Below header

ପର୍ଣ୍ଣ ଦେଖିବା ଓ ଅନ୍ୟ ମହିଳାଙ୍କ ସହ ଦୋସ୍ତୀ କରିବାରେ ବ୍ୟାନ୍‌, ବିବାହ ବଞ୍ଚାଇବାକୁ ପତ୍ନୀ କଲେ ଏପରି ନିୟମ

ଯେତେବେଳେ ବିବାହ ସମ୍ପନ୍ନ ହୁଏ ସବୁ ପତି-ପତ୍ନୀ ସାତ ଜନ୍ମ ପାଇଁ ଏକାଠି ରହିବାର ଶପଥ ନିଅନ୍ତି । ହେଲେ ବେଳେ ବେଳେ ଏମିତି ପରିସ୍ଥିତି ଉପୁଜେ ଯେ ବିବାହରେ ଆସିଯାଏ ବିଚ୍ଛେଦ । ତେଣୁ ଅମାନିଆ ପତିଙ୍କୁ ସାବାଡ କରିବା ପାଇଁ ଜଣେ ପତ୍ନୀ ଏମିତି ନିୟମ ବନାଇଛନ୍ତି ଯେ ଜାଣିଲେ ଆପଣଙ୍କ ମୁଣ୍ଡ ଘୁରିଯିବ । ପତିଙ୍କୁ ଆକଟରେ ରଖିବା ପାଇଁ ପତ୍ନୀ ଏମିତି ସବୁ ନିୟମ କରିଛନ୍ତି ଯାହା ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି ।
ଏହି ମହିଳାଙ୍କ ନାମ ହେଉଛି ବେଲି ମେକଫର୍ସନ ।

ବେଲିଙ୍କର ପତିଙ୍କ ପାଇଁ କରିଥିବା ଏହି ନିୟମ ବହୁ ପତିଙ୍କର ହଜମ ହୋଇନାହିଁ । ଫଳରେ ଏହା ଉପରେ ଖୁବ ପ୍ରତିକ୍ରିୟା ମିଳିବାରେ ଲାଗିଛି । ହେଲେ ପତ୍ନୀ ଜଣକ କେବଳ ଯେ ପତିଙ୍କ ପାଇଁ ନିୟମ କରିଛନ୍ତି ତାହା ନୁହେଁ । ନିଜ ପାଇଁ ମଧ୍ୟ କିଛି ନିୟମ ବନାଇଛନ୍ତି । ଆସନ୍ତୁ ଜାଣିବା ବେଲି କରିଥିବା କ’ଣ ସବୁ ନିୟମ ରିହିଛି ।

couple.jpg-

୧. ପତି କୌଣସି ଅନ୍ୟ ମହିଳାଙ୍କ ସହ ଓ ପତ୍ନୀ କୌଣସି ଅନ୍ୟ ପୁରୁଷଙ୍କ ସହ ବନ୍ଧୁତା କରିପାରିବେ ନାହିଁ ।

୨. ଉଭୟଙ୍କ ମଧ୍ୟରେ କେହି ବି କୌଣସି ଅନ୍ୟ ପୁରୁଷ/ମହିଳାଙ୍କ ସହ କେବେ ଏକୁଟିଆ ରହିବେ ନାହିଁ ।

୩.  ଜଣେ ଅନ୍ୟ ଜଣଙ୍କର ଅଜାଣତରେ ପତି-ପତ୍ନୀ କୌଣସି ବି ଅନ୍ୟ ପୁରୁଷ/ମହିଳାଙ୍କୁ ମେସେଜ କରିପାରିବେ ନାହିଁ ।

୪. ପତି-ପତ୍ନୀ କୌଣସି ଅନ୍ୟ ବ୍ୟକ୍ତିଙ୍କ ସହ ଶାରୀରିକ ସମ୍ପର୍କ ରଖିବେ ନାହିଁ ।

୫. ଦୁଇ ଜଣଙ୍କ ମଧ୍ୟରେ କେହି ବି ପର୍ଣ୍ଣ ଫିଲ୍ମ (ଅଶ୍ଳୀଳ ସିନେମା) ଦେଖିବେ ନାହିଁ ।

୬. ସର୍ବଦା ଉଭୟେ ଉଭୟଙ୍କୁ ଶୀର୍ଷ ସ୍ଥାନରେ ରଖିବେ । ଏପରିକି ନିଜ ପିତା-ମାତାଙ୍କ ଠାରୁ ମଧ୍ୟ ଉପରେ ।

ବେଲି ଓ ଜ୍ୟାକ୍‌ଙ୍କ ବିବାହ ୨୦୧୮ ମସିହାରେ ହୋଇଥିଲା । ବିବାହ ନିମୟର ଏହି ଭିଡ଼ିଓ ଲକ୍ଷ ଲକ୍ଷ ଲୋକେ ଦେଖିସାରିଲେଣି । କେହି କେହି ଏହି ନିୟମକୁ ବକବାସ କହିଛନ୍ତି କେହି ଏହାକୁ ଭଲ କହିଛନ୍ତି । ତେବେ ବେଲି ଏହି ନିୟମ ସମ୍ପର୍କରେ ନିଜ ପ୍ରତିକ୍ରିୟାରେ କହିଛନ୍ତି ‘‘ ମୋ ମତରେ ମୋ ଭଳି ଜଣେ ବିବାହିତ ମହିଳାଙ୍କ ପାଇଁ ଯେପରି ଅନ୍ୟ ପୁରୁଷଙ୍କ ସହ ବନ୍ଧୁତା ରଖିବାର କିଛି ଆବଶ୍ୟକ ନାହିଁ । ସେହିପରି ମୋ ପତି ମଧ୍ୟ କୌଣସି ଅନ୍ୟ ମହିଳାଙ୍କ ସହ ବନ୍ଧୁତା ରଖିବା ଆବଶ୍ୟକ ନାହିଁ ।

କାରଣ ଆମେ ଦୁହେଁ ଦୁହିଁଙ୍କ ପାଇଁ ଯେଷ୍ଟେ । ପର୍ଣ୍ଣ ନ ଦେଖିବା ନିୟମ ଏଥିପାଇଁ ଯେପରି ଆମ ଶରୀର ସୁସ୍ଥ ରହିବ । ଭାବନାତ୍ମକ ରୂପେ ଆମେ ବହୁତ ଭଲ ଅନୁଭବ କରିପାରିବୁ ଏବଂ ଜଣେ ଅନ୍ୟଜଣଙ୍କ ସହ ସମ୍ପର୍କ ମଜବୁତ ରହିବ ।’’ ବେଲିଙ୍କର ଏହି କଥା କାହାକୁ ଖଟା ଲାଗିପାରେ । ହେଲେ ବିବାହ ପରେ ଏକ ସୁସ୍ଥ ଗୃହସ୍ଥ ଓ ବୈବାହିକ ଜୀବନ ପାଇଁ ଏହି ନିୟମ ବହୁତ କିଛି ରଖେ ବୋଲି ଉପଲବ୍ଧି ହୁଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.