ଜୁନିୟର ହକି ବିଶ୍ୱ କପ୍‌ : ଫ୍ରାନ୍ସ ଠାରୁ ହାରି ଚତୁର୍ଥରେ ରହିଲା ପୂର୍ବ ଚାମ୍ପିଅନ୍‌ ଭାରତ

ଭୁବନେଶ୍ୱର (କେନ୍ୟୁଜ୍‌) : ପୂର୍ବଥର ଚାମ୍ପିଅନ୍‌ ତଥା ଆୟୋଜକ ଭାରତ ବିଶ୍ୱ ଜୁନିୟର ହକି କପ୍‌ରେ ଚତୁର୍ଥ ସ୍ଥାନରେ ହିଁ ରହିଛି । ଆଜି ବ୍ରୋଞ୍ଜ ପଦକ ତଥା ତୃତୀୟ ସ୍ଥାନ ମ୍ୟାଚ୍‌ ପାଇଁ ଭାରତର ମୁକାବିଲା ଫ୍ରାନ୍ସ ସହ ହୋଇଥିଲା । ଏଥିରେ ଫ୍ରାନ୍ସ ୩-୧ ଗୋଲ୍‌ରେ ବିଜୟୀ ହୋଇ ବ୍ରୋଞ୍ଜ ପଦକ ଜିତିଛି ।

ଫ୍ରାନ୍ସ ପକ୍ଷରୁ ଅଧିନାୟକ ଟିମୋଥି କ୍ଲିମେଣ୍ଟ ‘ହାଟ୍ରିକ’ ଗୋଲ ସ୍କୋର କରି ଦଳକୁ ଜିତାଇ ଦେଇଥିଲେ । ଭାରତ ପକ୍ଷରୁ ଏକମାତ୍ର ଗୋଲ୍‌ ଓଡ଼ିଆ ପୁଅ ସୁଦୀପ ଚିର୍ମାକୋ ସ୍କୋର କରିଥିଲେ ।

ପରବର୍ତ୍ତୀ ମ୍ୟାଚ୍‌ ହେଉଛି ଫାଇନାଲ୍‌ । ଟାଇଟଲ୍‌ ଲଢ଼େଇରେ ଜର୍ମାନୀକୁ ଭେଟିବ ଆର୍ଜେଣ୍ଟିନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.