Below header

ଓଲିଉଡର ବରିଷ୍ଠ ଅଭିନେତା ବିଜୟ ମହାନ୍ତି ପୁଣି ଗୁରୁତର, ଘରୋଇ ହସ୍‌ପିଟାଲରେ ହେଲେ ଭର୍ତ୍ତି

ଭୁବନେଶ୍ୱର(କେନ୍ୟୁଜ୍‌) :  ବିଶିଷ୍ଟ ଅଭିନେତା ବିଜୟ ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ଆଜି ପୁଣି ଗରୁତର ହେବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି । କିଛି ଦିନ ଧରି ସେ ହୃଦରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଛନ୍ତି ।

ଦିଲ୍ଲୀ ସ୍ଥିତ ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସିତ ହୋଇ ସେ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର ହୋଇଥିଲେ । ସୁସ୍ଥ ଅନୁଭବ କରିବାରୁ ସେ ଘରକୁ ଯାଇଥିଲେ । ତେବେ ଆଜି ପୁଣି ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତୀ ଘଟିଥିଲା । ଆଜି ପୁଣି ଗରୁତର ହେବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି ।

ଦିଲ୍ଲୀ ସ୍ଥିତ ନ୍ୟାସନାଲ ସ୍କୁଲ ଅଫ୍‌ ଡ୍ରାମାରୁ ପ୍ରଶିକ୍ଷଣପ୍ରାପ୍ତ ବିଜୟ ମହାନ୍ତି ୧୯୭୬ରେ ନାଗଫାଶ ଚଳଚ୍ଚିତ୍ରରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ । ଉଚ୍ଚକୋଟୀର ଅଭିନୟ ପାଇଁ ସେ ଓଡ଼ିଆ ଚଳଚ୍ଚିତ୍ରର ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କାର ପାଇଛନ୍ତି ।

ଚିଲିକା ତୀରେ ଚଳଚିତ୍ରରେ ଅଭିନୟ ପାଇଁ ସେ ଜାତୀୟ ପୁରସ୍କାର ଲାଭ କରିଥିଲେ। ବରିଷ୍ଠ ଅଭିନେତା ବିଜୟ ମହାନ୍ତି ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ । ନାୟକ, ଖଳନାୟକ ଓ ହାସ୍ୟ ଅଭିନେତା ଭାବେ ଓଡ଼ିଶାର ପ୍ରତି ଘରେ ଘରେ ସେ ପରିଚିତ । ଅନେକ ସିରିଏଲରେ ମଧ୍ୟ ସେ ଅଭିନୟ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.