ଦୋକାନରୁ ହରିଲୁଟ, ସଟର ତାଡି ଲୁଟିନେଲେ ଲକ୍ଷଲକ୍ଷ ଟଙ୍କା

ରାୟଗଡା(କେନ୍ୟୁଜ) : ଦିନକୁ ଦିନ ଚୋରି ଅପରାଧ ବଢିବାକୁ ଲାଗିଲାଣି । ଏହାରି ଭିତରେ ଖବର ଆସିଛି ଏକ ଦୋକାନ ସଟର ତାଡି ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଲୁଟେରା । ରାୟଗଡ଼ା ସହରରେ ଏକ ହୋଲସେଲ ଦୋକାନରୁ ପ୍ରାୟ ୩ଲକ୍ଷ୍ୟ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ସହର ସ୍ଥିତ ବ୍ୟାଙ୍କ କଲୋନୀ ନିକଟରେ ଥିବା ହନୁମାନ ଏଜେନ୍ସି ନାମକ ଏକ ହୋଲସେଲ ଦୋକାନର ସଟର ତାଡ଼ି କିଛି ଦୁର୍ବୁତ୍ତ ଭିତରକୁ ପଶିଥିଲେ ।

ଦୋକାନରେ ଥିବା ପ୍ରାୟ ୩ଲକ୍ଷ୍ୟ ନଗଦ ଟଙ୍କା ଚୋରି କରି ନେଇଥିଲେ ଏମାନେ । ଆଜି ଦୋକାନ ମାଲିକ ସଟର ଭଙ୍ଗା ଯାଇଥିବା ଦେଖି ରାୟଗଡ଼ା ଥାନାରେ ଅଭିଯୋଗ କରିଛନ୍ତି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆଖପାଖ ଅଞ୍ଚଳର ସିସିଟିଭି ଯାଞ୍ଚ କରିବା ସହ ଘଟଣା ତଦନ୍ତ ଜରିରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.