ଅକଟୋବରରେ ହେବ ନାହିଁ ଟି-୨୦ ବିଶ୍ୱକପ୍‌, ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଲା ଆଇସିସି

ଦୁବାଇ : କରୋନା ବନ୍ଦ କଲା ଆଉ ଏକ ମେଗା କ୍ରୀଡ଼ା ଇଭେଣ୍ଟ । ସ୍ଥଗିତ ରହିଲା ଚଳିତ ବର୍ଷର ଟି-୨୦ ବିଶ୍ୱକପ୍ । ଆଗାମୀ ଅକଟୋବର ମାସରେ ଅଷ୍ଟ୍ରେଲିଆରେ ଏହି ପ୍ରତିଯୋଗିତା ହେବାର ଥିଲା । ତେବେ କୋଭିଡ୍‌-୧୯ ସ୍ଥିତିରେ କୌଣସି ପରିବର୍ତ୍ତନ ହେଉନଥିବା ଦୃଷ୍ଟିରୁ ଏହାକୁ ଆଇସିସି ସ୍ଥଗିତ ରଖିଛି ।
ଆଜି ଏ ନେଇ ଆଇସିସି (ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ)ର ବୈଠକ ବସିଥିଲା । ଏଥିରେ ଟି-୨୦ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ତେବେ ଏ ବର୍ଷର ଟି-୨୦ ଟୁର୍ଣ୍ଣାମେଣ୍ଟକୁ ଆସନ୍ତା ବର୍ଷ ୨୦୨୧ ଅକଟୋବର-ନଭେମ୍ବରରେ ଏବଂ ପରବର୍ତ୍ତୀ ଟି-୨୦ ଟୁର୍ଣ୍ଣାମେଣ୍ଟ ୨୦୨୨ ଅକଟୋବର-ନଭେମ୍ବରରେ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି । ସେହିପରି ୫୦ ଓଭର ବିଶିଷ୍ଟ ଦିନିକିଆ ବିଶ୍ୱକପ୍ ସମାନ ସମୟରେ ୨୦୨୩ରେ ଖେଲାଯିବ । ଅବଶ୍ୟ ଦୁିଟି ଯାକ ଟି-୨୦ ଟୁର୍ଣ୍ଣାମେଣ୍ଟ କେଉଁଠି ଖେଲାଯିବ ସେ ସମ୍ପର୍କରେ ଘୋଷଣା କରାଯାଇନାହିଁ । ପୂର୍ବ କାର‌୍ୟ୍ୟକ୍ରମ ଅନୁସାରେ ୨୦୨୧ ଟି-୨୦ ଏବଂ ୨୦୨୩ ଦିନିକିଆ ବିଶ୍ୱକପ୍ ଉଭୟ ପ୍ରତିଯୋଗିତାରେ ଭାରତରେ ହେବାର ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.