Below header

ଏଭଳି ପୁରୁଷଙ୍କ ସହ କୌଣସି ସମ୍ପର୍କ ରଖିବାକୁ ଚାହାନ୍ତିନି ମହିଳା, ଆପଣଙ୍କର ବି ନାହିଁ ତ ଏହି ଗୁଣ

ସମସ୍ତେ ଚାହାନ୍ତି ପାର୍ଟନର ତାଙ୍କୁ ସବୁଠୁ ଭଲ ଭାବେ ବୁଝନ୍ତୁ। କହିବା ପୂର୍ବରୁ ତାଙ୍କର ପ୍ରତିଟି ସ୍ୱପ୍ନ ପୂରଣ କରନ୍ତୁ। ଏଣୁ ବିବାହ ପୂର୍ବରୁ ସେମାନେ ମନଲାଖି ସାଥୀର ସନ୍ଧାନ କରିଥାନ୍ତି। ଖାସ୍‌ କରି ଝିଅମାନେ ଜଣେ ଏମିତି ପୁରୁଷ ସହ ସାରା ଜୀବନ ବିତାଇବାକୁ ଚାହାନ୍ତି ଯିଏ ଅଣ୍ଡରଷ୍ଟାଣ୍ଡିଂ ହୋଇଥିବ ଓ ତାଙ୍କ ପରିବାରକୁ ଯଥେଷ୍ଟ ସମ୍ମାନ ଦେଉଥିବ। ଏଣୁ ଡେଟ୍‌ରେ ଯିବା ବେଳେ ମଧ୍ୟ ଏସବୁ କଥାକୁ ଝିଅମାନେ ଅଧିକ ଗୁରୁତ୍ୱ ଦେଇଥାନ୍ତି। ତେବେ ଝିଅମାନେ ପୁଅଙ୍କର କେତେକ ଗୁଣକୁ ଆଦୌ ପସନ୍ଦ କରିନ୍ତିନି। ଆସନ୍ତୁ ଜାଣିବା କେଉଁ ଭଳି ସ୍ୱଭାବ ଥିବା ପୁଅଙ୍କୁ ଝିଅମାନେ ଜମା ପସନ୍ଦ କରନ୍ତି ନାହିଁ…

Why Women Vary So Much in What They Find Offensive | Live Science

-ସବୁବେଳେ ନର୍ଭସ ରହୁଥିବା ପୁଅଙ୍କୁ ଝିଅମାନେ ଆଦୌ ପସନ୍ଦ କରନ୍ତି ନାହିଁ। ସ୍ମାର୍ଟ ପିଲାଙ୍କ ସହ ସମ୍ପର୍କ ଗଢ଼ିବାକୁ ଝିଅମାନେ ଭଲ ପାଆନ୍ତି।

-ନିଜ ଉପରେ ବିଶ୍ୱାସ ନଥିବା ତଥା କମ୍‌ ଆତ୍ମବିଶ୍ୱାସ ଥିବା ପୁଅଙ୍କୁ ଝିଅମାନେ ପସନ୍ଦ କରନ୍ତି ନାହିଁ। ଏଭଳି ପୁଅଙ୍କ ସହ ଝିଅମାନେ ବନ୍ଧୁତା କରିବାକୁ ବି ଇଚ୍ଛା କରିନଥାନ୍ତି।

Why do I date unattainable men?

-ଯଦି ଡେଟ୍‌ରେ ଯିବା ବେଳେ ଆପଣ କେବଳ ନିଜ କଥା, ନିଜ ପରିବାର କଥା କହୁଛନ୍ତି ଓ ଝିଅକୁ ନିଜ କଥା କହିବାର ମଉକା ବି ଦେଉନାହାନ୍ତି ତେବେ ସେ ବୋର୍‌ ହୋଇପାରନ୍ତି। ଏଥିସହ ଏଭଳି ପୁରୁଷଙ୍କ ସହ ସମ୍ପର୍କ ଆଗକୁ ବଢ଼ାଇବାକୁ ଇଚ୍ଛା କରିନପାରନ୍ତି।

-ପ୍ରଥମ ଦେଖାରେ ଯଦି ପୁଅ କଥା ହେବା ଆଳରେ ଗୁଡ଼େ ଏଣେ ତେଣେ ଗପେ ତେବେ ସେଭଳି ପୁଅଙ୍କୁ ଝିଅମାନେ ମୁର୍ଖ ବୋଲି ଭାବନ୍ତି।

Stop Phubbing' campaign - Put your phone down and pay attention ...

-କୌଣସି କଥାକୁ ନେଇ ଅସୁରକ୍ଷିତ ମନେ କରୁଥିବା ପୁଅଙ୍କ ସହ ରହିବାକୁ ଝିଅମାନେ ପସନ୍ଦ କରିନଥାନ୍ତି। ଯିଏ ନିଜେ ଅସୁରକ୍ଷିତ ସେ ତାଙ୍କୁ କ’ଣ ସୁରକ୍ଷା ଦେବ ବୋଲି ଝିଅମାନେ ଭାବିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.