ମିଳିଲା ୩୬୦୦ ବର୍ଷର ପୁରୁଣା ମାଟି କପ୍‌, ସେତେବେଳେ କେବଳ ମଦ୍ୟପାନ ପାଇଁ ବ୍ୟବହାର କରୁଥିଲେ ଲୋକେ

ଆପଣ ଭାବୁଥିବେ ମାଟିରେ ମିଶିଯାଉଥିବା କପ୍‌(ଡିସପୋଜାଲ କପ୍‌) ଆଧୁନିକ ଦୁନିଆର ଉଦ୍ଭାବନ। କିନ୍ତୁ ଅନେକ ହଜାର ବର୍ଷ ପୂର୍ବରୁ ଲୋକ ଏହାକୁ ବ୍ୟବହର କରୁଥିଲେ। ବ୍ରିଟେନର ରାଜଧାନୀ ଲଣ୍ଡନର ଏକ ସଂଗ୍ରାହଳୟର ଗ୍ୟାଲେରୀର ୩୬୦୦ ବଷ ର୍ପୁରୁଣା ହ୍ୟାଣ୍ଡେଲ ଥିବା ଡିସପୋଜାଲ କପ୍‌ ପ୍ରଦର୍ଶନୀ ପାଇଁ ରଖାଯାଇଛି। ଏହି କପ୍‌ ମିନିଅନ୍‌ ସଭ୍ୟତା ସମୟରେ ଗ୍ରୀସର କ୍ରେତ ଦ୍ୱୀପର ଚିକ୍କଣ ମାଟିରେ ତିଆରି କରାଯାଇଛି। ଏହି କପ୍‌ ନିର୍ମାଣ ୧୭୦୦ ଖ୍ରୀଷ୍ଟପୂର୍ବରୁ ଆରମ୍ଭ ହୋଇ ୧୬୦୦ ଖ୍ରୀଷ୍ଟପୂର୍ବ ପର୍ଯ୍ୟନ୍ତ ହୋଇଥିଲା।

plastic

ଏହାକୁ ବ୍ୟବହାର କରୁଥବା ମିନିଅନ ସଭ୍ୟତା ୨୭୦୦ ଖ୍ରୀ:ପୂ ରୁ ୧୪୫୦ ଖ୍ରୀ: ପୂ ପର୍ଯ୍ୟନ୍ତ ଅସ୍ତିତ୍ୱରେ ରହିଥିଲେ। ହଜାର ହଜାର ବର୍ଷ ପୂର୍ବେ ଏହି କପ୍‌ର ବ୍ୟବହାର କେବଳ ମଦ୍ୟପାନ ପାଇଁ ବ୍ୟବହାର କରାଯାଉଥିଲା। ଏହା ସେତେବେଳେ କେବଳ ଧନୀଶ୍ରେଣୀର ଲୋକ ନିଜର ଧନସମ୍ପତ୍ତି ଦେଖାଇ ହେବା ପାଇଁ ବଡ ବଡ ଭୋଜିର ଆୟୋଜନ କରି ମାଟିର ପାତ୍ରର ବ୍ୟବହାର କରୁଥିଲେ। କୁହାଯାଏ ୯୦ ଦଶକରେ ଦୁନିଆରେ ମାଟିରେ ମିଶିଯାଉଥିବା କପ୍‌ର ବ୍ୟବହାର ବଢିଯାଇଥିଲା। କିନ୍ତୁ ଏବେ ମାଟିର ପାତ୍ରର ସ୍ଥାନ ପ୍ଲାଷ୍ଟିକ କପ୍‌ ନେଇଯାଇଛି, ଯାହା ପରିବେଶ ପାଇଁ ବହୁତ ବଡ ବିପଦ ସୃଷ୍ଟି କରିଛି।

ପ୍ଲାଷ୍ଟିକ ପ୍ରଦୂଷଣ ଯୋଗୁଁ ସାମୁଦ୍ରିକ ଜୀବ ସଂଖ୍ୟା କମିବାରେ ଲାଗିଛି। ନିକଟରେ ହିନ୍ଦ ମହାସାଗର ତଟରେ ପାଖାପାଖି ୧୦ ଲକ୍ଷ ଜୋତା, ୩ ଲକ୍ଷରୁ ଅଧିକ ଟୁଥ ବ୍ରସ୍‌ ଏବଂ ୪୦ କୋଟିରୁ ଅଧିକ ପ୍ଲାଷ୍ଟିକ ଖଣ୍ଡ ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.