ୍ଦର ଶୋ ‘କୌନ ବନେଗା କରୋଡପତି’ର ନୂଆ ସିରିଜ ନେଇ ଆସିଛନ୍ତି। ନିକଟରେ ନିଜେ ବିଗ ବି ଏହି କଥାର ଖୁଲାସା କରିଥିଲେ ଯେ ସେ ଏହି ଶୋର ପ୍ରମୋ ସୁଟିଂ କରୁଛନ୍ତି।

ଏବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଲକଡାଉନ ସମୟରେ ଆପଣ ବି ଘରେ ବସି ବସି କୋଟିପତି ହୋଇପାରିବେ। କିନ୍ତୁ ଏଥିପାଇଁ ଆପଣଙ୍କୁ ଶୋରେ ଅଂଶଗ୍ରହଣ ହେବାକୁ ପଡିବ। ୯ ମେ ଅର୍ଥାତ ଆଜି ଠାରୁ ହିଁ ଅମିତାଭ ବଚନ ଏହି ଶୋ ପାଇଁ ରେଜିଷ୍ଟ୍ରେସନ ପ୍ରଶ୍ନ ପଚାରିବା ଆରମ୍ଭ କରିବେ।


ଆଜି ଠାରୁ ରାତି ୯ଟାରେ ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନରେ ଅମିତାଭ ବଚନ କେବିସି ରେଜିଷ୍ଟ୍ରେସନ ସମ୍ବନ୍ଧିତ ପ୍ରଶ୍ନ ପଚାରିବା ଆରମ୍ଭ କରିବେ। ଏହି ପ୍ରଶ୍ନ ଦର୍ଶକଙ୍କୁ ୨୦ ମେ ପର୍ଯ୍ୟନ୍ତ ପଚରାଯିବ। ଆପଣ ପ୍ରଶ୍ନର ସଠିକ ଉତ୍ତର sms କିମ୍ବା sonyLIV ଆପ ଜରିଆରେ ପଠାଇପାରିବେ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ବିଗ ବି ଏହି ଶୋର ୧୧ଟା ସିଜନ ହୋଷ୍ଟ କରିଛନ୍ତି ଆଉ ଏହା ତାଙ୍କର ୧୨ତମ ସିଜନ ହେବ। ସୋନି ଟିଭିରେ ପ୍ରସାରିତ ହେଉଥିବା ଏହି ସୋ ଟପ ଟିଆରପିରେ ରହିଥାଏ। ଏହାର ଲୋକପ୍ରିୟତା ବିଷୟରେ ତ ଆପଣ ଜାଣିଥିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.