Below header

୧୦ ବର୍ଷ ଲାଗି ପ୍ରସ୍ତୁତ କରାଗଲା ୨୦୦୦ ବର୍ଷ ତଳର ପୁରୁଣା ଅତର, ଯାହାଥିଲା ମିଶରର ରାଣୀ କ୍ଲିୟୋପେଟ୍ରାଙ୍କ ପସନ୍ଦ

ମିଶରର ରାଜକୁମାରୀ କ୍ଲିୟୋପେଟ୍ରା ଯେଉଁ ଅତରର ବ୍ୟବହାର କରୁଥିଲେ ତାର ଫର୍ମୁଲା ବୈଜ୍ଞାନିକମାନେ ଖୋଜି ବାହାର କରିଛନ୍ତି । ପ୍ରାୟ ୨୦୦୦ ବର୍ଷ ପୁରୁଣା ଏହି ଅତରକୁ ପ୍ରସ୍ତୁତ କରିବା ବିଧି ନର୍ଥ ଆମେରିକା ବିଶ୍ଵବିଦ୍ୟାଳୟର ଦୁଇଜଣ ଗବେଷକ ଖୋଜି ବାହାର କରିଥିଲେ । ଗବେଷକମନନଙ୍କ କହିବା ଅନୁଯାୟୀ ଏହା ବର୍ତ୍ତମାନର ଅତର ଠାରୁ ସମ୍ପୂର୍ଣ ଅଲଗା ।

ଏହା ଦେଖିବା ପାଇଁ ଅଲିଭ ଅଏଲ ପରି ଏବଂ ଏହାକୁ ବନାଇବା ପାଇଁ ଏକ ଦଶକରୁ ଅଧିକ ସମୟ ଲାଗିଥିଲା । ଏଥିପାଇଁ ପୁରୁଣା ବିଧିଗୁଡିକୁ ଅଧ୍ୟୟନ କରାଯାଇଥିଲା । ଏହି ଅତରକୁ ପ୍ରସ୍ତୁତ କରିବା ପାଇଁ ଅଳେଇଚ, ଅଲିଭ ଅଏଲ, ଡାଲଚିନି ଏବଂ ଲବଙ୍ଗର ବ୍ୟବହାର କରାଯାଇଥିଲା । ଏହି ଅତରର ବାସ୍ନା ଏତେ ପ୍ରଖର ଯେ ଏହାର ପ୍ରଭାବ ଲମ୍ବା ସମୟ ପର୍ଯ୍ୟନ୍ତ ରହିଥାଏ ।

Image result for 2000 years old costly perfume

ଗବେଷକ ପ୍ରୋ ଲିଟମ୍ୟାନଙ୍କ ଅନୁଯାୟୀ ୨୦୦୦ ବର୍ଷ ପୁରୁଣା ଅତରର ବାସ୍ନା ଏକ ସ୍ୱତନ୍ତ୍ର ପ୍ରକାରର ରହିଥିଲା । ଏହି ଅତରଟି ମିଶରର ରାଣୀ କ୍ଲିୟୋପେଟ୍ରାଙ୍କୁ ବହୁତ ପସନ୍ଦ ଥିଲା । ଗବେଷକମାନେ ଏହି ପରଫ୍ୟୁମକୁ ଇଜିପ୍ଟର ତେଲ-ଏଲ-ତିମାଇରେ ରଖିଥିଲେ ।

ବର୍ତ୍ତମାନ ଏହାକୁ ଆମରିକାର ନ୍ୟାସନାଲ ଜିଓଗ୍ରାଫିକ ମ୍ୟୁଜିୟମରେ ପ୍ରଦର୍ଶନୀ ପାଇଁ ରଖାଯାଇଛି । ଅନ୍ୟ ଜଣେ ଗବେଷକ ଆଟଲାସ ଓବସ୍କ୍ୟୁରାଙ୍କ କହିବା ଅନୁଯାୟୀ ଏହା ପ୍ରାଚୀନ ମିଶରର ସବୁଠାରୁ ଦାମୀ ଅତର ଥିଲା । ଏହାକୁ ତୃତୀୟ ଶତାବ୍ଦୀରେ ମିଶରରୁ ଆବିଷ୍କାର କରାଯାଇଥିଲା । ସେହି ସମୟରୁ ଏହାକୁ ସୁରକ୍ଷିତ ରଖିବା ପାଇଁ ଯେଉଁ ବୋତଲ ପ୍ରସ୍ତୁତ କରାଯାଉଥିଲା ତାପାଇଁ ମାଟି ବିଦେଶରୁ ଅଣାଯାଉଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.