Below header

ଭାରତ-ପାକିସ୍ତାନ ସୀମାରେ ଖାସ୍‌ ଅନ୍ଦାଜରେ ଭାଙ୍ଗଡା ନାଚିଲେ ଯବାନ୍‌, ଯାହାକୁ ଦେଖିଲେ ଆପଣ ବି ନାଚିବାକୁ କରିବେ ଇଚ୍ଛା

ସୋସିଆଲ ମିଡିଆରେ ଏବେ ଖୁବ୍‌ ଭାଇରାଲ ହେଉଛି ଯବାନଙ୍କ ଭାଙ୍ଗଡା ଡ୍ୟାନ୍ସ। ଭାରତ-ପାକିସ୍ତାନ ସୀମାର ଏହି ଡ୍ୟାନ୍ସ ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓକୁ କ୍ରିକେଟର ବିରେନ୍ଦ୍ର ସେହଓ୍ଵାଗ ନିଜ ଟ୍ଵିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି। ଏହା ସହିତ ସେ ଲେଖିଛନ୍ତି ଭାରତ-ପାକିସ୍ତାନ ସୀମାରେ ଯବାନଙ୍କ ଏହି ଭାଙ୍ଗଡା ଡ୍ୟାନ୍ସ ବହୁତ ସୁନ୍ଦର ହେଇଛି। କିନ୍ତୁ ସବୁଠାରୁ ଆଶ୍ଚଯ୍ୟର୍କର କଥା ହେଉଛି ଏତେ ଚ୍ୟାଲେଞ୍ଜିଙ୍ଗ ପରିସ୍ଥିତିରେ ବି ଏମାନେ କେତେ ଖୁସି ଅଛନ୍ତି। ତାଙ୍କର ଏହି ହିମ୍ମତକୁ ମୋର ସଲାମ।

virendraଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଭିଡିଓରେ ଯବାନ ଯେଉଁଭଳି ଭାବେ ବିନ୍ଦାସ ଭାବରେ ପଞ୍ଜାବୀ ଗୀତରେ ପଞ୍ଜାବ ଷ୍ଟାଇଲରେ ଡ୍ୟାନ୍ସ କରୁଥିବା ନଜର ଆସୁଛନ୍ତି। ଯବାନଙ୍କ ଏହି ଡ୍ୟାନ୍ସ ଭିଡିଓ ଦେଖି ଆପଣ ମଧ୍ୟ ନାଚିବାକୁ ଲାଗିବେ। ଏହି ଭିଡିଓରେ ଆପଣ ସଫା ସଫା ଦେଖିପାରୁଥିବେ ଯେ ବର୍ଡର ପାଖରେ ୪ ରୁ ୫ ଜଣ ସୈନିକ ଛିଡା ହୋଇଛନ୍ତି ଆଉ ‘ଦାରୁ ବଦନାମ କର୍‌ ଦି’ ଭାଙ୍ଗଡା ଗୀତରେ ନଜର ଆସୁଛନ୍ତି।


ତେବେ ଏହାପୂର୍ବରୁ ଆହୁରି ଏକ ବହୁତ ସୁନ୍ଦର ଭିଡିଓ ବାରମ୍ବାର ଦେଖାଯାଇସାରିଲାଣି। ଯାହାକୁ ଲୋକମାନେ ଖୁବ୍‌ ପସନ୍ଦ କରିବା ସହିତ ଭାଇରାଲ ମଧ୍ୟ ହେଉଛି। ଯେଉଁଥିରେ କିଛି ଯବାନ ବରଫରେ କେକ କାଟୁଥିବା ଭିଡିଓ ଭାଇରାଲ ହୋଇଥିଲା। ଯାହା ସୋସିଆଲ ମିଡିଆରେ ଧମାଲ ମଚାଇଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.