ମୋଦିଙ୍କୁ ଚିଠି ଲେଖିଲେ ୧୨ ବର୍ଷର ଏହି ବାଳିକା, କହିଲେ, ‘ପ୍ରଧାନମନ୍ତ୍ରୀ ହିସାବରେ ଆମ ଭବିଷ୍ୟତ ବିଷୟରେ ଚିନ୍ତା କରନ୍ତୁ’

ପ୍ରଥମ International Clean Air Day for Blue Sky ଅବସରରେ ୧୨ ବର୍ଷର ଜଣେ କୁନି ପରିବେଶବିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ବିଶୁଦ୍ଧ ପବନ ଦାବିରେ ରିଦ୍ଧିମା ନାମ୍ନୀ ଏହି ବାଳିକା ଚିଠିରେ ଲେଖିଛନ୍ତି କି, ଯଦି କିଛି କରାଯାଇପାରିବନି, ତା’ହେଲେ ଦିନେ ଆମ ସମସ୍ତଙ୍କୁ ଅକ୍ସିଜେନ ସିଲିଣ୍ଡର ଧରି ଚାଲିବାକୁ ପଡ଼ିବ। ରିଦ୍ଧିମାଙ୍କ ଘର ଉତ୍ତରାଖଣ୍ଡର ହରିଦ୍ୱାରରେ।

ଚିଠିରେ ରିଦ୍ଧିମା ଉଲ୍ଲେଖ କରିଛନ୍ତି କି, ‘ବାୟୁ ଏତେ ପ୍ରଦୂଷିତ ଯେ ସେଥିପାଇଁ ଅକ୍ସିଜେନ ସିଲିଣ୍ଡର ସହ ସ୍କୁଲ ଯିବା ଏକ ଖରାପ ସ୍ବପ୍ନ ଭଳି। ମୋତେ ଚିନ୍ତା ଲାଗୁଛି କି, ଯଦି ମୋ ଭଳି ୧୨ ବର୍ଷର ଝିଅକୁ ନିଶ୍ୱାସ ନେବା ପାଇଁ ଅସୁବିଧା ହେଉଛି, ତେବେ ଦିଲ୍ଲୀ ଏବଂ ଅନ୍ୟାନ୍ୟ ସହରରେ ରହୁଥିବା ପିଲାଙ୍କ ଉପରେ ଏହାର କେତେ ପ୍ରଭାବ ପଡୁଥିବ। ଏହା ନିଶ୍ଚିତ କରନ୍ତୁ ଯେ ଅକ୍ସିଜେନ ସିଲିଣ୍ଡର ପିଲାଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ନ ହେଉ’।

ln

‘ପ୍ରତ୍ୟେକ ବର୍ଷ ଭାରତର କେତେକ ଜାଗାରେ ବାୟୁ ପ୍ରଦୂଷିତ ହୋଇଯାଉଛି ଏବଂ ଅକ୍ଟୋବର ପରେ ନିଶ୍ୱାସ ନେବା କଷ୍ଟକର ହୋଇଯାଉଛି। ଆମକୁ ଏହା ବିଷୟରେ କିଛି ଭାବିବାକୁ ପଡିବ ଏବଂ କିଛି କରିବାକୁ ପଡିବ। ଘନ ଜନସଂଖ୍ୟା ଥିବା ସହରରେ ବାୟୁ ଅଧିକ ପ୍ରଦୂଷିତ। ସେଠାରେ ରହୁଥିବା ଲୋକଙ୍କ ପାଇଁ ଏହା ବହୁତ ଭୟଙ୍କର। ଏହାଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଗମ୍ଭୀର ରୋଗ ସୃଷ୍ଟି ହୋଇଥାଏ’।

nn

ସେ ଆହୁରି ଲେଖିଥିଲେ, ‘ଆମ ପ୍ରଧାନମନ୍ତ୍ରୀ ଭାବେ ଆପଣ ଜଳବାୟୁ ପରିବର୍ତ୍ତନକୁ ଏକ ବାସ୍ତବିକତା ରୂପରେ ସ୍ୱୀକାର କରିଛନ୍ତି। ଦେଶର ସମସ୍ତ ପିଲାଙ୍କ ତରଫରୁ ମୁଁ ଆପଣଙ୍କୁ ଆଜିର ଏହି Clean Air Dayରେ ଏକ ଅନୁରୋଧ କରିବାକୁ ଚାହୁଁଛି କି ଆମ ଭବିଷ୍ୟତ ବିଷୟରେ ଭାବନ୍ତୁ। ଆପଣ ଅଧିକାରୀମାନଙ୍କୁ ସମସ୍ତ ନିୟମକୁ କଡାକଡି ପାଳନ କରିବାକୁ କୁହନ୍ତୁ, ଯାହାଫଳରେ ଭାରତର ନାଗରିକ ଶୁଦ୍ଧ ବାୟୁରେ ନିଶ୍ୱାସ ନେଇପାରିବେ’।

ୟୁଏନ ଗତବର୍ଷ କ୍ଲିନ ଏୟାର ଡେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା

ଗତବର୍ଷ ୟୁଏନର ଜେନେରାଲ ଆସେମ୍ବଲି ନିଜର ୭୪ତମ ଅଧିବେଶନ ଅବସରରେ International Clean Air Day for Blue Sky ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା। ଏହାର ଲକ୍ଷ ଥିଲା, ବ୍ୟକ୍ତି, ସମୁଦାୟ, କର୍ପୋରେଟ ଏବଂ ସରକାର, ସମସ୍ତଙ୍କୁ ସଫା ତଥା ବିଶୁଦ୍ଧ ବାୟୁର ଗୁରୁତ୍ୱ ବିଷୟରେ ସଚେତନ କରିବା।

Steam or smoke comes from the pipes. Combined heat and power plant in the city. Landscape at sunset or dawn

ବାୟୁ ପ୍ରଦୂଷଣରେ ଭାରତ ଆଗରେ

International Forum for Environment, Sustainability and Technology (I-Forest)ର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଚନ୍ଦ୍ରଭୂଷଣ କହିଛନ୍ତି, କ୍ଲିନ ଏୟାର ଡେ ଭାରତ ପାଇଁ ବହୁତ ଜରୁରୀ। କାରଣ ଭାରତ ବାୟୁ ପ୍ରଦୂଷଣରେ ସବୁଠାରୁ ଅଧିକ ପ୍ରଭାବିତ ହେଉଥିବା ଦେଶ। ଆକଳନ ଅନୁସାରେ, ଦେଶରେ ଆଜି ୯୦ କୋଟି ଟନ କୋଇଲା, ୪୦ କୋଟି ଟନ ବାୟୋମାସ, ୨୦ କୋଟି ଟନ ତେଲ ଏବଂ ୫ କୋଟି ଟନ ଗ୍ୟାସ ବିନିଯୋଗ ହେଉଛି।

Leave A Reply

Your email address will not be published.