Below header

ମା’କୁ ଟିକେ ଦେଖିବା ପାଇଁ ପ୍ରତିଦିନ ହସ୍ପିଟାଲ କାନ୍ଥ ଦେଇ ଚଢ଼ୁଥିଲେ ଉପରକୁ, ଆଉ ଶେଷ ସମୟରେ..

କରୋନା ଟାଇମରେ ସୋସିଆଲ ଡିଷ୍ଟାନସିଙ୍ଗ ଜରୁରୀ କିନ୍ତୁ ଏହି ଦୂରତାକୁ ଜଣେ କରୋନା ପେସେଣ୍ଟ ଏବଂ ତାର ପରିବାର ଭଲ ଭାବରେ ବୁଝିପାରିବେ । ମାମଲା ସୋସିଆଲ ମିଡ଼ିଆର ଯେଉଁଠି ବର୍ତ୍ତମନ ଗୋଟେ ପୁଅର ଫଟୋ ଭାଇରଲ ହେବାରେ ଲାଗିଛି । ଜଣେ ଟ୍ୱିଟର ୟୁଜର ଏହାକୁ ସେୟାର କରିଛନ୍ତି ଏବଂ କ୍ୟାପ୍ସନରେ ଲେଖିଛନ୍ତି “କରୋନାରେ ସଂକ୍ରମିତ ଜଣେ ଫିଲିସ୍ତିନି ମହିଳା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଯାହାଙ୍କୁ ଦେଖିବା ପାଇଁ ତାଙ୍କ ପୁଅ ପ୍ରତିଦିନ ରାତିରେ ହସ୍ପିଟାଲର କାନ୍ଥ ଉପରେ ଚଢି ଚଢି ଯାଇ ତାଙ୍କ ରୁମର ଝରକା ଉପରେ ବସୁଥିଲେ ।

ମିଳିଥିବା ଖବର ଅନୁଯାୟୀ ଜିହାଦ ନାମକ ଜଣେ ବ୍ୟକ୍ତିଙ୍କ 73 ବର୍ଷୀୟ ମା କରୋନାରେ ସଂକ୍ରମିତ ଥିଲେ ଆଉ ସେ ହେବ୍ରନର ଷ୍ଟେଟ ହସ୍ପିଟାଲ ICUରେ ଚିକିତ୍ସିତ ହେଉଥିଲେ । ତେବେ ଜିହାଦଙ୍କ ପାଖରେ ତାଙ୍କ ମାଙ୍କୁ ଶେଷ ଦେଖା କରିବା ପାଇଁ କୌଣସି ସୁଯୋଗ ନଥିଲା । ଯେଉଁଥିପାଇଁ ସେ ପ୍ରତିଦିନ ରାତିରେ ହସ୍ପିଟାଲର କାନ୍ଥ ଦେଇ ଚଢି ଚଢି ଯାଇ ତାଙ୍କ ମା’ଙ୍କ କୋଠରିର ଝରକା ଉପରେ ବସୁଥିଲେ ଆଉ ତାଙ୍କୁ ଦେଖୁଥିଲେ । ରିପୋର୍ଟ ଅନୁଯାୟୀ ଯେତେବେଳେ ଜିହାଦଙ୍କ ମା କରୋନାରେ ସଂକ୍ରମିତ ହେଲେ ସେତେବେଳେ ସେ ଲ୍ୟୁକିମିଆରେ ପୀଡିତ ଥିଲେ । ତାଙ୍କୁ ହେବ୍ରନ ଷ୍ଟେଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ 5 ଦିନ ଧରି ତାଙ୍କର ଚିକିତ୍ସା ଚାଲିଥିଲା । ଶେଷରେ ଡାକ୍ତରମାନେ ତାଙ୍କୁ ବଂଚାଇବାରେ ଅସଫଳ ହୋଇଥିଲେ ଏବଂ ଗୁରୁବାର ଦିନ ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।


ଜିହାଦ କହୁଥିଲେ ଯେ “ଶେଷ ସମୟରେ ମୁଁ ଅସହାୟଙ୍କ ଭଳି ତାଙ୍କୁ ICU ବାହାରେ ଠିଆ ହୋଇ ଖାଲି ଦେଖୁଥିଲି । 15 ବର୍ଷ ପୂର୍ବେ ମୁଁ ମୋ ବାପାଙ୍କୁ ହରାଇଥିଲି ତା ପରଠୁ ମୋ ମା ହିଁ ଏକ ମୋର ନିଜର ଆଜି ସେ ବି ମୋତେ ଛାଡି ଚାଲିଗଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.