ଗଞ୍ଜାମରେ କରୋନା ଜନିତ ମୃତ୍ୟୁକୁ ବ୍ରେକ ଦେବା ପାଇଁ କାଲିଠାରୁ ଆରମ୍ଭ ହେବ ପ୍ଲାଜମା ଥେରାପି, ମୁଖ୍ୟମନ୍ତ୍ରୀ କଲେ ଘେଷଣା

କେନ୍ୟୁଜ୍(ବ୍ୟୁରୋ): କରୋନା ଚିକିତ୍ସାରେ ଫଳପ୍ରଦ ହେଉଛି ପ୍ଲାଜମା ଥେରାପି। ଗତକାଲି ୬ ଜଣ ଗୁରୁତର କରୋନା ରୋଗୀଙ୍କ ମଧ୍ୟରୁ ୪ଜଣ ସୁସ୍ଥ ହେବା ପରେ ଆଶା ଉଜ୍ଜଳ ହେଉଛି ଆଉ ଏଥିପାଇଁ ଆସନ୍ତାକାଲିଠାରୁ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହେବ ପ୍ଲାଜମା ଥେରାପି। କୋଭିଡ୍‌ ମୁକାବିଲା ସମୀକ୍ଷା ପରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଗଞ୍ଜାମ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଶୀତଳାପଲ୍ଲୀ ସ୍ଥିତ କୋଭିଡ୍‌ ହସ୍ପିଟାଲରେ ପ୍ଲାଜମା ଥେରାପି ଆରମ୍ଭ ହେବ। ଏହାଦ୍ୱାରା ଗଞ୍ଜାମ ଓ ଆଖପାଖ ଜିଲ୍ଲାର ଗୁରୁତର କୋଭିଡ୍‌ ରୋଗୀମାନେ ପ୍ଲାଜମା ଥେରାପି ସୁବିଧା ପାଇ ପାରିବେ। କୋଭିଡ୍‌ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବ ବୋଲି ଆଶା କରାଯାଉଛି।

ଗତ ୧୮ ତାରିଖଠାରୁ ରାଜ୍ୟରେ ପ୍ଲାଜମା ଥେରାପି ଆରମ୍ଭ ହୋଇଛି। ଏହାର ସୁଫଳ ମଧ୍ୟ ମିଳିଛି। ପ୍ଲାଜମା ଥେରାପୀରେ ଚିକିତ୍ସାଧିନ ଥିବା ୬ ରୋଗୀଙ୍କ ମଧ୍ୟରୁ ୪ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ସ୍ଥିର ରହିଛି। ଏହାସହ ବ୍ରହ୍ମପୁରରେ ଏକ ଘରୋଇ ହସ୍ପିଟାଲରେ ୧୬ଟି ଆଇସିୟୁ ବେଡ୍‌ ସହିତ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ ପ୍ରତିଷ୍ଠା କରାଯିବ। ଏଥିଲାଗି ଗଞ୍ଜାମ ଜିଲ୍ଲା ପ୍ରଶାସନ ଏମ୍‌ଓୟୁ ସ୍ୱାକ୍ଷରିତ କରିଛି। ଗଞ୍ଜାମ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୫କୋଟି ମଞ୍ଜୁର କରାଯାଇଛି।

ଜିଲ୍ଲାରେ ଆମ୍ବୁଲାନ୍ସ ସେବାକୁ ଆହୁରି ଦକ୍ଷ ଓ ସୁଦୃଢ଼ କରି ରୋଗୀଙ୍କୁ ଠିକ୍‌ ସମୟରେ ସେବା ଯୋଗାଇ ଦେବା ଉପରେ ଗୁରୁତ୍ୱ ଦିଆଯିବ। ଆବଶ୍ୟକ ଅନୁଯାୟୀ ଶହେଟି ଆମ୍ବୁଲାନ୍‌ସ ନିୟୋଜିତ କରିବା ପାଇଁ ଜିଲ୍ଲାପାଳଙ୍କୁ କ୍ଷମତା ଦିଆଯାଇଛି। କୋଭିଡ୍‌ ସମୟରେ ଲୋକଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ସ୍ୱତନ୍ତ୍ର ଫୋକସ୍‌ କରାଯାଇ କାଉନ୍‌ସେଲିଂ ପାଇଁ ପ୍ରଫେସନାଲଙ୍କୁ ଦାୟିତ୍ୱ ଦିଆଯିବ।ଆଜିର ସମୀକ୍ଷା ବୈଠକରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର,ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଭିଡିଓ କନ୍‌ଫରେନ୍‌ସିଂରେ ଯୋଗ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.