ଜଣେ ଆଇନଜୀବୀଙ୍କ ବାହାଘର କାର୍ଡ଼ ଆପଣଙ୍କୁ ଅନେକ କଥା ଶିଖାଇ ଦେବ

ବର୍ତ୍ତମାନ ଚାଲିଛି ବାହାଘରର ସିଜିନ । ଆଉ ଏହି ସମୟରେ ସୋସିଆଲ ମିଡିଆରେ ବାହାଘରର ଅନେକ ପ୍ରସ୍ତୁତି ଏବଂ ବାହାଘର ଭିଡିଓ ମଧ୍ୟ ଭାଇରାଲ ହୋଇଥାଏ । ସବୁ ଯୋଡି ନିଜ ନିଜ ବାହାଘରକୁ ସ୍ପେଶାଲ ବନାଇବାକୁ ଜୋରସୋରରେ ଲାଗିପଡନ୍ତି । କିଏ କେତେ ପ୍ରକାରର ପ୍ଲାନିଂ କରିଥାନ୍ତି । ଏମିତିରେ ଏକ ୱେଡିଂକାର୍ଡର ଫଟୋ ଭାଇରାଲ ହେବାରେ ଲାଗିଛି । ନିଜ ବାହାଘରର କାର୍ଡକୁ ଛପାଇଛନ୍ତି ଜଣେ ଆଇନ୍ଜୀବୀ। ଯାହାକୁ ପଢ଼ିବା ପରେ ଲୋକଙ୍କୁ ଖୁବ୍ ମଜା ଆସୁଛି ।

ଏହି ୱେଡିଂ କାର୍ଡକୁ ଭାରତୀୟ ସମ୍ବିଧାନର ଥିମ ଉପରେ କରାଯାଇଛି । ଆପଣ ଜାଣିଥିବେ ସାଧାରଣତଃ କୌଣସି ବାହାଘରରେ ନିଜର ବନ୍ଧୁ ଓ ସମ୍ପର୍କୀୟଙ୍କୁ ବିବାହରେ ସାମିଲ ହେବା ପାଇଁ ଆମନ୍ତ୍ରଣ କରାଯାଏ । ଏହି କାର୍ଡରେ ବିଲକୁଲ ଓଲଟା ଦେଖିବେ । ନିଜ ବାହାଘରକୁ ମନେ ରଖିବା ପାଇଁ ଏହି ଓକିଲ ଜଣକ ନିଜ କାର୍ଡରେ ବିବାହ ସମ୍ବନ୍ଧିତ ଆଇନ ଓ ଅଧିକାର ବିଷୟରେ ଉଲ୍ଲେଖ କରିଛନ୍ତି । ଆଉ ଏକ ଚିତ୍ର ରହିଛି ଯାହାକୁ ଆପଣ ଜାଣନ୍ତି ନ୍ୟାୟର ପ୍ରତୀକ ହିସାବରେ । ତରାଜୁ । ଯେଉଁଥିରେ ଗୋଟେ ପଟେ ବର ନାମ ଥିବା ବେଳେ ଅନ୍ୟପଟେ କନ୍ୟା ନାମ ରହିଛି ।

ନିଜ ବିବାହ କାର୍ଡରେ ଓକିଲ ଜଣକ ଲେଖିଛନ୍ତି କି ବିବାହର ଅଧିକାର ହେଉଛି ଭାରତୀୟ ସମ୍ବିଧାନର ଧାରା ୨୧ ଅନୁଯାୟୀ ଜୀବନ ଧାରଣ କରିବାର ଏକ ଉପାଦାନ । ଏହି ମୌଳିକ ଅଧିକାରକୁ ବ୍ୟବହାର କରିବାର ସମୟ ହେଉଛି ୨୮ନଭେମ୍ବର ୨୦୨୧ ରବିବାର । ଆଗକୁ ସେ ଲେଖିଛନ୍ତି ମୁଁ ଆପଣଙ୍କୁ ନିବେଦନ କରୁଛି ଯେ ଧାରା ୧୯ ଆଇ ବି ରେ ଶାନ୍ତିପୂର୍ଣ୍ଣ ଭାବରେ ଓ ବିନା ଅସ୍ତ୍ରଶସ୍ତ୍ରରେ ଏକାଠି ହେବାର ଅଧିକାର ଭାବରେ ଉପସ୍ଥିତ ହେବେ ଆଉ ଆଶୀର୍ବାଦ ପ୍ରଦାନ କରିବେ । ଲେଖାଯାଇଛି ଯେ ଯେତେବେଳେ ଓକିଲମାନେ ବିବାହ କରନ୍ତି ସେମାନେ ହଁ କୁହନ୍ତି ନାହିଁ । କିନ୍ତୁ କୁହନ୍ତି ଆମେ ସର୍ତ୍ତ ଗ୍ରହଣ କରୁଛୁ । ଏଭଳି ନିଆରା ଢଙ୍ଗର ଏହି ବାହାଘର ନିମନ୍ତ୍ରଣପତ୍ର ଏବେ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.