ଫେସବୁକରେ ଲକ୍‌ ପ୍ରୋଫାଇଲକୁ ଦେଖିବା ପାଇଁ ଜାଣନ୍ତୁ ସହଜ ଟ୍ରିକ

ଆଜିକାଲି ସିକ୍ୟୁରିଟି କୁ ଧ୍ୟାନ ରଖି ପ୍ରାୟ ସମସ୍ତେ ଫେସବୁକରେ ନିଜ ପ୍ରୋଫାଇଲକୁ ଲକ୍‌ କରି ରଖୁଛନ୍ତି । ଏହାଦ୍ୱାରା ଆପଣ ସେହି ବ୍ୟକ୍ତିର ପ୍ରୋଫାଇଲ ଫଟୋକୁ ଦେଖିପାରିବେ ନାହିଁ। କିମ୍ବା ସେହି ବ୍ୟକ୍ତିର କିଛି ବି ଡିଟେଲ୍ସ ଜାଣିପାରିବେ ନାହିଁ। ସୋସିଆଲ ମିଡ଼ିଆ ପ୍ଲାଟଫର୍ମରୁ ଅନ୍ୟର ଫଟୋକୁ ଡାଉନଲୋଡ କରି ତାର ଖରାପ ବ୍ୟବହାର କରିବା ଉପରେ ରୋକ ଲଗାଇବା ପାଇଁ କମ୍ପାନି ତରଫରୁ ଏହି ସିକ୍ୟୁରିଟି ଫିଚରକୁ ଲଞ୍ଚ କରାଯାଇଥିଲା। ମାନେ ଅନ୍ୟର ଆକାଉଣ୍ଟକୁ ଆକ୍ସେସ ନକରିବା ପାଇଁ ଏହି ସୁନ୍ଦର ଫିଚର ବାହାରିଥିଲା।

ତେବେ ଆଜି ଆମେ ଏହି ଫିଚରକୁ ଆକ୍ସେସ କରିବାର ଉପାୟ ସମ୍ପର୍କରେ କହିବୁ। ଯାହାକୁ ଫଲୋ କରିବା ଦ୍ୱାରା ଆପଣ ଲକ୍‌ ହୋଇଥିବା ପ୍ରୋଫାଇଲ ଫଟୋକୁ ମଧ୍ୟ ଦେଖିପାରିବେ। ସହଜରେ ଆକ୍ସେସ କରିପାରିବେ।

ପ୍ରଥମେ ଏଥିପାଇଁ ଆପଣଙ୍କୁ ସେହି ଆକାଉଣ୍ଟକୁ ନିଜ ଆଡୁ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇବାକୁ ପଡ଼ିବ। ସେ ଆକ୍ସେପ୍ଟ କଲା ପରେ ହିଁ ଆପଣ ତାଙ୍କ ପ୍ରୋଫାଇଲକୁ ଦେଖିପାରିବେ। ଅନ୍ୟ ପକ୍ଷରେ ଏମିତି ଅନେକ ଥାର୍ଡ ପାର୍ଟି ଆପ୍ସ ରହିଛି ଯାହା ସାହାଯ୍ୟରେ ଆପଣ ଯେକୌଣସି ବ୍ୟକ୍ତିର ଲକ୍‌ ପ୍ରୋଫାଇଲକୁ ଦେଖିପାରିବେ। କିନ୍ତୁ ଏହା କରିବା ଠିକ ନୁହେଁ।

ଏମାନେ ଟଙ୍କା ନେବା ପରେ ହିଁ ଏହାକୁ ଆକ୍ସେସ କରିବା ର ଟେକନିକ କହିଥାନ୍ତି। ଯାହା ଠିକରୂପେ କାମ କରିନଥାଏ। ମାନେ ଆପଣ ଏଥିରେ ଗ୍ୟାରେଣ୍ଟି ପାଇବେନି। ତେଣୁ ଏହାକୁ ଭୁଲରେ ବି ନିଜ ଫୋନରେ ଇନଷ୍ଟଲ କରନ୍ତୁ ନାହିଁ। କାରଣ ଥରେ ଏଥିରେ ନିଜ ଲଗଇନ ଆଇଡି ଓ ପାସଓ୍ଵାର୍ଡ ଦେଲା ପରେ ଆପଣଙ୍କ ନିଜ ପର୍ସନାଲ ଡାଟା ଲିକ ହେବାର ସମ୍ଭାବନା ରହିଛି।

ତେଣୁ ସବୁଠୁ ସହଜ ପ୍ରୋସେସ ହେଉଛି ସେହି ବ୍ୟକ୍ତିକୁ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାନ୍ତୁ । ଆକ୍ସେପ୍ଟ ପରେ ଆପଣ ଆରାମରେ ଖୁବ ସହଜରେ ସେହି ବ୍ୟକ୍ତିର ଫଟୋକୁ ଦେଖିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.