Below header

ନିଆଁର ଆଁରେ ଜଳିଗଲା ୨ମହଲା, ସର୍ଟସର୍କିଟରୁ ନିଆଁ ଲାଗିଥିବା ସୂଚନା

ବାଲେଶ୍ୱର(କେନ୍ୟୁଜ) : ବିଦ୍ୟୁତ୍ ସର୍ଟ ସର୍କିଟ୍ରୁ ଜଳିଗଲା ୨ମହଲା ଘର । ଲକ୍ଷ ଲକ୍ଷ ଟଙ୍କାର ଔଷଧ ପୋଡି ପାଉଁଶ ହୋଇଗଲା l ବାଲେଶ୍ବର ଜିଲ୍ଲା ସୋର ପୌରପାଳିକା କମରପୁର ରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସଂଗ୍ରାମ କେଶରି ମହାନ୍ତିଙ୍କ ଘ ର ସମ୍ପୁର୍ଣ୍ଣ ରୂପେ ଜଳିଯାଇଛି । ସୂଚନା ଅନୁସାରେ ଗତକାଲି ସଂଗ୍ରାମ ତାଙ୍କ ସ୍ତ୍ରୀଙ୍କ ଚିକିତ୍ସା ପାଇଁ କଟକ ଯାଇଥଲେ । ଘରେ କେହି ନଥିଲେ ।

ଆଜି ସକାଳେ ପଡିଶା ଲୋକ ଘର ଝରକାରେ ନିଆଁ ଜଳୁଥିବାର ଦେଖିଵାକୁ ପାଇଥିଲେ । ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ପଡୋଶୀ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇ ଥିଲେ । ଘରେ ତାଲା ପଡିଥିବାରୁ ସ୍ଥନୀୟ ଲୋକ ଓ ଅଗ୍ନିଶମ ବାହିନୀ ତାଲା ଭାଙ୍ଗି ନିଆଁକୁ ଲିଭାଇବାକୁ ଉଦ୍ୟମ କର ିଥିଲେ ହେଲେ ସେତେବେଳକୁ ସବୁକିଛି ଜଳିଯଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.