Below header

“ୱେଲଥ ହୁରୁନ ଇଣ୍ଡିଆ ରିଚ ଲିଷ୍ଟ- 2021″ରେ ତାଲିକାରେ ସ୍ଥାନ ପାଇଲେ ଜଣେ ୨୩ ବର୍ଷୀୟ ଯୁବକ

ଶାଶ୍ୱତ ନକରାନି ନାମକ ଜଣେ ୨୩ ବର୍ଷୀୟ ଯୁବକ “ହୁରୁନ ଇଣ୍ଡିଆ ରିଚ” ତାଲିକାରେ ସ୍ଥାନ ପାଇଛନ୍ତି । ଖାଲି ସେତିକି ନୁହେଁ ଏତେ କମ ବୟସରେ ଭାରତର ଏହି ଯୁବକ ଜଣଙ୍କ ଜଣାଶୁଣା ଧନୀ ତାଲିକାରେ ସ୍ଥାନ ପାଇଛନ୍ତି । ହୁଏତ ଆପଣ ଭୁଲି ଯାଇଥିବେ ଇଏ ହେଉଛନ୍ତି ସେହି ଶାଶ୍ୱତ ନକରାନି ଯିଏ ଅଜାକୁ ୪ ବର୍ଷ ପୂର୍ବରୁ ମାତ୍ର ୧୯ ବର୍ଷ ବୟସରେ ଅଶ୍ରୀର ଗ୍ରୋଭରଙ୍କ ସହ ମିଶି ଭାରତ ପେ କ୍ୟୁଆର କୋଡ ପ୍ରସ୍ତୁତ କରିଥିଲେ । ଆଉ ଏହି ଚାରି ବର୍ଷ ଭିତରେ “ଭାରତ ପେ” ଆପ ଏତେ ଅଧିକ ସଫଳତା ପାଇଛିଯେ ଶାଶ୍ୱତ ଜଣେ ଇଣ୍ଡିଭିଜୁଆଲ ଉଦ୍ଭାବକ ଭାବରେ IIFL “ୱେଲଥ ହୁରୁନ ଇଣ୍ଡିଆ ରିଚ ଲିଷ୍ଟ- 2021″ରେ ସ୍ଥାନ ପାଇଛନ୍ତି ।

ଶାଶ୍ୱତ ହେଉଛନ୍ତି ଦିଲ୍ଲୀ ଆଇଆଇଆଟିର ଛାତ୍ର । ସୂଚନା ଦେବା ଉଚିତ ହେବକି ଦିଲ୍ଲୀ ଅଇଆଇଟିରେ ତୃତୀୟ ବର୍ଷର ଛାତ୍ର ଥିବା ବେଳେ ହିଁ ୨୦୧୮ ରେ ହିଁ ସେ ଅଶ୍ରୀରଙ୍କ ସହ ମିଶି ସେ “ଭାରତ ପେ କ୍ୟୁଆର” ବନେଇଥିଲେ । ଭାରତ ପେ, ହେଉଛି ଏମିତି ଏକ ସିଙ୍ଗଲ କ୍ୟୁଆର କୋଡ଼, ଯାହାକି ସବୁ ପେମେଂଟ ଆପ ଯେମିତିକି ପେ-ଟିଏମ, ଫୋନ-ପେ, ଗୁଗୁଲ ପେ, ଭୀମ ବ୍ୟତୀତ ୧୫୦ ରୁ ଅଧିକ ୟୁପିଆଇ ଆପରୁ ପେମେଣ୍ଟ କରିପାରି ଥାଏ । କହିରଖୁଛୁକି ୨୦୧୫ ରେ ଶାଶ୍ୱତ ଟେକ୍ସଟାଇଲ ଟେକ୍ନୋଲୋଜି ବିଭାଗରେ ଦେଲ୍ହୀ ଆଇଆଇଆଟିରୁ ଗ୍ରାଜୁଏସନ କରିବା ପାଇଁ ଭର୍ତ୍ତି ହୋଇଥିଲେ । ଯେମିତି ସବୁ ବ୍ୟବସାୟୀ ମାନେ ସହଜରେ କିଣାବିକା କରିପାରିବେ, ବଜାରରେ ଉଭୟ ବିକ୍ରେତା ଓ ଗ୍ରାହକ ମାନଙ୍କ ସୁବିଧା ହୋଇପାରୁଥିବ । ପାଖରେ କ୍ୟାସ ନଥିଲେ ବି ଅସୁବିଧା ହେଉନଥିବ ସେସବୁକୁ ଦୃଷ୍ଟିରେ ରଖି ହିଁ ଉଭୟ ମିଶି ଏହି ଆପକୁ ଆରମ୍ଭ କରିବାର ଯୋଜନା କରିଥିଲେ | ଏକ୍ଷେତ୍ରରେ ନକରାନିଙ୍କ ଆଇଡ଼ିଆ କିଛିଟା ସ୍ୱତନ୍ତ୍ର ଥିବାରୁ ଭିନ୍ନ ଭିନ୍ନ ପେମେଣ୍ଟ ଆପ୍ସ ପାଇଁ ଭିନ୍ନ ଭିନ୍ନ କ୍ୟୁଆର କୋଡ ବ୍ୟବହାର କରିବାକୁ ପଡିବ ନାହିଁ । ଭାରତ- ପେ ସ୍ବାଇପ ନାଁରେ ଦେଶରେ ପ୍ରଥମ ଜିରୋ ଫିସ କାର୍ଡ଼ ମେସିନ ଲଞ୍ଚ କରିଛି । ଏଥିରେ କୌଣସି ଟ୍ରାଞ୍ଜାକ୍ସନ ଚାର୍ଜ କିମ୍ବା ମାସିକ ଭଡା ଦେବାକୁ ପଡେ ନାହିଁ । ଏହି ମେସିନରେ ଉଭୟ କାର୍ଡ଼ ଓ କ୍ୟୁଆର କୋଡ଼, ଦୁଇଟିର ପେମେଣ୍ଟ ସ୍ୱୀକାର କରିବାର ସୁବିଧା ରହିଛି ।

କହିରଖିବା ଉଚିତ ହେବକି, IIFL “ୱେଲଥ ହୁରୁନ ଇଣ୍ଡିଆ ରିଚ ଲିଷ୍ଟ- 2021″ରେ ସେହିମାନଙ୍କୁ ହିଁ ସାମିଲ କରାଯାଇଥାଏ ଯେଉଁମାନଙ୍କ ସର୍ବମୋଟ ସମ୍ପତ୍ତି ୧୦୦୦ କୋଟି ଟଙ୍କାରୁ ଅଧିକ ହୋଇଥିବ । ଚଳିତ ଥର ଏହି ତାଲିକାରେ ୯୦ ଦଶକରେ ଜନ୍ମ ନେଇଥିବା ୧୩  ରୁ ଅଧିକ ଲୋକ ସାମିଲ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.